ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରି ଘଟଣା: ୪ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ) : ଗତ ୨୦୨୪ ନଭେମ୍ବର ୧୦ ତାରିଖ ମଧ୍ୟ ରାତ୍ରୀରେ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବୋଦାପଳସା ଗ୍ରାମର ଆରାଧ୍ୟ ଶ୍ରୀଚନ୍ଦ୍ରଶେଖର ମହେଶ ମନ୍ଦିରର ମୁଖ୍ୟ ଫାଟକର ତାଲା ଭାଙ୍ଗି ମନ୍ଦିରରୁ ଟଙ୍କା ଚୋରି ଘଟଣା ରେ ପୋଲିସକୁ ସଫଳତା ମିଳିଛି । ହୁଣ୍ଡି ଭାଙ୍ଗି ଚୋରମାନେ ପ୍ରାୟ ୨୫,୦୦୦ ଟଙ୍କା ଚୋରି କରି ନେଇଯାଇଥିଲେ। ଚୋରମାନଙ୍କୁ ସଦର ଥାନା ପୋଲିସ ଧରିବାରେ ସକ୍ଷମ ହୋଇଛି । ଏହି ବାବଦରେ ସଦର ଥାନା ପୋଲିସ କେସ ନମ୍ବର ୫୮୧/୨୦୨୪ ମାମଲା ରୁଜୁ ହୋଇ ତଦନ୍ତ କରି ଚୋରମାନଙ୍କୁ ଧରିବା ଜାରି ରଖିଥିଲେ।

ଗିରଫ ଚୋରମାନେ ହେଲେ ସଦର ଥାନା କେମ୍ପସଡା ଗ୍ରାମର ମଙ୍ଗଳୁ ମହନ୍ତ, ସୁନା ଓରଫ କୁନା ଓରଫ ସୁନାରାମ ମୁଣ୍ଡା, ଉପର କାଠ କରଞ୍ଜିଆ ଗ୍ରାମର ଟୁକୁ ଓରଫ ରବି ଓରଫ ରବୀନ୍ଦ୍ର ମୁଣ୍ଡା ଓ ଠୁଙ୍ଗୁ ଓରଫ ସୁରେଶ ମୁଣ୍ଡା ବୋଲି ପୋଲିସ ସୂଚନା ଦେଇଛି । ସଦର ପୋଲିସର ତଦନ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ଉପରୋକ୍ତ ଆସାମୀ ମାନେ ସଦର ଓ ଟାଉନ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନ ରେ ବିଭିନ୍ନ ସମୟରେ ବିଭିନ୍ନ ମନ୍ଦିର, ମାଲିକ ନଥିବା ସମୟରେ ଦୋକାନ ଓ ବାସଗୃହ ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି କରିଥିବାର ସନ୍ଧାନ ପାଇଛି । ସେମାନେ ସଦର ଥନାର ବିଭିନ୍ନ କେସ୍‌ରେ ସମ୍ପୃକ୍ତ ଥିବାର ପୋଲିସ ପାଖରେ ପ୍ରମାଣ ମିଳିଛି। ଉପାରୋକ୍ତ ଦୃର୍ବୁତ୍ତମାନେ ଦିନ ବେଳେ ବିଭିନ୍ନ ଜାଗାରେ ବୁଲି ବୁଲି ଖବର ସଂଗ୍ରହ କରନ୍ତି ଓ ରାତ୍ରୀ ସମୟ କିମା ନିଛାଟିଆର ସୁଯୋଗ ନେଇ ଘର, ମନ୍ଦିର ଓ ଦୋକାନରୁ ଚୋରି କରନ୍ତି ବୋଲି ଥାନା ଅଧିକାରୀ ଅମିତ କୁମାର ଭୂୟାଁ ଜଣାଇଛନ୍ତି। ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ଗିରଫ କଲା ଭିଜିଲାନ୍ସ: ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ହୋଇଥିଲା ଚଢାଉ

ବଞ୍ଚୋ,୩୧।୧୨ (ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri