ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ବେପାରୀଙ୍କୁ ଧରିଲା ପୋଲିସ: ୪ ଗିରଫ, ୫୦ କେଜି ଗଞ୍ଜେଇ ଜବତ

ଦାରିଙ୍ଗବାଡି, ୭।୫ (ଅରୁଣ ସାହୁ): ଗଞ୍ଜେଇ ବେପାରୀ ଛନ୍ଦି ହେଲେ  ପୋଲିସର ପଞ୍ଝାରେ । ଜଣେ କି ଦୁଇ ଜଣ ନୁହଁ ୪ ଜଣ ଗଞ୍ଜେଇ ବେପାରୀଙ୍କୁ ଫିଲ୍ପ ଷ୍ଟାଇଲରେ ଧରିଲା ପୋଲିସ। ଫିଲ୍ମ ଷ୍ଟାଇଲରେ ଅପରେସନ ପରେ ଖସି ପାରିଲେନି ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା  ଦାରିଙ୍ଗବାଡି ଥାନା ଅଞ୍ଚଳର ଜାତୀୟ ରାଜପଥରେ।
ପ୍ରକାଶ ଯେ, ପ୍ରତିଦିନ ଭଳି ପୋଲିସ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ କାରକୁ ସନ୍ଦେହ ହେବାରୁ ପୋଲିସ ଅଟକାଇଥିଲା ଉକ୍ତ କାରରେ ଚାଳକଙ୍କ ସହ ଦୁଇଜଣ ଥିଲେ ପୋଲିସ ସେମାନଙ୍କୁ ପଚରାଉଚରା କରିଥିଲା ତେବେ କାରର ଚାଳକଙ୍କ କଥାରେ ସନ୍ଦେହ ହୋଇଥିଲା। ଏହା  ସହ ଚାଳକଙ୍କୁ ପୋଲିସ ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠି ପୂର୍ବରୁ ଦେଖିଲା ଭଳି ଅନୁଭବ ହେବାରୁ ସେ ନିଜ ମୋବାଇଲରେ ଉକ୍ତ ଚାଳକଙ୍କ ଏକ ମାମଲାରେ ଫଟୋ ଥିବା ଦେଖିଥିଲେ। ପରେ ସେ ଜାଣିଲେ  ସେ ଫେରାର ଅଭିଯୁକ୍ତ ଅରୁଣ ନାହାକ ଓ ତାଙ୍କ ଘର ଗଞ୍ଜାମ ଜିଲା ରମ୍ଭା ଥାନା କଣ୍ଟାପଡା । ପୂର୍ବରୁ ସେ ଏକ ଗଞ୍ଜେଇ ମାମଲାରେ ପୋଲିସ ଠାରୁ ଖସି ପଳାଇଥିଲେ ।ପୋଲିସ ଅରୁଣ ଏବଂ ତାଙ୍କ ସହଯୋଗୀଙ୍କୁ ଥାନାକୁ ଆଣି ପଚରା ଉଚରା କରିଥିଲା । ଅରୁଣ ପୋଲିସକୁ ସବୁ ସତ କହିବା ସହ ସେମାନେ ମାଷ୍ଟରମାଇଣ୍ଡ ରଞ୍ଜିତନାହାକଙ୍କ ସହ ୫ ଜଣ ଗଞ୍ଜେଇ ନେବାକୁ ଆସିଥିବା କହିଥିଲେ।  ଏହାର ସୁଯୋଗ ନେଇ ପୋଲିସ ଅରୁଣ ଏବଂ ତାଙ୍କ ସହଯୋଗୀଙ୍କୁ ଥାନାରେ ବସାଇ ତାଙ୍କ କାର ଏବଂ ମୋବାଇଲକୁ ବ୍ୟବହାର କରି ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠି, ତଦନ୍ତକାରୀ ଅଧିକାରୀ ଲଷ୍ମୀ ମାଝୀ ସଦଳବଳ ଉକ୍ତ କାର ରେ ଗଞ୍ଜେଇ ଥିବା ସ୍ଥାନକୁ ଯାଇ ଅନ୍ୟ ଅଭିଯୁକ୍ତଙ୍କ ସମେତ ଗଞ୍ଜେଇକୁ ଜବତ କରିଥିଲା । ତେବେ କୌଶଳ କ୍ରମେ ମାଷ୍ଟର ମାଇଣ୍ଡ ଥିବା ରଞ୍ଜିତ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ପୋଲିସ ମୋଟ ୪ ଜଣ ତଥା ଅରୁଣ ନାହାକଙ୍କ ସମେତ ରମ୍ଭା ଥାନା ଅଞ୍ଚଳ ଏଚ.ବୁରୁଡି ଗ୍ରାମର ବିଶ୍ୱଜିତ ନାହାକ, କଣ୍ଟାପଡା ଗ୍ରାମର ରମାକାନ୍ତ ନାହାକ, ଏବଂ ଦାରିଙ୍ଗବାଡି ବ୍ଲକ ବାଲିଗୁଡା ଥାନା ଅଞ୍ଚଳ ସାମନବାଡି ଗ୍ରାମର ସଞ୍ଜୀବ ଦିଗଲ ଙ୍କୁ ପୋଲିସ ଗିରଫ କରିଛି।
ତାଙ୍କ ନାମରେ ମାମଲା ( ୮୩/୨୫ ) ରୁଜୁ କରି ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଖୋଜୁଥିବା ପୋଲିସ କହିଛି। ସୂଚନା ଯୋଗ୍ୟ ଯେ ମୁଖ୍ୟ ଅଭିଯୁକ୍ତ ଗଞ୍ଜାମ ଜିଲା ରମ୍ଭା ଥାନାଏଚ.ବୁରୁଡି ଗ୍ରାମର ରଞ୍ଜିତ ନାହାକଙ୍କ ନାମରେ ପୂର୍ବରୁ ଦାରିଙ୍ଗବାଡି ଥାନାରେ ମାମଲା (୨୧ /୨୫)ମାମଲା ରହିଛି । ସେ ସେହି ସମୟରେ ଏକ କାର ରେ ୩୦ କିଲୋ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ ମାଡି ବସିଥିଲା ସେହି ସମୟରେ ରଂଜିତ ଗିରଫ ହୋଇଥିବା ବେଳେ ଅରୁଣ ନାହାକ ଫେରାର ହୋଇଯାଇଥିଲେ। ରଞ୍ଜିତ ଜେଲରୁ ବାହାରିବା ପରେ ପୁଣି ଗଞ୍ଜେଇ ବ୍ୟବସାୟ କରୁଥିବା ପୋଲିସ କହିଛି।

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri