କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ ଭକ୍ତ ଶୋଭାଯାତ୍ରା କରି ସହର ପରିକ୍ରମା କରିବେ।
ଏପରିକି ଶ୍ରୀରାମଙ୍କ କଠଉକୁ ସହର ପରିକ୍ରମା କରିବା କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ତହସିଲଦାର ସାୟଦ ସବିର ଶାହ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ଦେବାଶିଷ ଗୌଡ଼, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମ୍ୱିତ କୁମାର ମହାନ୍ତି, ଏସ୍ଡିପିଓ ସଞ୍ଜୟ କୁମାର ମଣ୍ଡଳଙ୍କ ଉପସ୍ଥିତରେ ପ୍ରାୟ ୫ ପ୍ଲାଟୁନ ପୋଲିସ ଫୋର୍ସ ଫ୍ଲାଗ ମାର୍ଚ୍ଚ କରିଥିବା ଟାଉନ ଥାନାଧିକାରୀ ସତ୍ୟାନନ୍ଦ ପାତ୍ର ପ୍ରକାଶ କରିଛନ୍ତି।

