ଥୁଆମୂଳ ରାମପୁର,୨୦ା୮(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ କଲମ ପଞ୍ଚାୟତ ତେନ୍ତୁଲିପଡ଼ାର ଧରଣୀଧର ନାଏକ(୩୦)ଙ୍କୁ ଗତ ୯ତାରିଖରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ସୋମବାର ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଭବାନୀପାଟଣା ପୁରୁଣା ପଡାର ଧନେଷ୍ଟି ଗଉଡ(୩୨) ଓ ଦାବ୍ରିଗୁଡା ଗ୍ରାମର ସୁଶୀଲ ଗଉଡ(୪୨)। ସୂଚନାଯୋଗ୍ୟ ଯେ ଗତ ୯ ତାରିଖ ରାତିରେ ଧରଣୀଧରଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିଲା। ଏ ନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଅଭିଯୁକ୍ତ ଦ୍ୱୟଙ୍କୁ କର୍ଲାପାଟ ପୋଲିସ ଗିରଫ କରି ଏକ ମାମଲା (ନଂ.୨୨/୨୫) ରୁଜୁକରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ଧରଣୀଙ୍କୁ ପୂର୍ବ ଶତ୍ରୁତାରୁ ଟାଙ୍ଗିଆରେ ହାଣି ପଥରରେ ଛେଚି ହତ୍ୟା କରିଥିବା ପୋଲିସ ଆଗରେ କହିଥିବା ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀକାନ୍ତ କୋଲକା ସୂଚନା ଦେଇଛନ୍ତି।


