ଉତ୍ତରପ୍ରଦେଶର ୬ ଯୁବକଙ୍କୁ ବାନ୍ଧିଲା ପୋଲିସ, ବୁଲିବୁଲି ବିକ୍ରି କରୁଥିଲେ…

ଭଞ୍ଜନଗର,୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ସୋମବାର ଉତ୍ତରପ୍ରଦେଶର ୬ ଜଣ ଯୁବକଙ୍କୁ ଗିରଫ କରି ଭଞ୍ଜନଗର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଗ୍ରାମରେ ବୁଲିବୁଲି କିଛି ନାମୀଦାମୀ କମ୍ପାନୀର ଜିନିଷକୁ କମ୍‌ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ପୋଲିସର ସନ୍ଦେହ ବଢ଼ିବା ସହ ଅଭିଯୁକ୍ତମାନଙ୍କୁ ଅଟକ ରଖି ବିକ୍ରି କରୁଥିବା ଜିନିଷର ରସିଦ ମାଗିଥିଲେ। କିନ୍ତୁ ସେମାନେ ରସିଦ ଦେଖାଇ ପାରି ନ ଥିଲେ। ତେଣୁ ଏହା ଚୋରା ଜିନିଷ କିମ୍ବା ନ ହେଲେ ନକଲି ଜିନିଷ ହୋଇଥିବ ବୋଲି ପୋଲିସ ସନ୍ଦେହ କରୁଛି। ତେଣୁ ଏହିଭଳି ବେନିୟମ କାରବାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଏଥିସହ ସେମାନଙ୍କଠାରୁ ପୋଲିସ ଏକାଧିକ ମୋବାଇଲ ଫୋନ୍‌, ଗ୍ୟାସ ଚୁଲା, ଏଲ୍‌ଇଡି ଟିଭି, ଘଣ୍ଟା, ଗାଡ଼ି ପ୍ରମୁଖ ଜିନିଷ ଜବତ କରିଛି। ଏନେଇ ପୋଲିସ ୬୯/୨୦୨୬ ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତମାନେ ଭଞ୍ଜନଗର ସହର କେନାଲ ସାହିରେ ଉତ୍ତରପ୍ରଦେଶରୁ ଆସି ଭଡ଼ା ଘରେ ରହି ବୁଲିବୁଲି ବ୍ୟବସାୟ କରୁଥିଲେ। ଗତକାଲି ସେଥିମଧ୍ୟରୁ ଦୁଇଜଣ ରାଇପଲ୍ଲୀ ଅଞ୍ଚଳରେ ନାମୀଦାମୀ ବ୍ରାଣ୍ଡ ଲୋଗୋ ଥିବା ଏକ ଟିଭିକୁ ୮୦୦୦ ଟଙ୍କାରେ ଗ୍ରାହକଙ୍କୁ ବିକ୍ରି କରୁଥିଲେ। ଏନେଇ ଲୋକେ ସନ୍ଦେହ କରି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଆସିବାର ଜାଣି ସେମାନେ ସେଠାରୁ ଚାଲି ଯାଇଥିଲେ। ଏହାପରେ ପୋଲିସ ତିନିଛକିଆ ନିକଟରେ ସେମାନଙ୍କୁ କାବୁ କରି ପଚରାଉଚରା କରିବା ପରେ ସେମାନେ ଧରିଥିବା ଜିନିଷର ବିଲ ଦେଖାଇ ପାରି ନ ଥିଲେ। ତେଣୁ ପୋଲିସ ତଦନ୍ତ କରି ସର୍ବ ମୋଟ୍‌ ୬ ଜଣକୁ ଗିରଫ କରିଛି। ଏନେଇ ଥାନା ଅଧିକାରିଣୀ ଶୁଭଲକ୍ଷ୍ମୀ ପୂଜାରୀ ଏଠାରେ କହିଛନ୍ତି ଯେ, ବିକ୍ରି କରାଯାଉଥିବା ଜିନିଷଗୁଡ଼ିକ ନକଲି ହୋଇଥାଇପାରେ ନ ହେଲେ ତାହା ଚୋରି ଜିନିଷ ହୋଇଥିବ। ତେଣୁ ଲୋକଙ୍କ ଅଭିଯୋଗକୁ ଆଧାର କରି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚିତା ସଂଖ୍ୟା ବୃଦ୍ଧି: କୁନୋ ଜାତୀୟ ଉଦ୍ୟାନରେ ଜ୍ୱାଲାର ୫ ଛୁଆ ଜନ୍ମ

ନୂଆଦିଲ୍ଲୀ,୯ା୩: ନାମିବ୍ୟାରୁ ଅଣାଯାଇଥିବା ଚିତା ଜ୍ୱାଳା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସୋମବାର ୫ ଶାବକ ଜନ୍ମ କରିବାରୁ ଭାରତରେ ଚିତାସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ଭାରତର…

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ଦିନ ଦ୍ବିପ୍ରହରରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା) ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଯିବା ସମୟରେ ଲୁଟେରାମାନେ ଦିନ ଦ୍ବିପ୍ରହରରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।…

ନେପାଳରେ RSPର ଜବରଦସ୍ତ ବିଜୟ: ମୋଦି କହିଲେ…

କାଠମାଣ୍ଡୁ,୯।୩: ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (RSP) ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି। ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ନେତୃତ୍ୱରେ RSP ପୂର୍ବତନ ପ୍ରଧାନମନ୍ତ୍ରୀ କେପି…

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ୪ ଛାତ୍ରୀ ଆହତ

ସମ୍ବଲପୁର,୯।୩: ସମ୍ବଲପୁର ସହରରେ ସୋମବାର ରାତିରେ ଏକ ବିବାହ ପ୍ରୋସେସନ ବେଳେ ଅଘଟଣ ଘଟିଛି। ପ୍ରୋସେସନ ବେଳେ ହଷ୍ଟେଲ ପରିସରରେ ବାଣ ଫୁଟି ୪ଜଣ ଛାତ୍ରୀ ଆହତ…

ଇରାନରେ ଏସିଡ୍‌ ବର୍ଷା: ତୈଳ ଡିପୋ ଉପରେ ବୋମାମାଡ଼ ପରେ…

ତେହରାନ,୯ା୩:ଇରାନ ରାଜଧାନୀ ତେହରାନରେ ଥିବା ୩୦ଟି ତୈଳ ଡିପୋ ଉପରେ ଇସ୍ରାଏଲ୍‌ର ଆକ୍ରମଣ କରିବାରୁ ରବିବାର ସେଠାରେ କଳା ଏସିଡ୍‌ ବର୍ଷା ହୋଇଛି। ତୈଳ ଡିପୋଗୁଡ଼ିକ ଜଳୁଥିବାରୁ…

ଅଷ୍ଟମ ବେତନ କମିଶନ ଲାଗି ଚିଠି

ଭୁବନେଶ୍ୱର,୯।୩: ଅଷ୍ଟମ ବେତନ କମିଶନ ପାଇଁ ଅର୍ଥ ବିଭାଗ ପକ୍ଷରୁ ଚିଠି। ଚିଠିରେ ସମସ୍ତ ଜିଲାପାଳ ଏବଂ ସରକାରୀ ବିଭାଗ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଲେ ରାଜ୍ୟ ସରକାର।…

ଖେଳୁଥିବା ବେଳେ ୧୮ ମାସର ଶିଶୁକନ୍ୟାଙ୍କୁ କାମୁଡ଼ିଲା ସାପ, ଦେଖୁଦେଖୁ…

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତ ଦେଉଳପେଡ଼ି ଗ୍ରାମର ଭରତ ବେହେରାଙ୍କ ୧୮ ମାସର ଶିଶୁକନ୍ୟା ରିୟାଂଶି ବେହେରା ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri