ଦୁର୍ନୀତି ଖବର ପ୍ରସାରଣ କରିବାରୁ ସାମ୍ବାଦିକଙ୍କୁ ମାଡ଼: ୨ ଜଣଙ୍କୁ ଗିରଫ କଲା ପୋଲିସ

ବଲାଙ୍ଗୀର,୨୬ା୫(ସୁନୀଲ ମହାନ୍ତି): ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଅମାନୁଷିକ ଭାବେ ଗୋଡ଼ହାତ ବାନ୍ଧି ମାଡ଼ ମାରିବା ଘଟଣାରେ ଦୁଇ ଅଭିଯୁକ୍ତ ଅବିନାଶ ଦଳେଇ ଓ ଆଦିତ୍ୟ ଜେନାଙ୍କୁ ଗିରଫ କରିଛି ପୋଲିସ। ମାଷ୍ଟରମାଇଣ୍ଡ ଠିକାଦାର ଗଜେନ୍ଦ୍ର ଦଳେଇ ଏବେ ବି ଫେରାର ଥିବା ଜଣାପଡ଼ିଛି। ଚାରିଦିନ ତଳେ ପୁଇଁତଳା ଥାନା କୁଲଥିପାଲି ଗାଁରେ ସାମ୍ବାଦିକ ବିଜୟ ପ୍ରଧାନ ଖବର ସଂଗ୍ରହ ପାଇଁ ଯାଇଥିବା ସମୟରେ ତାଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ସାମ୍ବାଦିକ ବିଜୟ ଥାନାରେରେ ଅଭିଯୋଗ କରିଥିଲେ ତାଙ୍କୁ ଗୁଣ୍ଡା ଲଗେଇ ଆକ୍ରମଣ କରିଥିବା ଗଜିନ୍ଦ୍ର ଦଳେଇ ଓ ଗଜିନ୍ଦ୍ରଙ୍କ ପୁତୁରା ଅବିନାଶ ସହିତ ଚାରିଜଣ ଗୁଣ୍ଡା ବିଜୟଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରିଥିଲେ। ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ଫେରାର ଥିବା ଠିକାଦାର ଗଜିନ୍ଦ୍ରକୁ ଶୀଘ୍ର ଗିରଫ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

ସୂଚନା ଥାଉକି, ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅନ୍ତର୍ଗତ କୁଲଥିପାଲି ଗାଁରେ ଚାଲିଥିବା ଏକ ରାସ୍ତା ଗାଡ୍‌ଓ୍ବାଲ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଖବର ପ୍ରସାରଣ କରିବାରୁ ଠିକାଦାର ଗୁଣ୍ଡା ଲଗାଇ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ବଲାଙ୍ଗୀରର ସାମ୍ବାଦିକମାନେ ଶନିବାର ଏସଂକ୍ରାନ୍ତରେ ଏସ୍‌ପି ଅଫିସକୁ ଯାଇ ଦାବିପତ୍ର ଦେବା ସହ ସମ୍ପୃକ୍ତ ଠିକାଦାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ରବିବାର ଅପରାହ୍ନରେ ଗଣମାଧ୍ୟମ ପ୍ରତିନିଧି ଜଣକ ଗାଁକୁ ଯାଇ ରାସ୍ତାର ଭିଡିଓ ଉତ୍ତୋଳନ କରି ଲୋକଙ୍କ
ପ୍ରତିକ୍ରିୟା ନେଉଥିବା ବେଳେ ସେହି ପ୍ରକଳ୍ପରେ କାମ କରୁଥିବା କିଛି ଲୋକ ଆସି ତାଙ୍କୁ ବାରଣ କରିଥିଲେ। ଏହା ପରେ ଠିକାଦାର ପଠାଇ ଥିବା ଗୁଣ୍ଡାମାନେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏପରିକି ସେମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ହାତବାନ୍ଧି ଘୋଷାଡ଼ି ଘୋଷାଡ଼ି ଗାଁ ମଝିକୁ ନେଇଥିଲେ। ସେଠାରେ ଗାଁ ଦାଣ୍ଡରେ ସର୍ବସମ୍ମୁଖରେ ନିସ୍ତୁକ ମାଡ଼ ମାରିଥିଲେ। ଗାଆଁରେ କଙ୍ଗାରୁ କୋର୍ଟ କରି ସେମାନେ ତାଙ୍କୁ ଶାରୀରିକ ଓ
ମାନସିକ ନିର୍ଯାତନା ଦେଇଥିବା ଏସ୍‌ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସେଇ ଗୁଣ୍ଡାମାନେ ସ୍ଥାନୀୟ ମନ୍ଦିରକୁ ନେଇ ଆଗକୁ ଆଉ ଖବର ନ କରିବାକୁ ସାମ୍ବାଦିକଙ୍କୁ ଶପଥ କରିବା ପାଇଁ ବାଧ୍ୟ କରିଥିବା ଉଲ୍ଲେଖ କରାଯାଇଛି। ସେହି ଗୁଣ୍ଡାମାନେ ଖବରଦାତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଜୀବନରେ ମାରିଦେବା ଧମକ ଦେଇଥିବା ପୁଇଁତଲା ଥାନାରେ ଅଭିଯୋଗ ହୋଇଛି। ଆଡିଶନାଲ ଏସ୍‌ପି ଆଲୋକ ଜେନା ଦାବିପତ୍ର ଗ୍ରହଣ କରି ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri