ବାଇକ୍‌ରେ ବିକଟାଳ ଶବ୍ଦ କରି ଦେଖାଉଥିଲେ ହିରୋଗିରି, ୨ ଯୁବକଙ୍କୁ ଥାନାରେ ଅଟକ ରଖିଲା ପୋଲିସ

ଦାରିଙ୍ଗବାଡ଼ି,୩୧ା୭(ଅରୁଣ ସାହୁ): ଏକ ବାଇକ୍‌ରେ ୩ ଜଣ ଯୁବକ ଘୂରି ବୁଲିବା ବାଇକ୍‌ରେ ଷ୍ଟଣ୍ଟ୍‌ ଦେଖାଇବା ସହ ବିକଟାଳ ଶବ୍ଦ ପ୍ରଦୂଷଣ କରି ଉତ୍ପାତ ହେବା ମହଙ୍ଗା ପଡ଼ିଛି। ପୋଲିସ ସେମାନଙ୍କୁ ରାଜପଥରେ ଅଟକାଇ କାବୁ କରି ଥାନାକୁ ନେଇଛି। ତେବେ ପୋଲିସ କାବୁ କରିବା ସମୟରେ ଜଣେ ଚମ୍ପଟ ମାରିଥିବା ବେଳେ ଦୁଇଜଣଙ୍କୁ ପୋଲିସ ଥାନାକୁ ନେଇଛି। ଏଥିସହ ଏକ ପଲସର ବାଇକ୍‌କୁ ପୋଲିସ ଜବତ କରିଛି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଅଞ୍ଚଳରେ।
ପ୍ରକାଶ ଯେ, ଗୁରୁବାର ମଧ୍ୟାହ୍ନରେ ୩ ଜଣ ଯୁବକ କଳା ଓ ନୀଳ ରଙ୍ଗର ପଲସର ବାଇକ୍‌ରେ ସିମନବାଡ଼ି ବଜାର ସମେତ ରାଇକିଆ ରୋଡ୍‌, ୫୯ ନଂ ଜାତୀୟ ରାଜପଥ ଉପରେ ଦ୍ରୁତଗତିରେ ବାଇକ୍‌ ଚଳାଇବା ସହ ଷ୍ଟଣ୍ଟ ଦେଖାଉଥିଲେ। ସେହିପରି ଉକ୍ତ ବାଇକ୍‌ର ସାଇଲେନ୍ସରକୁ ବାହାର କରି ଅଧିକ ଶବ୍ଦ ବାହାରୁଥିବା ସାଇଲେନ୍ସର ଲଗାଯାଇଛି। ଫଳରେ ବାଇକର ଏକ୍ସଲେଟର୍‌ ମୋଡ଼ିଲେ ଅଧିକ ଶବ୍ଦ ତଥା ବିକଟାଳ ଶବ୍ଦରେ କିଛି ସମୟ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିଲା ଏହି ୩ ଜଣ ଯୁବକ ଗତ କିଛିଦିନ ହେଲା ଅଞ୍ଚଳରେ ଉତ୍ପାତ କରୁଥିବାବେଳେ ଆଜି ପୋଲିସ ପାଟ୍ରୋଲିଂ କରିବା ସମୟରେ ପୋଲିସ ହାବୁଡ଼ରେ ପଡ଼ିଥିଲେ। ପୋଲିସ ୨ ଜଣଙ୍କୁ ପଚରାଉଚରା କରୁଥିବା ବେଳେ ବାଇକ୍‌ଟି କାହାର ସେନେଇ ଖୋଳତାଡ଼ କରୁଥିବା ସବ୍‌ଇନ୍ସପେକ୍ଟର ଜୟନ୍ତ କୁମାର ସେଠୀ କହିଛନ୍ତି। ସେ ଓ ଏଏସ୍‌ଆଇ ଅର୍ଜୁନ ଶବର ସଦଳବଳ ପାଟ୍ରୋଲିଂ କରିବା ସମୟରେ ବାଇକ୍‌ ଚାଳକ ଓ ଅନ୍ୟ ଜଣେ ଧରାପଡ଼ିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଓ୍ୱାଡି ପାଇଁ ବଡ଼ ଘୋଷଣା, ପ୍ରଭାତୀ କହିଲେ…

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ପ୍ରଥମେ ୫, ପରେ ୭ ଓ ୧୨ ଲକ୍ଷ ଟଙ୍କା ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ପ୍ରଥମେ ଦେଉଥିଲେ। ଏବେ ଅଙ୍ଗନଓ୍ୱାଡି...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri