ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ବେପାରୀଙ୍କୁ ଧରିଲା ପୋଲିସ: ୪ ଗିରଫ, ୫୦ କେଜି ଗଞ୍ଜେଇ ଜବତ

ଦାରିଙ୍ଗବାଡି, ୭।୫ (ଅରୁଣ ସାହୁ): ଗଞ୍ଜେଇ ବେପାରୀ ଛନ୍ଦି ହେଲେ  ପୋଲିସର ପଞ୍ଝାରେ । ଜଣେ କି ଦୁଇ ଜଣ ନୁହଁ ୪ ଜଣ ଗଞ୍ଜେଇ ବେପାରୀଙ୍କୁ ଫିଲ୍ପ ଷ୍ଟାଇଲରେ ଧରିଲା ପୋଲିସ। ଫିଲ୍ମ ଷ୍ଟାଇଲରେ ଅପରେସନ ପରେ ଖସି ପାରିଲେନି ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା  ଦାରିଙ୍ଗବାଡି ଥାନା ଅଞ୍ଚଳର ଜାତୀୟ ରାଜପଥରେ।
ପ୍ରକାଶ ଯେ, ପ୍ରତିଦିନ ଭଳି ପୋଲିସ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ କାରକୁ ସନ୍ଦେହ ହେବାରୁ ପୋଲିସ ଅଟକାଇଥିଲା ଉକ୍ତ କାରରେ ଚାଳକଙ୍କ ସହ ଦୁଇଜଣ ଥିଲେ ପୋଲିସ ସେମାନଙ୍କୁ ପଚରାଉଚରା କରିଥିଲା ତେବେ କାରର ଚାଳକଙ୍କ କଥାରେ ସନ୍ଦେହ ହୋଇଥିଲା। ଏହା  ସହ ଚାଳକଙ୍କୁ ପୋଲିସ ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠି ପୂର୍ବରୁ ଦେଖିଲା ଭଳି ଅନୁଭବ ହେବାରୁ ସେ ନିଜ ମୋବାଇଲରେ ଉକ୍ତ ଚାଳକଙ୍କ ଏକ ମାମଲାରେ ଫଟୋ ଥିବା ଦେଖିଥିଲେ। ପରେ ସେ ଜାଣିଲେ  ସେ ଫେରାର ଅଭିଯୁକ୍ତ ଅରୁଣ ନାହାକ ଓ ତାଙ୍କ ଘର ଗଞ୍ଜାମ ଜିଲା ରମ୍ଭା ଥାନା କଣ୍ଟାପଡା । ପୂର୍ବରୁ ସେ ଏକ ଗଞ୍ଜେଇ ମାମଲାରେ ପୋଲିସ ଠାରୁ ଖସି ପଳାଇଥିଲେ ।ପୋଲିସ ଅରୁଣ ଏବଂ ତାଙ୍କ ସହଯୋଗୀଙ୍କୁ ଥାନାକୁ ଆଣି ପଚରା ଉଚରା କରିଥିଲା । ଅରୁଣ ପୋଲିସକୁ ସବୁ ସତ କହିବା ସହ ସେମାନେ ମାଷ୍ଟରମାଇଣ୍ଡ ରଞ୍ଜିତନାହାକଙ୍କ ସହ ୫ ଜଣ ଗଞ୍ଜେଇ ନେବାକୁ ଆସିଥିବା କହିଥିଲେ।  ଏହାର ସୁଯୋଗ ନେଇ ପୋଲିସ ଅରୁଣ ଏବଂ ତାଙ୍କ ସହଯୋଗୀଙ୍କୁ ଥାନାରେ ବସାଇ ତାଙ୍କ କାର ଏବଂ ମୋବାଇଲକୁ ବ୍ୟବହାର କରି ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠି, ତଦନ୍ତକାରୀ ଅଧିକାରୀ ଲଷ୍ମୀ ମାଝୀ ସଦଳବଳ ଉକ୍ତ କାର ରେ ଗଞ୍ଜେଇ ଥିବା ସ୍ଥାନକୁ ଯାଇ ଅନ୍ୟ ଅଭିଯୁକ୍ତଙ୍କ ସମେତ ଗଞ୍ଜେଇକୁ ଜବତ କରିଥିଲା । ତେବେ କୌଶଳ କ୍ରମେ ମାଷ୍ଟର ମାଇଣ୍ଡ ଥିବା ରଞ୍ଜିତ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ପୋଲିସ ମୋଟ ୪ ଜଣ ତଥା ଅରୁଣ ନାହାକଙ୍କ ସମେତ ରମ୍ଭା ଥାନା ଅଞ୍ଚଳ ଏଚ.ବୁରୁଡି ଗ୍ରାମର ବିଶ୍ୱଜିତ ନାହାକ, କଣ୍ଟାପଡା ଗ୍ରାମର ରମାକାନ୍ତ ନାହାକ, ଏବଂ ଦାରିଙ୍ଗବାଡି ବ୍ଲକ ବାଲିଗୁଡା ଥାନା ଅଞ୍ଚଳ ସାମନବାଡି ଗ୍ରାମର ସଞ୍ଜୀବ ଦିଗଲ ଙ୍କୁ ପୋଲିସ ଗିରଫ କରିଛି।
ତାଙ୍କ ନାମରେ ମାମଲା ( ୮୩/୨୫ ) ରୁଜୁ କରି ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଖୋଜୁଥିବା ପୋଲିସ କହିଛି। ସୂଚନା ଯୋଗ୍ୟ ଯେ ମୁଖ୍ୟ ଅଭିଯୁକ୍ତ ଗଞ୍ଜାମ ଜିଲା ରମ୍ଭା ଥାନାଏଚ.ବୁରୁଡି ଗ୍ରାମର ରଞ୍ଜିତ ନାହାକଙ୍କ ନାମରେ ପୂର୍ବରୁ ଦାରିଙ୍ଗବାଡି ଥାନାରେ ମାମଲା (୨୧ /୨୫)ମାମଲା ରହିଛି । ସେ ସେହି ସମୟରେ ଏକ କାର ରେ ୩୦ କିଲୋ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ ମାଡି ବସିଥିଲା ସେହି ସମୟରେ ରଂଜିତ ଗିରଫ ହୋଇଥିବା ବେଳେ ଅରୁଣ ନାହାକ ଫେରାର ହୋଇଯାଇଥିଲେ। ରଞ୍ଜିତ ଜେଲରୁ ବାହାରିବା ପରେ ପୁଣି ଗଞ୍ଜେଇ ବ୍ୟବସାୟ କରୁଥିବା ପୋଲିସ କହିଛି।

Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri