ଆନ୍ତଃ ରାଜ୍ୟ ଠକଙ୍କୁ ଭବାନୀପାଟଣା ଜେଲରୁ ଆଣିଲା ପୋଲିସ

ବ୍ରହ୍ମପୁର ଅଫିସ,୨୧ା୩: ବ୍ରହ୍ମପୁର ପୋଲିସର ଏକ ଟିମ୍‌ ସୋମବାର ଭବାନୀପାଟଣା ଜିଲା କାରାଗାରରେ ଥିବା ଜଣେ ଆନ୍ତଃ ରାଜ୍ୟ ଠକଙ୍କୁ ବ୍ରହ୍ମପୁର ଆଣିଥିଲା। ଅଭିଯୁକ୍ତ ଜଣଙ୍କ ହେଲେ ଟାଉନ ଥାନା ଅନ୍ତର୍ଗତ ବିଜିପୁରର ସୁମନ ଶେଖର ରାଉତ(୩୦)। ପୋଲିସ ସୁମନଙ୍କୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରିଥିଲା। ସୁମନଙ୍କ ନାମରେ ଗୋଷାଣୀନୂଆଗଁା ଥାନାରେ ନଂ. ୬୬/୨୩ ରେ ରୁଜୁ ହୋଇଥିବା ମାମଲାରେ କୋର୍ଟ ତାଙ୍କୁ ଜଡିତ କରିଥିଲେ। ସେହିପରି ପୋଲିସ ସୁମନଙ୍କୁ ଦୁଇଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲେ, କୋର୍ଟ ଦୁଇଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି। ଫଳରେ ପୋଲିସ ସୁମନଙ୍କୁ ସୋମବାର ଅପରାହ୍ନରୁ ରିମାଣ୍ଡରେ ନେଇଛି। ଆସନ୍ତା ବୁଧବାର ଅପରାହ୍ନରେ ସୁମନଙ୍କୁ ପୁଣିଥରେ କୋର୍ଟରେ ହାଜର କରିବାକୁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଥିବା ବ୍ରହ୍ମପୁର ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା ସୂଚନା ଦେଇଛନ୍ତି। ସେହିପରି ସୁମନଙ୍କ ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟ ଫ୍ରିଜ୍‌ କରାଯିବ ବୋଲି ସେ କହିଥିଲେ। ସୁମନ ମହାରାଷ୍ଟ୍ର ନାଗପୁରରେ ଏକ ଏନ୍‌ଜିଓ ସଂସ୍ଥାରୁ ୪କୋଟି ଓ ଭବାନୀପାଟଣାରୁ ୨କୋଟି ଟଙ୍କା ଠକେଇ କରିଥିଲେ। ସେହିପରି ବ୍ରହ୍ମପୁର ଗୋଷାଣୀନୂଆଗଁା ଥାନା ଅଞ୍ଚଳରେ ଥିବା ଏକ ସଂସ୍ଥାରୁ ୪୦ଲକ୍ଷ ୬୫ ହଜାର ଟଙ୍କା ଠକିଥିଲେ। ଗତ ଫେବୃୟାରୀ ୨୩ରେ ଭବାନୀପାଟଣା ପୋଲିସ ସୁମନଙ୍କୁ ନାଗପୁରରୁ ଗିରଫ କରିଥିଲା। ପରେ ତାଙ୍କୁ ଭବାନୀପାଟଣା ଜିଲା କାରାଗାରକୁ ପଠାଇ ଦିଆଯାଇଥିଲା। ସେଠାରେ ସେ ବିଚାରାଧୀନ ବନ୍ଦୀ ଭାବେ ଥିଲେ। କୋର୍ଟଙ୍କ ଅନୁମତିକ୍ରମେ ପୋଲିସର ଏକ ଟିମ୍‌ ଭବାନୀପାଟଣା ଯାଇଥିଲା। ସୋମବାର ଜିଲା କାରାଗାରରୁ ସୁମନଙ୍କୁ ଆଣି ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ବ୍ରହ୍ମପୁର ବିଜିପୁର ଟ୍ୟାଙ୍କ ରୋଡ୍‌ରେ ଶିକ୍ଷା ଓ ଅର୍ଥନୈତିକ ବିକାଶ ସମିତି ନାମରେ ଏକ ବେସରକାରୀ ସଂସ୍ଥା ରହିଛି। ଏଥିରେ ବ୍ରହ୍ମପୁର ବିଜିପୁର ଟ୍ୟାଙ୍କ ରୋଡ୍‌ର ଜଣେ ଯୁବକ ମହାରାଷ୍ଟ୍ର ନାଗପୁରରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଦୀର୍ଘ ମାସ ଧରି କାମ କରିବା ପରେ ସେ ବିଭିନ୍ନ ଆର୍ଥିକ କାରବାର ବୁଝାବୁଝି କରୁଥିଲେ। ଗତ ବର୍ଷ ଡିସେମ୍ବର ୧୫ରେ ସଂସ୍ଥାର ଦିଲ୍ଲୀସ୍ଥିତ ଷ୍ଟେଟବ୍ୟାଙ୍କ ଆକାଉଣ୍ଟରୁ ଉକ୍ତ ଯୁବକ ଜଣଙ୍କ ଚଞ୍ଚକତା କରି ନିଜ ବ୍ୟାଙ୍କ ଆକାଉଣ୍ଟକୁ ୪୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରି ନେଇଯାଇଥିଲେ। ସେହିପରି ଚଳିତବର୍ଷ ଜାନୁୟାରୀ ୧୧ରେ ପୁଣିଥରେ ୬୫ ହଜାର ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ନେଇଥିଲେ। ତେବେ ମୋଟ ୪୦ ଲକ୍ଷ ୬୫ ହଜାର ଠକେଇ କରିବା ପୂର୍ବରୁ ଯୁବକ ଜଣଙ୍କ ସଂସ୍ଥାର ମୋବାଇଲ ନମ୍ବର ବଦଳରେ ବ୍ୟାଙ୍କରେ ନିଜ ମୋବାଇଲ ନମ୍ବର ଦାଖଲ କରିଥିଲେ। ଯେଉଁଥିପାଇଁ ସଂସ୍ଥା କର୍ତ୍ତୃପକ୍ଷ ଉକ୍ତ ଟଙ୍କା ଟ୍ରାନ୍ସଫର ବିଷୟରେ ଜାଣିପାରି ନ ଥିଲେ। ପରେ ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଖାଲି ହୋଇଯାଇଥିବା କଥା ଜଣାପଡିବା ପରେ ଖୋଳତାଡ ଆରମ୍ଭ ହୋଇଥିଲା। ସୁମନ ଉକ୍ତ ଟଙ୍କା ହଡପ କରିଥିବା ଜଣାପଡ଼ିବା ପରେ ସଂସ୍ଥା ପକ୍ଷରୁ ଏଚ୍‌. ରଞ୍ଜନ ନାୟକ ଗୋଷାଣୀନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି ନଂ.୬୬/୨୩ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୩୧ା୩(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri