୮ ମାସରେ ୪. ୪୧ କୋଟି ଜରିମାନା

ବ୍ରହ୍ମପୁର ଅଫିସ,୧୨।୧୦: ବ୍ରହ୍ମପୁର ସହରର ଟ୍ରାଫିକ ସମସ୍ୟା ଦୂର କରିବା, ଦୁର୍ଘଟଣା ରୋକିବା ସହ ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ ପୋଲିସ ତା’ର ପ୍ରୟାସ ଜାରି ରଖିଛି। ପୋଲିସ ଏବେ ତିନି ଜଣିଆ ବାଇକ ଆରୋହୀ (ଟ୍ରିପଲ ରାଇଡିଂ), ଭୁଲ ରାସ୍ତାରେ ଗାଡ଼ି ଚଳାଇବା ସହ ବିନା ହେଲମେଟରେ ଗାଡି ଚଳାଉଥିବା ଅମାନିଆଙ୍କୁ ସାବାଡ଼ ପାଇଁ ଧରପଗଡ ଆରମ୍ଭ କରିଛି। ଗତ ୮ମାସ ମଧ୍ୟରେ ଟ୍ରାଫିକ ପୋଲିସ ୪୬୨୫୮ଜଣ ଅମାନିଆଙ୍କଠାରୁ ୪ କୋଟି ୪୧ ଲକ୍ଷ ୪୪ ହଜାର ଟଙ୍କା ଜରିମାନା ଆଦାୟ କରିଛି। ସେହିପରି ୧୬୩୨ ଅମାନିଆଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ କରି ତାହା ବାତିଲ ପାଇଁ ଆଞ୍ଚଳିକ ପରିବହନ ବିଭାଗକୁ ପଠାଇଛି। ଦୁଇଚକିଆ ଯାନରେ ୩ଜଣ ବସି ଯାତାୟାତ, ବିନା ହେଲମେଟରେ ଗାଡି ଚଳାଇବା ଓ ଭୁଲ ରାସ୍ତାରେ ଗାଡ଼ି ଚଳାଇଲେ ଦୁର୍ଘଟଣାର ସମ୍ମୁଖୀନ ହେବାର ସମ୍ଭାବନା ରହିଥିବା ନେଇ ପୋଲିସ ଏଭଳି ଆରୋହୀଙ୍କୁ ସତର୍କ କରୁଛି। ଆଗାମୀ ଦିନରେ ପୋଲିସ ପକ୍ଷରୁ ସହରରେ ଏଭଳି ଭାବେ ଯାଞ୍ଚ କଡାକଡି କରାଯିବ ବୋଲି ଟ୍ରାଫିକ ଥାନାଧିକାରୀ ରାମ ସୁବ୍ରମନ୍ୟମ୍‌ ପ୍ରଧାନ ସୂଚନା ଦେଇଛନ୍ତି। ସହରର ବ୍ଲାକସ୍ପଟ ଭାବେ ଚିହ୍ନଟ ହୋଇଥିବା ଲାଞ୍ଜିପଲ୍ଲୀ ବାଇପାସ୍‌, କମାପଲି, ଗେଟବଜ଼ାର ସମେତ ଚର୍ଚ୍ଚରୋଡ, ଅନ୍ନପୂର୍ଣ୍ଣା ମାର୍କେଟ, ଆସିକା ରୋଡ ଆଦି ଅଞ୍ଚଳରେ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରାଯିବା ସହ ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି ବୋଲି ଥାନାଧିକାରୀ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ: କଳସ ଯାତ୍ରାରେ ସାମିଲ ହେଲେ ବିଧାୟକ, ଆସନ୍ତା ୨୦ରେ ହେବ…

ଗଞ୍ଜାମ,୯।୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଳକ ହୁମା ପଞ୍ଚାୟତ ଅନ୍ତର୍ଗତ ବୋରିଗାଁସ୍ଥିତ ରାଣୀବର ପାହାଡ଼ଠାରେ ଅବସ୍ଥିତ ବାବା ଝାଡେଶ୍ୱର ମନ୍ଦିର ଠାରେ ଦୀର୍ଘ ୧୧ ଦିନ ବ୍ୟାପି…

ବରଡୋଲ ଜୈନ ପୋଲି ଫେଵରେ ନିଆଁ: ସାରା ଅଞ୍ଚଳ ଧୂଆଁମୟ

ବରଗଡ଼,୯।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଜୈନ ପୋଲି ଫେବ୍ ବସ୍ତା ଫ୍ୟାକ୍ଟ୍ରିରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଫ୍ୟାକ୍ରିର ବିଭିନ୍ନ ସାମଗ୍ରୀ ନଷ୍ଟ…

ଧରିତ୍ରୀ ପ୍ରଭାବ: ତତ୍ପରତା ଦେଖାଇଲା ବିଦ୍ୟୁତ ବିଭାଗ

ଦାରିଙ୍ଗବାଡି, ୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହାଠାରୁ ତେରବାଡିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ ବିଦ୍ୟୁତ ତାର…

ଅସମ୍ମାନ ! ଡାଇନିଂ ଟେବୁଲରେ ବସିଲେ, ଚପଲ ପିନ୍ଧି ମହାପ୍ରସାଦ ଖାଇଲେ

ପୁରୀ୯।୨( ଅଜିତ୍ କୁମାର ମହାନ୍ତି ): ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ଚପଲ ପିନ୍ଧି ବସି ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ଏତିକି ବୃଦ୍ଧି ପାଇବ DA!

ନୂଆଦିଲ୍ଲୀ,୯।୨: ହୋଲି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ କିଛି ଆଶ୍ୱସ୍ତି ପାଇପାରନ୍ତି। ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ (DR) ୨% ବୃଦ୍ଧି…

ଏବେଠୁ ଘାରିଲାଣି ଜଙ୍ଗଲ ନିଆଁ ନିୟନ୍ତ୍ରଣ ଚିନ୍ତା: ଘୁମୁସର ଉତ୍ତର ବନଖଣ୍ଡରେ…

ଭଞ୍ଜନଗର,୯।୨(ବାବୁଲା ପ୍ରଧାନ )-ରାଜ୍ୟର କେତେକ ବନଖଣ୍ଡରେ ବର୍ତ୍ତମାନ ଜଙ୍ଗଲ ନିଆଁ ଲାଗିଲାଣି। ଆଗକୁ ଅନ୍ୟ ବନଖଣ୍ଡ ଗୁଡ଼ିକରେ ମଧ୍ୟ ନିଆଁ ଲାଗିବା ସମ୍ଭାବନା ରହିଛି। ଏହାପୂର୍ବରୁ ରାଜ୍ୟ…

ନବୀନଙ୍କୁ କଡ୍ଡା କାଉଣ୍ଟର କଲେ ବାବୁ , ଲୋକହସା କଥା କହି…

ଭୁବନେଶ୍ୱର,୯।୨: ରାଜ୍ୟରେ କୃଷକଙ୍କ ସମସ୍ୟା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ  ଚିଠି ଲେଖିଛନ୍ତି । ଏ ନେଇ ବାବୁ ସିଂ…

ତତ୍‌କ୍ଷଣାତ ୨୦ ସମସ୍ୟାର ସମାଧାନ କଲେ ଅତିରିକ୍ତ ଜିଲା ନିର୍ବାହୀ ଅଧିକାରୀ

ପୁରୁଷୋତ୍ତମପୁର,୯।୨ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କେଏନପୁର ପଞ୍ଚାୟତରେ ଜନଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri