ୟୁଟ୍ୟୁବର ରାହୁଲ୍‌ ମହାରଣା ହତ୍ୟା ପଛରେ ଏହିମାନେ, ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧।୩: ରାଜଧାନୀରେ ୟୁଟ୍ୟୁବର ରାହୁଲ୍‌ ମହାରଣା ହତ୍ୟା ମାମଲାରେ ଜଣେ ଯବାନଙ୍କ ସହ ୩ ଗିରଫ ହୋଇଛନ୍ତି। ଜଣେ ଯବାନ ଓ ତାଙ୍କର ୨ ପୁତୁରାଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ମଦ୍ୟପାନ ଓ ପରେ ଯୁକ୍ତିତର୍କକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଥିଲା। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା ଜଣେ ୟୁଟ୍ୟୁବ ବ୍ଲଗର ଥିଲେ। ରାତିରେ ୪ରୁ ୫ ଜଣ ରାହୁଲଙ୍କୁ ଛୁରି ଭୁସି ହତ୍ୟା କରିଥିଲେ।

ରାହୁଲଙ୍କୁ ରକ୍ତ ଜଡ଼ୁଜୁଡ଼ୁ ଅବସ୍ଥାରେ ତୁରନ୍ତ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ ନିଆ ଯାଇଥିଲା। ପରେ କ୍ୟାପିଟାଲ ହସ୍ପିଟାଲ ସ୍ଥାନନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏ ଘଟଣା ଉକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ରାହୁଲ ଅକ୍ସିଜେନ ସିଲିଣ୍ଡର୍‌ କାରବାର କରନ୍ତି। ଏହା ସହ ସେ ଜଣେ ୟୁଟୁବ ବ୍ଲଗର୍‌ ଭାବେ ପରିଚିତ ଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀ ଘରକୁ ଯିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ବାଇକ ମୁହାଁମୁହିଁ ଧକ୍କାରେ…

ଅମରପାଲି,୧।୩(ପୀତାମ୍ବର ସାହୁ): ବୀରମହାରାଜପୁର-ଅମରପାଲି ରାସ୍ତାର ମୁର୍ଷୁଣ୍ଢୀ ବିଦ୍ୟୁତ ଗ୍ରୀଡ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା…

ଟାୱାର ମାଳମାଳ ହେଲେ ନେଟୱର୍କ ଦୁର୍ବଳ, 5G ଯୁଗରେ ହନ୍ତସନ୍ତ ଲୋକେ

ନନ୍ଦପୁର,୧।୩(ତୁଷାର କାନ୍ତ ମହାନ୍ତି): ମାର୍ଚ୍ଚ ମାସର ପ୍ରଥମଦିନରେ ଦୁର୍ବଳ ନେଟୱର୍କ ସେବା ଜନ ଜୀବନକୁ ପ୍ରଭାବିତ କରିଛି। ଶନିବାର ସକାଳୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର…

ଇସ୍ରାଏଲ ଯୁଦ୍ଧରେ ଖାମେନେଇଙ୍କ ମୃତ୍ୟୁ! କେମିତି ହୋଇଥିଲେ ସୁପ୍ରିମ ଲିଡର? ଜାଣନ୍ତୁ…

ତେହରାନ,୧।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହୋଇଛି। ଜଣେ ଇସ୍ରାଏଲୀ ଅଧିକାରୀଙ୍କ ଉଦ୍ଧୃତି ଦେଇ ରଏଟର୍ସ ଏହା ଦାବି କରିଛି। ଏହି ଘଟଣା…

ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଲେ ଲୁଟେରା ଗ୍ୟାଙ୍ଗ: ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍‌

କେନ୍ଦ୍ରାପଡ଼ା/ଆଳି,୧ା୩(ଜଗନ୍ନାଥ ଧଳ/ବନମାଳୀ ସେନାପତି): ଆଳି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏକ ଲୁଟେରା ଗ୍ୟାଙ୍ଗ ସିରିଜ ଲୁଟ୍‌ କରିବା ସହ ଜଣେ ବ୍ୟବସାୟୀଙ୍କ ଘରେ ଓ ଅଫିସରେ…

ହୋଟେଲ ଖାଦ୍ୟ ନିୟମିତ ଯାଞ୍ଚ ହେଉନାହିଁ : ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ସରକାରୀ ସୁବିଧା ମିଳୁନାହିଁ 

ଭଞ୍ଜନଗର,୧।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ଦିନକୁ ଦିନ ଛତୁ ଫୁଟିଲା ଭଳି ଛୋଟରୁ ବଡ ହୋଟେଲ ଖୋଲୁଛି। କିନ୍ତୁ ଉକ୍ତ ହୋଟେଲଗୁଡ଼ିକର ଖାଦ୍ୟ ନିୟମିତ…

ଖାମେନେଇଙ୍କ ମୃତ୍ୟୁ ପରେ ରାଗରେ ନିଆଁବାଣ ହେଲାଣି ପାକିସ୍ତାନ, ଆମେରିକୀୟ ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ, ୯ ମୃତ

କରାଚି,୧।୩: ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ହତ୍ୟା ଖବର ପ୍ରସାରିତ ହେବା ପରେ ପାକିସ୍ତାନର କରାଚୀରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଆମେରିକୀୟ ଦୂତାବାସ…

ମିଡ୍‌ ନାଇଟ୍‌ ଅପରେଶନ ପେଡ଼ି ଖୋଲିଲେ ପ୍ରଭାତ ବିଶ୍ୱାଳ, ସେଦିନ ପ୍ୟାରୀଙ୍କ ଘରେ କ’ଣ ସବୁ ହୋଇଥିଲା କହି…

ଭୁବନେଶ୍ୱର,୧ା୩: ମିଡ୍‌ ନାଇଟ୍‌ ଅପରେଶନ ପେଡ଼ି ଖୋଲିଛନ୍ତି ବିଜେଡିରୁ ବିତାଡ଼ିତ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ମିଡ୍‌ ନାଇଟ୍‌ ଅପରେଶନ ଓଡ଼ିଶା ରାଜନୀତିରେ ବେଶ୍‌ ଚର୍ଚ୍ଚିତ। କାରଣ…

ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ

ନୂଆପଡ଼ା,୧।୩(ମକାରୁ ବେମାଲ): କିଛିଦିନର ବ୍ୟବଧାନ ପରେ ନୂଆପଡ଼ା ଜିଲାରେ ପୁଣି କଲରାପତରିଆ ବାଘ ଆତଙ୍କ ଦେଖା ଦେଇଛି। ବାଘ ବୁଲୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri