ଦୁଇ ଲୁଟେରାଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୧୨।୧(ଡି.ଏନ.ଏ.): ରମ୍ଭା ଥାନା କଣ୍ଟାପଡା ଛକରୁ ଗତ କିଛି ଦିନ ତଳେ ଜଣେ ବ୍ୟକ୍ତିଙ୍କଠାରୁ କିଛି ଦୁର୍ବୃତ୍ତ ମୋବାଇଲ ଓ ଟଙ୍କା ଛଡାଇ ନେଇଥିବା ଅଭିଯୋଗ ହୋଇଥିଲା l ତେବେ ଗୁରୁବାର ଦୁଇ ଲୁଟେରାଙ୍କୁ ବ୍ରହ୍ମପୁରରୁ ଗିରଫ କରାଯାଇଥିବା ରମ୍ଭା ଥାନା ଆଇଆଇସି ପି ସ୍ବରୂପ କିଷାନ ସୂଚନା ଦେଇଛନ୍ତି l ଅଭିଯୁକ୍ତମାନେ ହେଲେ ପାଟପୁର ଥାନା ଲୁଣୀଲଥିର ଆର ମୁନା ରେ ଓ ଜରଡ଼ା ଥାନା ମୌନବାଡ଼ ଗ୍ରାମର ସାରଥୀ ଶବର l ଏଥିସହ ସେମାନେ ବ୍ୟବହାର କରୁଥିବା ବାଇକ୍‌କୁ ମଧ୍ୟ ପୋଲିସ ଜବତ କରିଛି l ସୂଚନାଯୋଗ୍ୟ, ଗତ ଡିସେମ୍ବର ୫ରେ ଗିରଫ ଦୁଇ ଲୁଟେରା ମୋବାଇଲ ଓ କିଛି ଟଙ୍କା ଲୁଟି ଦ୍ରୁତ ଗତିରେ ବାଇକ୍‌ରେ ନେଇ ବ୍ରହ୍ମପୁର ପଟେ ଚାଲିଯାଇଥିଲେ। ଏହାକୁ ନେଇ ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ରମ୍ଭା ଥାନାରେ ଅଭିଯୋଗ କରିଥିଲେl ଅଭିଯୋଗ ପରେ ପୋଲିସ ଅନୁସନ୍ଧାନ ଚଳାଇ ବିଭିନ୍ନ ଦିଗକୁ ନେଇ ଖୋଜାଖୋଜି ଆରମ୍ଭ କରିଥିଲା l ସେମାନେ ଲୁଟି ନେଇଥିବା ମୋବାଇଲ ନମ୍ବରକୁ ଟ୍ରାକ୍‌ କରି ବ୍ରହ୍ମପୁରରେ ଥିବା ଜାଣିବାକୁ ପାଇ ପୋଲିସ ଉଭୟଙ୍କୁ କାବୁ କରି ସଫଳ ହୋଇଥିଲା l ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରମ୍ଭା ଥାନା ପୋଲିସ ପକ୍ଷରୁ କୁହାଯାଇଛି l