ପୋଲିସ ଢିଲା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ସଟ୍ଟାଜୁଆ, ଚୋରାମଦ କାରବାର ଆଦି ସାଧାରଣରେ ଏଠାରେ ପରିଣତ ହୋଇଛି। ସେହିପରି ଦିନ ଦ୍ୱିପ୍ରହରରେ ଏଠାରେ ହତ୍ୟାକାଣ୍ଡ ଘଟୁଥିବାବେଳେ ଲୁଟେରାଙ୍କ ଦୌରାତ୍ମ ମଧ୍ୟ ବଢ଼ି ଚାଲିଛି। କେବଳ ସେତିକି ନୁହେଁ, ପୋଲିସ୍‌ ଏସକର୍ଟରେ ଯାଉଥିବା ବିଚାରାଧୀନ ବନ୍ଦୀ ମଧ୍ୟ କୋର୍ଟ ଆଗରୁ ଫେରାର୍‌ ଉଦ୍ୟମ କରୁଛନ୍ତି ଏବଂ ଏଥିପାଇଁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ୁଛି। ଅବକାରୀ ବିଭାଗର ଅପାରଗତା ଯୋଗୁ ଜିଲାରେ ନିଶା କାରବାର ବଢ଼ି ଚାଲୁଛି। ସେହିପରି ପୋଲିସର ମଧ୍ୟ ବେପରୁଆ ମନୋଭାବ ଯୋଗୁ ଜିଲାରେ ଦିନକୁ ଦିନ ଜିଲାାରେ ଅସାମାଜିକତତ୍ତ୍ୱ ବଢ଼ିବା ସାଙ୍ଗକୁ ଆଇନଶୃଙ୍ଖଳା ଭୁଷୁଡ଼ି ପଡ଼ୁଥିବା ସାଧାରଣରେ ଅଭିଯୋଗ ହେଉଛି।
ଜିଲାରେ ନିଶା କାରବାର ସହିତ ସଟ୍ଟାଜୁଆ ଭଳି ଅସାମାମାଜିକ କାର୍ଯ୍ୟକଳାପ ବଢ଼ିଥିବା ନେଇ ସାଧାରଣ ନିର୍ବାଚନ ପରେ ନବନିର୍ବାଚିତ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଉଦବେଗ ପ୍ରକାଶ କରିଥିଲେ। ଏଭଳି କାରବାରରେ ଅଙ୍କୁଶ ଲଗାଇବା ପାଇଁ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ଏସପି ପି.ଏସ୍‌ ମୀନାଙ୍କୁ ଫେରାଦ ହୋଇଥିଲେ। ତେବେ ନିଶା କାରବାର ପ୍ରତି ଅବକାରୀ ବିଭାଗ ଚେଇଁ ଶୋଇଥିବାବେଳେ ପୋଲିସ କାଁଭାଁ କଫ ସିରପ୍‌ ଜବତ କରୁଛି। କିନ୍ତୁ ଜିଲା ଦେଇ ଯାଇଥିବା ରାଜପଥ ପାର୍ଶ୍ୱସ୍ଥ ବିଭିନ୍ନ ଢ଼ାବାଗୁଡ଼ିକରେ ଓପନ ବାର୍‌ ଭଳି ଅବାଧରେ ଚୋରାମଦ କାରବାର ଚାଲୁଥିଲେ ହେଁ ସେଥିପ୍ରତି ଉଭୟ ଅବକାରୀ ପୋଲିସ ଏବଂ ଅବକାରୀ ଆଖି ବୁଜି ଦେଇଥିବା ଜିଲାରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଏଥିରେ ସେମାନଙ୍କ ଭୂମିକା ନେଇ ସାଧାରଣରେ ନାନା ସନ୍ଦେହ ଉପୁଜିଛି।
କଥା ଏତିକିରେ ସରି ନାହିଁ। ବିଗତ ଦିନରେ ଘଟିଥିବା ଅନେକ ସମ୍ବେଦନଶୀଳ ଅପରାଧରୁ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି କିଭଳି ରହିଛି, ତାହା ସହଜରେ ଅନୁମେୟ। ଗତ ସାଧାରଣ ନିର୍ବାଚନ ସମୟରେ ସରସରା ଭୋଟ୍‌ ଗ୍ରହଣ କେନ୍ଦ୍ରର ଅନତିଦୂରରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଏ ପର୍ଯ୍ୟନ୍ତ ଗିରଫ କରିନାହିଁ। ଅନ୍ୟପଟେ ନିର୍ବାଚନ କମିଶନଙ୍କ ଆଦେଶ ମୁତାବକ ତତ୍କାଳୀନ ସଦର ଥାନା ଅଧିକାରୀ ଏବଂ ଜଣେ ଅବକାରୀ କର୍ମଚାରୀଙ୍କୁ ବଦଳି କରାଯାଇଥିଲା। ସେହିପରି ଗତ କିଛିଦିନ ତଳେ ବରଗଡ଼ ସହର ଉପକଣ୍ଠ ଭଟଲି ଛକ ନିକଟ ସାଇ ମନ୍ଦିର ବ୍ରିଜ ପାଖରେ କାର୍‌ ଦୁର୍ଘଟଣାରେ ଖୁଣ୍ଟପାଲି ଗ୍ରାମର କଲେଜ ଅଧ୍ୟକ୍ଷ ମନୋଜ କୁମାର ଆଚାର୍ଯ୍ୟଙ୍କ ମୃତ୍ୟୁ ଘଟିଥିଲା। ତେବେ ଯୁକ୍ତ୨ ପିଲାଙ୍କ ନାମଲେଖା ବାବଦକୁ ସଂଗୃହ ଟଙ୍କା ମଧ୍ୟରୁ ଅଢ଼େଇ ଲକ୍ଷ ଟଙ୍କା (୫ବ୍ୟାଣ୍ଡଲ ୫୦୦ ଟଙ୍କିଆ ନୋଟ୍‌) ଦୁର୍ଘଟଣାଗ୍ରସ୍ତ କାର୍‌ରୁ ଗାଏବ୍‌ ହୋଇଥିବା ସେତେବେଳେ ଖୋଦ୍‌ କଲେଜ କର୍ମଚାରୀମାନେ ଆଶଙ୍କା ପ୍ରକାଶ କରିଥିଲେ। ମାତ୍ର ସେହି ଟଙ୍କା କିଏ ନେଲା, ତାହା ମଧ୍ୟ ଏପର୍ଯ୍ୟନ୍ତ ଜଣାପଡ଼ିଲା ନାହିଁ। ଏହା ସହିତ ବିଗତ ଦିନରେ ବରଗଡ଼-ଭେଡ଼େନ ରାସ୍ତାରେ ଲୁଟେରା ସନ୍ଦେହରେ ଦିନ ଦ୍ୱିପ୍ରହରରେ ୨ଜଣଙ୍କୁ ନିର୍ମମ ହତ୍ୟା, ନିୟମିତ ବ୍ୟବଧାନରେ ମୋବାଇଲ ଓ ବାଇକ୍‌ ଚୋରି, ଲୁଟ୍‌ପାଟ୍‌ ଘଟଣା ଘଟୁଥିବାବେଳେ ନିକଟ ଅତୀତରେ ଅତାବିରା ଥାନା ଖଇରପାଲି ଗ୍ରାମରେ ଜଣେ ଜିଲା ପରିଷଦ ସଭ୍ୟଙ୍କ ପୁଅଙ୍କ ମୃତଦେହ ଉଦ୍ଧାର, ବୁଧବାର ପଦ୍ମପୁରର ଏକ ଛାତ୍ରାବାସରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ଘଟଣା ଏବେ ମଧ୍ୟ ରହସ୍ୟାବୃତ୍ତ ଭାବେ ରହି ଯାଇଛି। ତେବେ ପୋଲିସ ଖୁଣ୍ଟପାଲି କଲେଜର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ଆଚାର୍ଯ୍ୟଙ୍କ କାର୍‌ରୁ ଅଢ଼େଇ ଲକ୍ଷ ଟଙ୍କା ଗାଏବ୍‌, ଜିଲା ପରିଷଦ ସଭ୍ୟଙ୍କ ପୁଅଙ୍କ ମୃତୁ୍୍ଯଯ ଏବଂ ପଦ୍ମପୁର ଛାତ୍ରାବାସରେ ଛାତ୍ରଙ୍କ ମୃତ୍ୟୁ ରହସ୍ୟ କେବେ ଉନ୍ମୋଚିତ କରୁଛି, ତାହା ଦେଖିବାକୁ ବାକି ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri