ସର୍ଭେରେ ସୀମିତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ପୋଲ ନିର୍ମାଣ

ନବରଙ୍ଗପୁର,୨୯।୧୦(ସଦାଶିବ ପ୍ରହରାଜ)ନବରଙ୍ଗପୁର ଓ ରାୟଗଡ଼ା ଜିଲା ସହ ଗମନାଗମନର ସୁଗମ କରିବା ପାଇଁ ରାଜ୍ୟ ସରକାର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଏକ ସେତୁ ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ। ଘୋଷଣାକୁ ୩ ବର୍ଷ ବିତିଗଲାଣି। ଏ ପର୍ଯ୍ୟନ୍ତ ସେତୁ କାମ ସର୍ଭେ ମଧ୍ୟରେ ସୀମିତ ହୋଇ ରହିଛି। ଅନ୍ୟପଟେ ଜଳଭଣ୍ଡାର ଆରପଟେ ଥିବା ଗ୍ରାମବାସୀ ଚିରାଚରିତ ଭାବେ ଦେଶୀ ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ପ୍ରକାର ନିରାଶା ଦେଖିବାକୁ ମିଳିଛି।
ଇନ୍ଦ୍ରାବତୀ ଜଳଭଣ୍ଡାର ହେବା ପୂର୍ବରୁ ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି ବ୍ଲକବାସୀଙ୍କ ସହିତ ରାୟଗଡ଼ା ଓ କୋରାପୁଟ ଲୋକଙ୍କ ସହ ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ଯୋଡ଼ିହୋଇଥିଲା। ଇନ୍ଦ୍ରାବତୀ ଜଳଭଣ୍ଡାର ନିର୍ମାଣ ହେବା ପରେ କ୍ରମଶଃ ଯୋଗାଯୋଗ ବନ୍ଦ ହେବାରେ ଲାଗିଲା। ଦୀର୍ଘ ବର୍ଷ ପରେ ରାଜ୍ୟ ସରକାର ନବରଙ୍ଗପୁର ଓ ରାୟଗଡ଼ା ଜିଲା ମଧ୍ୟରେ ଯାତାୟାତକୁ ସୁଗମ କରିବା ପାଇଁ ୨୦୨୦ ସେପ୍ଟେମ୍ବରରେ ମଞ୍ଚାଗାଁ ପଞ୍ଚାୟତ କେନ୍ଦୁଗୁଡା ଡଙ୍ଗାଘାଟରେ ଏକ ଉଚ୍ଚା ପୋଲ ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ। ବିଜୁ ସେତୁ ଯୋଜନାରେ ପ୍ରାୟ ୫୦୦ ମିଟରରୁ ଅଧିକ ଦୈର୍ଘ୍ୟ ବିଶିଷ୍ଟ ଏକ ଉଚ୍ଚା ପୋଲ ନିର୍ମାଣ ହେବ। ଘାଟରୁ ପୁଣି ୫ କି.ମି. ପକ୍କା ରାସ୍ତା ନିର୍ମାଣ ହୋଇ ଗିରିଲିଗୁମ୍ମାକୁ ସଂଯୋଗ କରିବ। ଏହି ସେତୁ କାମ ପୂର୍ତ୍ତ ବିଭାଗ କରିବା ପାଇଁ ଦାୟିତ୍ୱ ଦିଆଯାଇଛି। ଯେଉଁ ଅଞ୍ଚଳରେ ଜଳଭଣ୍ଡାରର ସେତୁ ନିର୍ମାଣ ହେବ ସେଠାରେ ପ୍ରାୟ ୪୩ ମିଟରରୁ ଊର୍ଦ୍ଧ୍ୱ ଜଳର ଗଭୀରତା ରହିଛି। ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୧୬୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ତେବେ ଏ ପର୍ଯ୍ୟନ୍ତ ସର୍ଭେ କାମ ସମ୍ପୂର୍ଣ୍ଣ ହୋଇନାହିଁ କି ବ୍ୟୟ ଅଟକଳ ହୋଇପାରିନାହିଁ। ଏ ନେଇ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ।
ଏହି ପୋଲ ନିର୍ମାଣ ହେଲେ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦୁଃଖ ଦୂର ହେବା ସହ ବିପଦପୂର୍ଣ୍ଣ ନୌଯାତ୍ରା ଜୀବନଶୈଳୀରୁ ନିସ୍ତାର ମିଳିପାରନ୍ତା। ନବରଙ୍ଗପୁରରୁ ରାୟଗଡ଼ାକୁ ୭୦ କି.ମି. ଓ ଖାତିଗୁଡାରୁ ରାୟଗଡ଼ାକୁ ୧୦୫ କି.ମି. ଦୂରତା କମିବ। ନବରଙ୍ଗପୁର ସହରରୁ ଜୟପୁର-କୋରାପୁଟ ଦେଇ ରାୟଗଡା ପ୍ରାୟ ୧୭୫ କି.ମ.ି ପଡୁଛି। ପୋଲ ନିର୍ମାଣ ହେଲେ ବ୍ୟବସାୟିକ କ୍ଷେତ୍ରରେ ବିକାଶ ଘଟିପାରନ୍ତା। ଇନ୍ଦ୍ରାବତୀ ଜଳଭଣ୍ଡାର ନିର୍ମାଣ ପରେ ମଞ୍ଚାଗାଁ ପଞ୍ଚାୟତର ୬ ଖଣ୍ଡ ଗାଁ ସମେତ କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକର ବହୁ ଗାଁ ଏବେ ବି ଦୈନନ୍ଦିନ କାର୍ଯ୍ୟ ପାଇଁ କେନ୍ଦୁଗୁଡା ନଦୀଘାଟର ଦେଶୀଡଙ୍ଗା ଦେଇ ତେନ୍ତୁଳିଖୁଣ୍ଟି ଓ ଖାତିଗୁଡା ଆସୁଛନ୍ତି। ଏହି ପୋଲ ନିର୍ମାଣ ପାଇଁ ବିଭିନ୍ନ ମହଲରେ ଦାବି ଉଠୁଥିବା ସହ ଯେତେ ବିଳମ୍ବ ହେଉଛି ସେହି ଅନୁପାତରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ନିରାଶ ବଢୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri