ବୃଦ୍ଧଙ୍କୁ ହତ୍ୟା ଘଟଣା: ଛତ୍ରପୁରରୁ ହତ୍ୟାକାରୀଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ୨ୟ ଗଳିରେ ଗତ ୧୧ ତାରିଖରେ ରଙ୍କ ସେଠୀ(୬୭) ମୃତଦେହ ପୋଲିସ ଜବତ କରିଥିଲା। ତାଙ୍କ ଗଳା କଟାଯାଇ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ପୋଲିସ ସ୍ପଷ୍ଟ କରିଥିଲା। ଉକ୍ତ ହତ୍ୟା ମାମଲା ପର୍ଦ୍ଦାଫାଶ କରିଛି ପୋଲିସ। ହତ୍ୟାକାରୀ ଜଣଙ୍କ ଛତ୍ରପୁର ଅଞ୍ଚଳରେ ଲୁଚି ରହିଥିବା ବେଳେ ତାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣଙ୍କ ନିମଖଣ୍ଡି ବଡ଼ସାହିର ହରିହର ସାହୁ ଓରଫ ବାପିନି (୨୮)। ରଙ୍କ ସେଠୀ ଚା’ଦୋକାନରେ ହରିହରଙ୍କୁ ଗାଳିଗୁଳଜ କରି ଅପମାନ ଦେଉଥିବାରୁ ସେ ଅପମାନ ସହ୍ୟ ନ କରିପାରି ତାଙ୍କୁ ହତ୍ୟା କରିଥିଲେ। ଶନିବାର ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ଡ. ସର୍ଣା ବିବେକ ଏମ୍‌ ଏନେଇ ସୂଚନା ଦେଇଛନ୍ତି।