ଏସ୍‌ଡିଜେଏମଙ୍କ କୋର୍ଟରେ ରିପୋର୍ଟ ଦାଖଲ କଲା ପୋଲିସ: ମିଶିଲା କି ତପସ୍ବିନୀ ସୁମିତଙ୍କ ମନ?

ବ୍ରହ୍ମପୁର ଅଫିସ,୯।୧୨(ଡି.ଏନ୍‌.ଏ.): ଶ୍ୱଶୁର ଘର ଆଗରେ ଧାରଣାରେ ବସି ଚର୍ଚ୍ଚାକୁ ଆସିଥିଲେ ତପସ୍ବିନୀ ଓରଫ ଡିମ୍ପଲ। ବହୁ ବାଦ ବିବାଦ ପରେ ସ୍ବାମୀ ଓ ସ୍ତ୍ରୀଙ୍କୁ ଏକାଠି ରହିବାକୁ ଅନୁମତି ଦେଇଥିଲେ କୋର୍ଟ । ଆଉ ସମ୍ପର୍କ ଯୋଡିବାକୁ ଦୁହିଁଙ୍କୁ ମିଳିଥିଲା ୭ ଦିନର ସମୟ। ଏତେ ସବୁ ଭିତରେ ଗୁରୁବାର ସରିଛି ସେହି ୭ ଦିନର ଅବଧି। ବ୍ରହ୍ମପୁରର ଡିମ୍ପଲ ଓ ଡାକ୍ତର ସୁମିତ ୭ଦିନ ଏକାଠି ରହିବା ନେଇ ଏସ୍‌ଡିଜେଏମଙ୍କ କୋର୍ଟରେ ରିପୋର୍ଟ ପୋଲିସ ଦାଖଲ କରିଛି । ଡିମ୍ପଲ ଓ ଡାକ୍ତର ସୁମିତଙ୍କୁ ଏକାଠି ରହିବାକୁ ବିଚାରପତି ଦେଇଥିବା ୭ଦିନର ସମୟ ଶେଷ ହେଉଛି। ଏହା ପୂର୍ବରୁ କୋର୍ଟରେ ଆସ୍କା ଥାନା ଅଧିକାରୀ ରିପୋର୍ଟ ଦାଖଲ କରିଛନ୍ତି ।