ଜେଜେମା’ଙ୍କ ମୃତ୍ୟୁ ପରେ ଭାଇ ସହ କଥା ହେବାକୁ ଫୋନ୍‌ ଦେଇ ନ ଥିଲା ପୋଲିସ: ଦୀପ୍‌କେ

ନୂଆଦିଲ୍ଲୀ,୧୨ା୧୦: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଶନିବାର ନୂଆଦିଲ୍ଲୀର ବିକ୍ଷୋଭ ପୂର୍ବରୁ ଏହାର ନେତା ଅଭିଜିତ୍‌ ଦୀପ୍‌କେଙ୍କୁ ପୋଲିସ ଅଟକ ରଖିଥିଲା। ସେହି ସମୟରେ ଦୀପ୍‌କେଙ୍କ ଜେଜେମା’ଙ୍କ ମୃତ୍ୟୁ ଘଟିଥିବା ନେଇ ପୋଲିସ ତାଙ୍କୁ ଖବର ଦେଇଥିଲା, ଯାହାର ଏକ ଭିଡିଓ ପୋଲିସ ରବିବାର ଜାରି କରିଛି। ଯଦି ଜେଜେମା’ଙ୍କ ଶେଷକୃତ୍ୟରେ ଯୋଗଦେବାକୁ ଚାହଁିବ, ତେବେ ଯେଉଁ ପରିବହନ ବ୍ୟବସ୍ଥା ଚାହିଁବ, ଯୋଗାଇ ଦିଆଯିବ ବୋଲି ପୋଲିସ୍‌ ଦୀପ୍‌କେଙ୍କୁ ଜଣାଇଥିଲା ବୋଲି କହିଛି। ଅନ୍ୟପକ୍ଷରେ ଦୀପ୍‌କେ ଅଭିଯୋଗ କରିଛନ୍ତି, ଜେଜେମା’ଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ସହ ରହୁଥିବା ସମ୍ପର୍କୀୟ ଭାଇଙ୍କୁ ମାତ୍ର ୨ ମିନିଟ୍‌ ପାଇଁ ଫୋନ୍‌ କରିବା ନିମନ୍ତେ ସେ ନିଜ ଫୋନ୍‌ ମାଗିଥିଲେ ମଧ୍ୟ ପୋଲିସ ଦେବାକୁ ମନା କରିଦେଇଥିଲା। ଆଇନ ଅନୁଯାୟୀ ଓକିଲଙ୍କ ସହ କଥା ହେବା ଅଧିକାର ଥିଲେ ମଧ୍ୟ ପୋଲିସ ସେଥିପାଇଁ ଫୋନ୍‌ ଦେଇ ନ ଥିଲା।

Dharitri – Odisha’s No.1 Odia Daily

Share