ଅଚଳାବସ୍ଥାରେ ଆମ ପୋଲିସ ସମିତି

ବଅଁରପାଳ,୩୦ା୫(ଡି.ଏନ.ଏ.): ଜନସାଧାରଣ ଓ ପୋଲିସ ମଧ୍ୟରେ ସୁସମ୍ପର୍କ ସ୍ଥାପନ ସହ ଅପରାଧ ହ୍ରାସ କରିବା ଉଦ୍ଦେଶ୍ୟରେ ୨୦୧୩ ମସିହାରେ ସରକାରଙ୍କ ପକ୍ଷରୁ ଆମ ପୋଲିସ ସମିତି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏହା ପ୍ରଥମେ ଅନୁଗୋଳ ଜିଲା ନାଲ୍‌କୋ ଥାନାରେ କାର୍ଯ୍ୟକ୍ଷମ ହୋଇଥିଲା। ଏହାର ସୁଫଳ ମଧ୍ୟ ସେହି ସମୟରେ ପରିଲକ୍ଷିତ ହୋଇଥିଲା। ହେଲେ ୨ ବର୍ଷ ହେଲା ଏହି ବ୍ୟବସ୍ଥା ଥାନାରେ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଏହି ସମୟ ମଧ୍ୟରେ ସମିତିର ଗୋଟିଏ ହେଲେ ବି ବୈଠକ ବସିନାହିଁ। ଫଳରେ ଥାନା ଅଞ୍ଚଳରେ ଅପରାଧ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି।
ପ୍ରକାଶ ଯେ, ନାଲ୍‌କୋ ଥାନାରେ ଏହି ବ୍ୟବସ୍ଥା ଲାଗୁ ପରେ ନାଲ୍‌କୋ କଲୋନୀ, କୁଲାଡ଼, ଗିରାଙ୍ଗ, କୁରୁଡୁଲୁ, କାଣ୍ଡସର, ବଳରାମପ୍ରସାଦ, କନ୍ୟାବେଡ଼ା ଓ ମୁଣ୍ଡାହଟିଂ ଅଞ୍ଚଳରେ ୭ଟି ବିଟ୍‌ ଗଠନ କରାଯାଇଥିଲା। ପ୍ରତ୍ୟେକ ବିଟ୍‌ରେ ଜଣେ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ପ୍ରତି ମାସରେ ବିଟ୍‌ ସଦସ୍ୟ ଓ ପୋଲିସ ମଧ୍ୟରେ ବୈଠକ ବସୁଥିଲା। ବିଟ୍‌ ଅଧିକାରୀମାନେ ଗଁା ଗଁା ବୁଲି ଲୋକଙ୍କ ସହ ସମ୍ପର୍କ ଦୃଢ଼ କରୁଥିଲେ। ପୋଲିସ ପ୍ରତି ଲୋକଙ୍କ ମନରେ ଯେପରି ଭୟ ନ ରହିବ ସେ ଦିଗରେ ପଦକ୍ଷେପ ନେଉଥିଲେ। ମାତ୍ର ୨ ବର୍ଷ ହେଲା ତାହା ଦେଖିବାକୁ ମିଳୁନାହିଁ। ସମିତିର ବୈଠକ ବସୁନାହିଁ। ୭ଟି ବିଟ୍‌ରେ କୌଣସି ଅଧିକାରୀ ନାହାନ୍ତି। ବିଟ୍‌ ଅଞ୍ଚଳରେ ପାଟ୍ରୋଲିଂ ପାଇଁ ଯୋଗାଇ ଦିଆଯାଇଥିବା ବାଇକ୍‌ ମଧ୍ୟ ଆଉ ନାହିଁ। ଉକ୍ତ ବାଇକ୍‌ଗୁଡିକ ପୋଲିସର ଅନ୍ୟ ବିଭାଗକୁ ପ୍ରଦାନ କରାଯାଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି। ତେଣୁ ଅଞ୍ଚଳରେ ଏହି ଯୋଜନା ନିଷ୍କ୍ରିୟ ହୋଇପଡିଛି। ଏହି କାରଣରୁ ଚୋରି, ରାହାଜାନି, ଡ୍ରଗ୍ସ କାରବାର ଭଳି ଅପରାଧ ବୃଦ୍ଧିପାଉଛି। ସେହିପରି ବର୍ତ୍ତମାନ ଥାନାରେ କର୍ମଚାରୀଙ୍କ ଅଭାବ ଦେଖାଦେଇଛି। ୩ ଜଣ ଏସ୍‌ଆଇ ଓ ୩ ଏଏସ୍‌ଆଇଙ୍କ ସ୍ଥାନରେ ୨ ଜଣ ଲେଖାଏ କାର୍ଯ୍ୟ କରୁଛନ୍ତି। ୨୦ କନଷ୍ଟେବଳଙ୍କ ଆବଶ୍ୟକତା ଥିବାବେଳେ ୭ ଜଣ ମହିଳା ଓ ୪ ଜଣ ପୁରୁଷ କନଷ୍ଟେବଳ ଡ୍ୟୁଟି କରୁଛନ୍ତି। ତୁରନ୍ତ ଆମ ପୋଲିସ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ନାଲ୍‌କୋ ଥାନା ଅଧିକାରୀ ବିନ୍ଦୁବାସିନୀ ବିଶ୍ୱାଳ କହିଛନ୍ତି, କରୋନା ପାଇଁ ବୈଠକ ହୋଇପାରୁ ନ ଥିଲା। ଖୁବ୍‌ଶୀଘ୍ର ପ୍ରତ୍ୟେକ ଗ୍ରାମରେ ଆମ ପୋଲିସର ବୈଠକ ଅନୁଷ୍ଠିତ ହେବ। ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ ପାଇଁ ଉଦ୍ୟମ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri