ମୋବାଇଲ ଲୁଟେରାଙ୍କୁ ମାଡ଼ିବସିଲା ପୋଲିସ: ୧୩ ମୋବାଇଲ ଜବତ

ଦାରିଙ୍ଗବାଡି, ୧୭।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଦ୍ୱାରା ଜଣେ ମୋବାଇଲ ଲୁଟେରା ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକ ହେଲେ ଉକ୍ତ ଥାନା ପ୍ଳିହେରୀର ସୂରିୟା ପ୍ରଧାନ (୧୯) ବୋଲି ଡିଏସପି ତଥା ଦାରିଙ୍ଗବାଡି ଥାନା ଇନଚାର୍ଜ କନକ କୁମାର ମାଝୀ କହିଛନ୍ତି। ପୋଲିସ ଗିରଫ ଯୁବକଠାରୁ ବିଭିନ୍ନ କମ୍ପାନୀର ନୂଆ ମୋବାଇଲ ୧୩ ଟି ଜବତ କରିବା ସହ ଚୋରିରେ ବ୍ୟବହୃତ ଫ୍ଲାସ, କଟର, ସ୍କ୍ର୍ୟୁ ଡ୍ରାଇଭେର ଏବଂ ଏକ ବ୍ୟାଗକୁ ପୋଲିସ ଜବତ କରିଛି। ମୋବାଇଲର ଦାମ ପ୍ରାୟ ୭୦ହଜାର ହେବ ବୋଲି ଡିଏସପି ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ମେ ୨ରେ ଦାରିଙ୍ଗବାଡି ବଜାର ଉପରେ ରହିଥିବା ଏକ ମୋବାଇଲ ଦୋକାନରୁ ବିଳମ୍ବିତ ରାତିରେ ତାଲା କାଟି ମୋବାଇଲ ଚୋରି ହୋଇଯାଇଥିବା ୨୬ରେ ମୋବାଇଲ ଦୋକାନ ମାଲିକ ଅଜିତ କୁମାର ସାହୁ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାକୁ ଦାରିଙ୍ଗବାଡି ପୋଲିସ ଗୁରୁତର ସହ ନେବା ସହ ଘଟଣାକୁ ନିଜେ ଇନଚାର୍ଜ ଦାୟିତ୍ୱରେ ରହିଥିବା ଡିଏସପି କନକ କୁମାର ମାଝୀ ତଦନ୍ତ ଦାୟିତ୍ୱ ନେଇଥିଲେ। ତାଙ୍କୁ ଏ ଏସ ଆଇ ଶ୍ରୀନିବାସ ରେଡ୍ଡୀ, ଅର୍ଜୁନ ଶବର ତଦନ୍ତରେ ସହଯୋଗ କରିଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଓ ଫୋନ ଟ୍ରାକ କରି ସୂରିୟାଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ଡିଏସପି ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏନେଇ ପୋଲିସ ଏକ ମାମଲା (୯୬/୨୫)ରୁଜୁ କରି ଘଟଣାର ଅଧିକା ତଦନ୍ତ ଚଳାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ କଲେ ଝାଡ଼ଖଣ୍ଡର ଗ୍ରୁପ ବି ମହିଳା ମାଓବାଦୀ

ରାଉରକେଲା,୩୦।୩(ସଂଗୀତା ଜେନା): ସୀମାନ୍ତ ଅଞ୍ଚଳକୁ ମାଓବାଦୀ ମୁକ୍ତ କରିବାରେ ରାଉରକେଲା ପୋଲିସର ଜାରି ରହିଥିବା ଉଦ୍ୟମକୁ ପୁଣି ଏକ ସଫଳତା ମିଳିଛି। ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

ପାକିସ୍ତାନ ମାଧ୍ୟମରେ ଇରାନକୁ ଏମିତି ପ୍ରସ୍ତାବ ଦେଲେ ଟ୍ରମ୍ପ, ରାଗିଗଲା ତେହେରାନ, ଦେଲା ଏମିତି ଜବାବ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ ଇରାନ ଆମେରିକାର ୧୫-ସୂତ୍ରୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି , ତେହେରାନକୁ ଦିଆଯାଇଥିବା…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଧାନ କିଣା ନେଇ କାଲି ଥିଲା ଶେଷ ତାରିଖ, ଏପଟେ ଯୋଗାଣ ମନ୍ତ୍ରୀ କହିଦେଲେ…

ଭୁବନେଶ୍ୱର,୩୦।୩:ଚାଷୀଙ୍କ ପାଇଁ ବଡ଼ ଅପ୍‌ଡେଟ୍‌। ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ଼ ସୂଚନା। କାଲି ସୁଦ୍ଧା ଧାନ କିଣା ନେଇ…

ଷ୍ଟାଡିୟମରେ ପ୍ରେମିକାଙ୍କୁ ପ୍ରପୋଜ କରୁଥିଲେ ପ୍ରେମିକ: ରିଙ୍ଗ୍‌ ପିନ୍ଧାଇବା ସମୟରେ ଘଟିଗଲା ଏମିତି କିଛି…ଦେଖନ୍ତୁ Video

ମୁମ୍ବାଇ,୩୦।୩: ଆଇପିଏଲ୍‌ ୨୦୨୬ ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିଲା। ମୁମ୍ବାଇ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri