Posted inଅପରାଧ

୩୦ ସେକେଣ୍ଡରେ ୪୦ ଲକ୍ଷ ଟଙ୍କାର ସୁନା ଚୋରି କରିଥିବା ଗ୍ୟାଙ୍ଗକୁ ଏନ୍‌କାଉଣ୍ଟର

ଆଲିଗଡ଼, ୧୬।୯: ଉତ୍ତର ପ୍ରଦେଶର ଆଲିଗଡ଼ରେ ୫ ଦିନ ତଳେ ଗୋଟିଏ ଅଳଙ୍କାର ଶୋରୁମ୍‌ରୁ ୪୦ ଲକ୍ଷ ଟଙ୍କାର ଗହଣା ଚୋରି କରିନେଇଥିବା ଗ୍ୟାଙ୍ଗକୁ ପୋଲିସ ଏନ୍‌କାଉଣ୍ଟର କରିଛି। ସେକ୍ଟର-୨୦ ଥାନା ପୋଲିସ ଅପରାଧିଙ୍କୁ ଘେରି ଯାଇଥିଲା। ଏହାପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ୩ଜଣ ଅପରାଧୀ ଆହତ ହୋଇଥିବା ଜଣାପଡ଼ିଛି।
ଡକାୟତମାନେ ୫ ଦିନ ତଳେ ଆଲିଗଡ଼ର ବନାଦେବୀ ପୋଲିସ ଥାନା ଅନ୍ତର୍ଗତ ସାରସୋଲ ଛକ ନିକଟରେ ଥିବା ସୁନ୍ଦର ଜୁଏଲାରୀ ଶୋରୁମ୍‌ରୁ ମାତ୍ର ୩୦ ସେକେଣ୍ଡରେ ୪୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରି ନେଇଯାଇଥିଲେ। ଗ୍ରାହକ ବେଶରେ ଆସିଥିବା ଏହି ୩ଜଣ ଡକାୟତ ପ୍ରଥମେ ହାତ ସାନିଟାଇଜର କରି ଶୋରୁମ ଭିତରକୁ ପ୍ରବେଶ କରିବା ପରେ ହତିଆର ବାହାର କରି କର୍ମଚାରୀଙ୍କୁ ଭୟଭୀତ କରିଥିଲେ। ଏହାପରେ ୪୦ ଲକ୍ଷ ଟଙ୍କାର ଗହଣା ସମେତ ୫୦ ହଜାର ଟଙ୍କା ଚୋରି କରି ଫେରାର୍‌ ହୋଇଯାଇଥିଲେ। ଏଥିରେ ୮୦୦ ଗ୍ରାମ ସୁନା ଗହଣା ରହିଥିବା ଜଣାପଡ଼ିଛି। ବୁଧବାର କିନ୍ତୁ ପୋଲିସକୁ ଏହି ଘଟଣାରେ ସଫଳତା ମିଳିଥିଲା। ୩ ଡକାୟତଙ୍କୁ ଏନ୍‌କାଉଣ୍ଟର କରି ପୋଲିସ ଚୋରି ହୋଇଥିବା ଗହଣା ଉଦ୍ଧାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri