ବଲାଙ୍ଗୀର,୧୪।୧୨: ନୃଶଂସ ସ୍ବାମୀ, ସ୍ତ୍ରୀଙ୍କୁ ଜୀବନରୁ ମାରିଦେବାକୁ କରିଥିଲେ ଉଦ୍ୟମ। ଏଭଳି ସାଂଘାତିକ ଅଭିଯୋଗ ଆସିଛି ଜଣେ ପୋଲିସ କର୍ମଚାରୀଙ୍କ ବିରୋଧରେ । ନିଜ ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରି ଫେରାର ଅଛନ୍ତି ସ୍ବାମୀ । ଗତ ସୋମବାର ବଲାଙ୍ଗୀର ସହରରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଥିଲା । କନଷ୍ଟେବଳ ସ୍ବାମୀ ଆକ୍ରମଣରେ ଗୁରୁତର ହୋଇ ଏବେ ବି ବଲାଙ୍ଗୀର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।
କନଷ୍ଟେବଳ ସ୍ତ୍ରୀ ।
ସୂଚନାନୁସାରେ ଗତ ସୋମବାର ବଲାଙ୍ଗୀରର କନଷ୍ଚେବଳ ଦମ୍ପତ୍ତି ନୁପୁର ବିଶ୍ବାଳ ଓ ଜ୍ୟୋତି ପ୍ରଧାନ ରାସ୍ତାରେ ଯାଉଥିବାବେଳେ ହଠାତ୍ ସ୍ତ୍ରୀଙ୍କ ଉପରକୁ ଆକ୍ରମଣ କରିଥିଲେ ସ୍ବାମୀ । ନିଜର ଏକ ସହଯୋଗୀ ଜଗା ସହ ସ୍ତ୍ରୀ ନୁପୁରଙ୍କୁ ପଥରରେ ଛେଚିଛେଚି ହତ୍ୟା ଉଦ୍ୟମ କରି ଘଟଣାସ୍ଥଳରୁ ପଳାଇଥିଲେ । ହେଲେ ନୁପୁରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଘଟଣାକୁ ନେଇ ନୁପୁରଙ୍କ ପରିବାର ଥାନାରେ ଅଭିଯୋଗ କରିଥାନ୍ତି । ମାତ୍ର ୬ ଦିନ ପରେ ବି ଅଭିଯୁକ୍ତ ସ୍ବାମୀ ଜ୍ୟୋତି ପ୍ରଧାନଝଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇପାରିନି।
Posted inHome Left, ଆମ ଜିଲା ଖବର, ବଲାଙ୍ଗୀର View All
ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ
ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...
୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ
ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...
ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା
ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍ ଖେଳାଯିବ। ଏନେଇ ଦୁଇ ଦଳର...
ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…
ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...
ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..
ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...
ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ
ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...
ଗାଁକୁ ଫେରିବା ବେଳେ ବାଇକ୍କୁ ଧକ୍କାଦେଲା ବୁଲେଟ୍, ଚାଲିଗଲା ସଳିତା ବିକାଳିଙ୍କ ଜୀବନ
ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...
ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ
କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...
Archives


