Categories: ଫୁରସତ

ମାଙ୍କଡ଼କୁ ଆମ୍ବ ଖୁଆଉଛି ପୋଲିସ, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ପୋଲିସକୁ ଦେଖିବାକୁ ମିଳୁଛି। ଯିଏକି ଏକ ଜିପ୍‌ରେ ବସି ମାଙ୍କଡ଼କୁ ଆମ୍ବ ଛୁରିରେ କାଟି ଖାଇବାକୁ ଦେଉଛି। ଭିଡିଓକୁ ଆଇଏଫ୍‌ଏସ୍‌ ସୁରେନ୍ଦ୍ର ମେହେରା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।

Share