ଭବାନୀପାଟଣା,୩୧।୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମର ଯୁବ ପୋଲିସ ASI ପରିତୋଷ ମିଶ୍ର(୩୯)ଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ହୋଇଛି। ସେ ଅନୁଗୋଳ ଜିଲାରେ ପୋଲିସ ASI ଭାବେ ତାଲିମ ନେଉଥିଲେ। ତେବେ ଶୁକ୍ରବାର ରାତିରେ ସେଠାରେ ପଡିଯିବାରୁ ମୁଣ୍ଡରେ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଶନିବାର ସାରେ ତାଙ୍କ ମରଶରୀର ପୈତୃକ ଗାଁ ବଳରାମପୁରରେ ପହଞ୍ଚିଥିଲା। ସେଠାରେ ଶୋକାକୂଳ ପରିବେଶରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଅବସରପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ମିଶ୍ରଙ୍କ ସେ କନିଷ୍ଠ ପୁଅ ହୋଇଥିବାବେଳେ ତାଙ୍କର ସ୍ତ୍ରୀ ଓ ୨ ଛୋଟ ଝିଅ ପୁଅ ଅଛନ୍ତି। ତାଙ୍କ ପରଲୋକ ଖବର ପ୍ରଚାରିତ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଆହୁରି ପଢ଼ନ୍ତୁ…
କାଉନ୍ସିଲରଙ୍କ ଘରୁ ଲୁଟ୍: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

