Posted inଜାତୀୟ

ମହିଳା ରେସ୍‌ଲରଙ୍କ ସହିତ ବ୍ରିଜ୍‌ଭୂଷଣଙ୍କ କାର୍ଯ୍ୟାଳୟରେ ପୋଲିସ

ନୂଆଦିଲ୍ଲୀ, ୧୦ା୬(ପି.ଟି.): ମହିଳା ରେସ୍‌ଲରଙ୍କ ପ୍ରତି ଯୌନଶୋଷଣ ମାମଲାରେ ଭାରତୀୟ ରେସଲିଂ ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ପୂର୍ବତନ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି ଦିଲ୍ଲୀ ପୋଲିସ। ଜଣେ ମହିଳା ରେସ୍‌ଲରଙ୍କ ସହିତ ଦିଲ୍ଲୀ ପୋଲିସ ଘଟଣାସ୍ଥଳକୁ ଯାଇ ସିନ୍‌ ରିକ୍ରିଏଶନ୍‌ କରିଥିଲା। ଏହା ପୂର୍ବରୁ ଜୁନ୍‌ ୧୫ ମଧ୍ୟରେ ଦିଲ୍ଲୀ ପୋଲିସ ଏହାର ଚାର୍ଜଶିଟ୍‌ ଦାଖଲ କରିବା ପାଇଁ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଯନ୍ତରମନ୍ତରଠାରେ ଚାଲିଥିବା ମାସେବ୍ୟାପୀ ଆନ୍ଦୋଳନ ବନ୍ଦ ରହିଥିଲା। ଶୁକ୍ରବାର ଦିଲ୍ଲୀ ପୋଲିସ ଅପରାହ୍ନ ୧.୩୦ରେ ପହଞ୍ଚି ପ୍ରାୟ ୩୦ ମିନିଟ ଧରି ତଦନ୍ତ କରିଥିଲା। କେଉଁ ପରିସ୍ଥିତିରେ ମହିଳାଙ୍କ ସହିତ ଅସଦାଚରଣ ଘଟିଥିଲା, ସିନ୍‌ ରିକ୍ରିଏଶନ୍‌ ଜରିଆରେ ଏହାକୁ ବୁଝିବାକୁ ପ୍ରୟାସ କରାଯାଇଥିଲା। ଡବ୍ଲ୍ୟୁଏଫ୍‌ଆଇ ପରିସରରୁ ପୋଲିସ୍‌ ଟିମ୍‌ ଯିବା ପରେ ଭିନେଶ ଫୋଗତ ଟୁଇଟ୍‌ କରି ବ୍ରିଜ୍‌ଭୂଷଣଙ୍କୁ ସମାଲୋଚନା କରିଥିଲେ। ଏହାସହିତ କିଛି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ବ୍ରିଜ୍‌ଭୂଷଣ କେତେ ଶକ୍ତିଶାଳୀ ତାହା ସମସ୍ତେ ଜାଣନ୍ତି। ନିଜର ବାହୁବଳ, ଅର୍ଥବଳ ଓ ମିଡିଆର ସହଯୋଗ ବଳରେ ସେ ଏଭଳି ମିଥ୍ୟା ଖବର ପ୍ରସାର କରୁଛନ୍ତି। ପୋଲିସ୍‌ ରେସ୍‌ଲରଙ୍କୁ ହଇରାଣ କରିବା ପରିବର୍ତ୍ତେ ତାଙ୍କୁ ଗିରଫ କଲେ ହିଁ ନ୍ୟାୟ ମିଳିପାରିବ, ନଚେତ୍‌ ଏହାର ସମ୍ଭାବନା କମ୍‌ ବୋଲି ଭିନେଶ ଟୁଇଟ୍‌ କରିଥିଲେ। ମହିଳା ରେସ୍‌ଲରମାନେ ଘଟଣାସ୍ଥଳକୁ ତଦନ୍ତ ପାଇଁ ଯାଇଥିବା ବେଳେ ସେମାନେ ବୁଝାମଣା ପାଇଁ ଯାଇଥିବା କିଛି ଚ୍ୟାନେଲରେ ଦେଖିବାକୁ ମିଳିଥିଲା। ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଏହି ମାମଲାର ତଦନ୍ତ କରୁଛି। ବର୍ତ୍ତମାନ ସୁଦ୍ଧା ଏସ୍‌ଆଇଟି ଟିମ୍‌ ପ୍ରାୟ ୧୮୦ ଜଣ ଲୋକଙ୍କୁ ପଚରାଉଚରା କରିସାରିଛି। ଉଲ୍ଲେଖଯୋଗ୍ୟ, ଅସଦାଚରଣ ମାମଲାରେ ବ୍ରିଜ୍‌ଭୂଷଣଙ୍କୁ ଗିରଫ ଦାବିରେ ଯନ୍ତରମନ୍ତରଠାରେ ଧାରଣାରେ ବସିଥିଲେ ଅଲିମ୍ପିକ୍ସ ପଦକ ବିଜେତା ସାକ୍ଷୀ ମଲିକ୍‌, ବଜରଙ୍ଗ ପୁନିଆ ଓ ଏସିଆନ୍‌ ସ୍ବର୍ଣ୍ଣ ବିଜୟିନୀ ଭିନେଶ ଫୋଗତ। ସରକାରଙ୍କ ପ୍ରତିଶ୍ରୁତି ପରେ ବର୍ତ୍ତମାନ ଏହି ଧାରଣା ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri