Posted inଜାତୀୟ

ଟାର୍ଗେଟ୍‌ରେ ପୋଲିସ-ସେନା ଯବାନ, ୫ ବର୍ଷରେ ୧୩ ଜଣଙ୍କୁ ହତ୍ୟା…

ଶ୍ରୀନଗର,୨୮।୬: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ପୋଲିସ ଏବଂ ସେନା ଯବାନଙ୍କୁ ଟାର୍ଗେଟ୍‌ କରିଛନ୍ତି। ଆତଙ୍କବାଦୀମାନେ କେତେକ ଯବାନଙ୍କୁ ଅପହରଣ ପରେ ହତ୍ୟା କରିଥିବାବେଳେ ଅନ୍ୟ କେତେକଙ୍କ ଘରେ ପଶି ଗୁଳି କରିଛନ୍ତି। ସେହିପରି କେତେକଙ୍କୁ ରାସ୍ତାରେ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ। ପୁଲଓ୍ବାମାର ଅଓ୍ବନ୍ତିପୋରାସ୍ଥିତ ହରିପରିଗାମ୍‌ରେ ରବିବାର-ସୋମବାର ବିଳମ୍ବିତ ରାତ୍ରରେ ଏସ୍‌ପିଓ ଫୈୟାଜ୍‌ ଅହମ୍ମଦଙ୍କ ଘରେ ପଶି ଆଖିବୁଜା ଗୁଳି ଚାଳନା କରିଥିଲେ। ଘଟଣାସ୍ଥଳରେ ଫୈୟାଜ୍‌ଙ୍କ ମୃତ୍ୟୁ ଘଟିଥିଲା। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଗୁରୁତର ହୋଇଥିବା ତାଙ୍କ ସ୍ତ୍ରୀ ଏବଂ ପୁଅଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି। ୨୦୧୭ ମେ’ ୧୦ରୁ ୨୦୨୧ ଜୁନ୍‌ ୧୭ ମଧ୍ୟରେ ଆତଙ୍କବାଦୀ ୧୩ ଜଣ ପୋଲିସ ଏବଂ ସେନା ଯବାନଙ୍କୁ ହତ୍ୟା କରିଛନ୍ତି। ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ କରାଯାଉଥିବା ଆତଙ୍କବାଦୀ ବିରୋଧୀ କାର୍ଯ୍ୟକଳାପ ଯୋଗୁ ଏଭଳି ହତ୍ୟା ଘଟଣା ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

AI Impact Summit 2026: ଭାରତ ମଣ୍ଡପମରେ ଝଲସିଲା ‘AI ମହାକୁମ୍ଭ’, ଦିଶିଲା ଭବିଷ୍ୟତର ଝଲକ

ନୂଆଦିଲ୍ଲୀ,୧୭।୨: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ AI ପ୍ରImpact Summit 2026କୁ ପ୍ରଯୁକ୍ତି ଜଗତର AI ମହାକୁମ୍ଭ ବୋଲି କୁହାଯାଉଛି। ଏହି ସମ୍ମିଳନୀରେ, ପ୍ରମୁଖ ଭାରତୀୟ ଏବଂ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

ଆମେ ବଞ୍ଚିଥିଲୁ ହେଲେ….ପୁଅର ମୃତ୍ୟୁକୁ ସହିନପାରି ଝୁଲି ପଡ଼ିଲେ ବାପା ମାଆ

ରାୟପୁର,୧୭।୨: ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲାର ଧାରଦେଇ ଗାଁରୁ ସାମ୍ନାକୁ ଆସିଛି ଦୁଃଖଦ ଘଟଣା । ଘର ଅଗଣାରେ ଏକ ନିମ ଗଛରେ ଝୁଲୁଥିବା ଅବସ୍ଥାରେ ଏକ ଦମ୍ପତିଙ୍କ ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri