ବାଇକ୍‌ରେ ବିକଟାଳ ଶବ୍ଦ କରି ଦେଖାଉଥିଲେ ହିରୋଗିରି, ୨ ଯୁବକଙ୍କୁ ଥାନାରେ ଅଟକ ରଖିଲା ପୋଲିସ

ଦାରିଙ୍ଗବାଡ଼ି,୩୧ା୭(ଅରୁଣ ସାହୁ): ଏକ ବାଇକ୍‌ରେ ୩ ଜଣ ଯୁବକ ଘୂରି ବୁଲିବା ବାଇକ୍‌ରେ ଷ୍ଟଣ୍ଟ୍‌ ଦେଖାଇବା ସହ ବିକଟାଳ ଶବ୍ଦ ପ୍ରଦୂଷଣ କରି ଉତ୍ପାତ ହେବା ମହଙ୍ଗା ପଡ଼ିଛି। ପୋଲିସ ସେମାନଙ୍କୁ ରାଜପଥରେ ଅଟକାଇ କାବୁ କରି ଥାନାକୁ ନେଇଛି। ତେବେ ପୋଲିସ କାବୁ କରିବା ସମୟରେ ଜଣେ ଚମ୍ପଟ ମାରିଥିବା ବେଳେ ଦୁଇଜଣଙ୍କୁ ପୋଲିସ ଥାନାକୁ ନେଇଛି। ଏଥିସହ ଏକ ପଲସର ବାଇକ୍‌କୁ ପୋଲିସ ଜବତ କରିଛି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଅଞ୍ଚଳରେ।
ପ୍ରକାଶ ଯେ, ଗୁରୁବାର ମଧ୍ୟାହ୍ନରେ ୩ ଜଣ ଯୁବକ କଳା ଓ ନୀଳ ରଙ୍ଗର ପଲସର ବାଇକ୍‌ରେ ସିମନବାଡ଼ି ବଜାର ସମେତ ରାଇକିଆ ରୋଡ୍‌, ୫୯ ନଂ ଜାତୀୟ ରାଜପଥ ଉପରେ ଦ୍ରୁତଗତିରେ ବାଇକ୍‌ ଚଳାଇବା ସହ ଷ୍ଟଣ୍ଟ ଦେଖାଉଥିଲେ। ସେହିପରି ଉକ୍ତ ବାଇକ୍‌ର ସାଇଲେନ୍ସରକୁ ବାହାର କରି ଅଧିକ ଶବ୍ଦ ବାହାରୁଥିବା ସାଇଲେନ୍ସର ଲଗାଯାଇଛି। ଫଳରେ ବାଇକର ଏକ୍ସଲେଟର୍‌ ମୋଡ଼ିଲେ ଅଧିକ ଶବ୍ଦ ତଥା ବିକଟାଳ ଶବ୍ଦରେ କିଛି ସମୟ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିଲା ଏହି ୩ ଜଣ ଯୁବକ ଗତ କିଛିଦିନ ହେଲା ଅଞ୍ଚଳରେ ଉତ୍ପାତ କରୁଥିବାବେଳେ ଆଜି ପୋଲିସ ପାଟ୍ରୋଲିଂ କରିବା ସମୟରେ ପୋଲିସ ହାବୁଡ଼ରେ ପଡ଼ିଥିଲେ। ପୋଲିସ ୨ ଜଣଙ୍କୁ ପଚରାଉଚରା କରୁଥିବା ବେଳେ ବାଇକ୍‌ଟି କାହାର ସେନେଇ ଖୋଳତାଡ଼ କରୁଥିବା ସବ୍‌ଇନ୍ସପେକ୍ଟର ଜୟନ୍ତ କୁମାର ସେଠୀ କହିଛନ୍ତି। ସେ ଓ ଏଏସ୍‌ଆଇ ଅର୍ଜୁନ ଶବର ସଦଳବଳ ପାଟ୍ରୋଲିଂ କରିବା ସମୟରେ ବାଇକ୍‌ ଚାଳକ ଓ ଅନ୍ୟ ଜଣେ ଧରାପଡ଼ିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡିରେ ଅଜବ ପରାମ୍ପରା: ବିଶ୍ୱାସ ରହିଛି ଏମିତି କଲେ ଦୂର ହୁଏ ରୋଗ ପିଡା

ଦାରିଙ୍ଗବାଡି, ୧୭ ।୩ (ଅରୁଣ ସାହୁ ): ବିଶ୍ୱାସ ଅନେକ ଦୁଃଖକୁ ଦୂର କରିବା ନଜିର ରହିଛି। ରୋଗ ବ୍ୟାଧି ହେଉ କି ହାଡଫୁଟି, ବସନ୍ତ ଭଳି…

କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ: ‘ହୁଇପ୍‌’କୁ ନ ମାନି …

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ସିରିଜ୍‌ ଦୁର୍ଘଟଣା: ୪ ଘଣ୍ଟାରୁ ଅଧିକ ସମୟ ଧରି ଭିତରେ ଚାପି ହୋଇ ରହିଲେ ଡ୍ରାଇଭର, ଘଟଣାସ୍ଥଳରେ…

ଭଦ୍ରକ, ୧୭।୩(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୁରା ଛକରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଚୈତ୍ରପର୍ବର ଦ୍ୱିତୀୟ ମଙ୍ଗଳବାର, ମା’ ତାରାତାରିଣୀଙ୍କ ଦର୍ଶନ ଲାଗି ପୀଠରେ ଭକ୍ତଙ୍କ ଭିଡ଼

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦ୍ବିତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ନିଆଁରେ ଜଳୁଥିଲେ ମେନକା, ଚିତ୍କାର କରି ଡାକୁଥିଲେ ପୁଅ: ଛାଡ଼ିଲେନି SCB ସିକ୍ୟୁରିଟୀ, ଆସିଲା ସାଂଘାତିକ ଅଭିଯୋଗ

ମହାକାଳପଡ଼ା, ୧୭ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):କଟକ ବଡ଼ ଡାକ୍ତରଖାନାରେ ରବିବାର ବିଳମ୍ବିତ ରାତିରେ ମେଡିସିନ ୱାର୍ଡ ଟ୍ରମା କେୟାର ଆଇସିୟୁରେ ଶର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିଲା। ଫଳରେ…

ହାତୀ ଉପଦ୍ରବରେ ପଡିଗଲା ଘରର କାନ୍ଥ, ଚାଲିଗଲା ଶିଶୁ ପୁତ୍ରର ଜୀବନ

ଜଳେଶ୍ଵର,୧୭।୩( ନବୀନ ସାହୁ): ଜଳେଶ୍ଵର ବ୍ଲକ୍ ରାଇବଣିଆ ଥାନା ଖୁଆଡ଼ ପଞ୍ଚାୟତ କେନ୍ଦୁଖୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଠ ଛଡା ହାତୀ ପଶି ଉପଦ୍ରବ ମଚାଇଥିଲା…

ପଞ୍ଚାୟତସ୍ତରୀୟ ମିଳିତ ଜନଶୁଣାଣି: ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ପାଇଁ ସରପଞ୍ଚଙ୍କ ଦାବି

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସିଦ୍ଧେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ଅତିରିକ୍ତ ବିଡ଼ିଓ ଉମେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri