ପୋଲାଖିଆ

ଦ୍ୱିତୀ ଚନ୍ଦ୍ର ସାହୁ

ଆଦିବାସୀ ନିଜ ଡଙ୍ଗର ଜମିରେ ଉତ୍ପାଦନ କରୁଥିବା ଜିନିଷକୁ ବିକିବ କେଉଁଠି ? ବଜାର ନ ଥିଲା ସେତେବେଳେ। ସର୍ବଶେଷ ଆଶା ଦେଉଥିଲା ଗାଁର କୁମୁଟି କି ଶୁଣ୍ଢି ସାଉକାର। ଅବଶ୍ୟ ସାଉକାରମାନଙ୍କ ହିସାବ କେବେ ସରୁ ନ ଥିଲା। ଆଦିବାସୀଙ୍କ ଋଣ ଛିଡୁ ନ ଥିଲା। ବାକି ଗଡୁଥିଲା ଖାତାରେ। ବର୍ଷଯାକର ଖଟଣିର ମୂଲରୁ ଯାହା ମାଟି ଦେଉଥିଲା ସବୁତକ ନେଉଥିଲେ ବି ସେ ହିସାବ ଯୁଗ ଯୁଗ ଧରି ଛିଡିବାର ନାହିଁ। ବାପା ମଲେ ଋଣ ଶୁଝିବ ପୁଅ। ନ ହେଲେ ଋଣ ବାବଦକୁ କେତେବେଳେ ଆଦିବାସୀର ଭିଟାମାଟି ବି ସାଉକାରର ହିସାବଖାତାକୁ ଚାଲି ଆସିଥିବ। ଅଧିକାଂଶ ଆଦିବାସୀ ଅଞ୍ଚଳର ସ୍ଥିତି ଏମିତି କିଛି ଥିଲା। ଉଧାର ଦେଉଥିଲା ମାଣେ। କିନ୍ତୁ ହିସାବ ଥିଲା ବିଚିତ୍ର। ମାପିଲି ମାଣେ, ଦେଲି ମାଣେ, ନେଲୁ ମାଣେ। ମୋଟ ହେଲା ତିନି ମାଣ। ବିଚରା ଅଶିକ୍ଷିତ ଆଦିବାସୀ କି ଜାଣେ! ମାଣ, ପୁଟି, ନଉତି, ଗଡିଶାର ହିସାବ। ପେଟ ବିକଳରେ ସବୁକିଛି ହଁ ମାରେ। ଥରେ ନେଇଗଲେ ହିସାବ କେବେ ଆଉ ସରେନା। ଆଦିବାସୀଠାରୁ ଜିନିଷ କିଣିଲେ ଅଲଗା। ଆଦିବାସୀଙ୍କୁ ଜିନିଷ ଦେଲେ ଅଲଗା ପ୍ରକାରର କାରବାର। ଘର ବାଟକୁ ମୁଣ୍ଡେଇ ନେଇଥିବା ଉତ୍ପାଦିତ ଶସ୍ୟକୁ ଦେଖିଲେ ସାଉକାର ଦାଣ୍ଡ ପିଣ୍ଡାରୁ ବସି ରଡି ଛାଡେ ପେଦାମ୍ମା। ଆସିଯାଏ ବଡ ମାଣ। ମପା ହୁଏ ଅଧିକା ଅଧିକା। ଆଦିବାସୀକୁ ଦେବାକୁ ହେଲେ ଡାକ ଶୁଭେ ଚିନାମ୍ମା। ଆସେ ଛୋଟ ମାଣ। ଦିଆହୁଏ ଆବଶ୍ୟକତାଠାରୁ କମ। କମ୍‌ ମୂଲ ଦେଇ ଆଦିବାସୀଙ୍କୁ ଲଗାଇ ପାହାଡ ତଳେ ଜମି ତିଆରି କରେ ଜମିଦାର। ବଡ ଚଲାଖି କରି ବର୍ଷେ କି ଦି’ ବର୍ଷ ଚାଷବାସ କରି ଫସଲ ଖାଇବାକୁ କହେ ଜମିଦାର। ଫସଲ ପାଚି ଆସିଲାବେଳେ ଏମିତି ସୂତ୍ର ପକାଏ ଫସଲର ବଡ ଭାଗ ଘରକୁ ଆଣି ଦେଇଯାଏ ଆଦିବାସୀ। ଦି’ ବର୍ଷ ବେଳକୁ ଜମି ଚାଷବାସ ପାଇଁ ଅନୁକୂଳ ଲାଗିଲେ ଜମିଦାର ଋଣ ଦେଇ ହେଉ କିମ୍ବା ନାଲି ଆଖି ଦେଖାଇ ନିଜ କବଳକୁ ଆଣେ ଜମିତକକୁ। ସେଠୁ ଆଦିବାସୀ ସେଇ ଜମିରେ ଗୋତି ଖଟେ। ହେଲେ ବର୍ଷ ଶେଷରେ ଖଟିବାର ମୂଲତକ ବି ପାଏନି। ଯାହା ପାଏ ଚାରି ମାସକୁ ନିଅଣ୍ଟ। ବାକି ସମୟ ବଞ୍ଚିବା ଲାଗି ସାଉକାର କି ଜମିଦାରଠାରୁ ଋଣ କରେ। ନ ହେଲେ ଆମ୍ବ ଟାକୁଆ, ସଲପ ଗଛର ମଞ୍ଜି, ଜଙ୍ଗଲି କନ୍ଦା, କରଡି ଆଦିକୁ ବିକଳ୍ପ ଖାଦ୍ୟ ରୂପେ ଗ୍ରହଣ କରେ। ସତୁରି ଦଶକ ଯାଏ ଜନଜାତି ଅଞ୍ଚଳରେ ଏମିତି ପୋଲାଖିଆଙ୍କ ଥିଲା ରାଜୁତି। ଶିକ୍ଷା ଓ ସଚେତନତା ପରେ କିଛି ସୁଧାର ଆସିଲା ସତ, କିନ୍ତୁ ଜନଜାତିଙ୍କ ସାମାଜିକ- ଅର୍ଥନୈତିକ ସ୍ଥିତିର ଯେମିତି ବିକାଶ ହେବା କଥା ସେମିତି ହେଲାନି।
ଏବେ ପୋଲାଖିଆଙ୍କ ସ୍ବରୂପ ବଦଳିଛି । ସାଉକାରଙ୍କ ସ୍ଥାନ ନେଇଛନ୍ତି ବେପାରୀ। ବର୍ଷ ଆରମ୍ଭରୁ ଗାଁ ଗାଁ ବୁଲୁଛନ୍ତି ଆନ୍ଧ୍ର, ତାମିଲନାଡୁ ଓ କର୍ନାଟକ ବେପାରୀ। କପା ଚାଷ ଲାଗି ଆଖିବୁଜି ଜମି ହିସାବରେ ଦିଅନ୍ତି ଆଗୁଆ ଅର୍ଥ। ବିଭିନ୍ନ ସମୟରେ ତା’ ସହିତ ଦିଅନ୍ତି ମଞ୍ଜି ଓ ଔଷଧ। ବର୍ଷ ଶେଷରେ ପହଞ୍ଚିଯାଏ ଗାଡ଼ି। ଗାଁ ଗାଁରୁ ଟ୍ରକ ଟ୍ରକ କପା ଉଠାଏ। ହିସାବ ହୁଏ। ନେଲୁ କେତେ। ଦେଲୁ କେତେ। ଯାହା ବଳେ ବର୍ଷତମାମ ସମସ୍ତ ପରିବାରର ଖଟଣି ପଇସାଠାରୁ କମ ମିଳେ। ତଥାପି ଆଦିବାସୀ ଖୁସି। ଅନ୍ୟ ଫସଲ ଅପେକ୍ଷା କପାରେ ଟିକେ ଅଧିକା ମିଳେ ଧନ ହାତକୁ। କିନ୍ତୁ ଯେବେ ପାଗ ପ୍ରତିକୂଳ ଯୋଗୁ କପା ଚାଷ ବିଗିଡି ଯାଏ ସେତେବେଳେ ଖଟିଖିଆ ମଣିଷ ଋଣ ଯନ୍ତାରୁ ମୁକ୍ତି ଲାଗି କପା ଔଷଧ ଖାଇବାକୁ ବାଧ୍ୟ ହୁଏ। ପୋଲାଖିଆଙ୍କ ହିସାବ କିନ୍ତୁ ତୁଟେନି। ଆର ବର୍ଷକୁ ପରିବାରକୁ ଆଗୁଆ ସହାୟତା ଦିଏ ଏବଂ ଆଗପଛର ହିସାବ କରି କପା ଓଜନ କରି ନିଏ। ଧାନ ବେପାରରେ ବି ସେଇ ସେଇ ସମସ୍ୟା। ଖଳା ମୁଣ୍ଡରେ ଧାନ ଗଦା ହୁଏ । ବର୍ଷା କାକର ଖାଇ ଗଜା ହୁଏ। ଏମିତିରେ ବ୍ୟାଙ୍କ ଖାତାକୁ ଅର୍ଥ ଆସିଲାପରେ ଯାହା ସବୁ ଋଣ ଗଣିଲା ବେଳକୁ ବର୍ଷ ଶେଷରେ ଚାଷୀ ପାଖରେ କେବଳ ଥାଏ ଆଖିଏ ଲୁହ । ପୋଲାଖିଆ ଏବେ ବି ଅଛନ୍ତି। ଗାଁ ସହର ସବୁଠି। ରୂପ ଅନେକ। କମ ପରିଶ୍ରମରେ ଅଧିକ ଲାଭ ଉପରେ ପୋଲାଖିଆଙ୍କ ଗୁରୁତ୍ୱ। ହାତକୁ ହାତ ହସ୍ତାନ୍ତର କରିବେ ମଝିରେ ରହି ଫାଇଦା ନେବେ। ଯେତେସବୁ ମଧ୍ୟସ୍ଥ, ଦଲାଲ, ଟାଉଟର ଏଇ ଶ୍ରେଣୀର। ଜମିଜମା, ବିବାହ, ଚିଟ୍‌ଫଣ୍ଡ, କମିଶନ ଏଜେଣ୍ଟମାନେ ଏଇ ପୋଲାଖିଆ ଶ୍ରେଣୀର। କିଛି ଜଣ ସେବା ଯୋଗାଇ ଅର୍ଥ ପାଆନ୍ତି। ଆଉ ବାକି ନେଣଦେଣ କାରବାର କରାଇ ମଝିରେ ଲୁଟି ନିଅନ୍ତି। ଏସବୁ ବାଦେ ସରକାରୀ କାଗଜପତ୍ର କରାଇବା ନାମରେ କିଛି ଟାଉଟର ଦଲାଲ ବି ଗାଁ ଗାଁରେ ସକ୍ରିୟ ଅଛନ୍ତି। ଆଦିବାସୀ ତଥା ଗ୍ରାମୀଣ ଅଞ୍ଚଳରେ ଏମାନଙ୍କ ରାଜୁତି ଚାଲେ। କିଏ କେଉଁ ଚମକରେ ଲୋକଙ୍କୁ ଲୁଟି ନିଅନ୍ତି ା ଖାଲି ଗାଁ କାହିଁକି ସହରୀ ମଣିଷଙ୍କୁ ଆଖିରେ ଆଙ୍ଗୁଠି ଗେଞ୍ଜି ଅର୍ଥ ଲୁଟି ନେଉଥିବାର ଘଟଣା ଏବେ କିଛି କମ୍‌ ନାହିଁ ା ଅନ୍‌ଲାଇନ ସାମଗ୍ରୀ କିଣା ହେଉ କି ଧୋକାଧାରୀ ବେନାମୀ କଲ ଜରିଆରେ ହେଉ ଅବା ଇ- କାରବାର ଜରିଆରେ ଲୋକଙ୍କୁ କାଙ୍ଗାଳ କରି ଲୁଟୁଛନ୍ତି ପୋଲାଖିଆ। ଅଧିକାଂଶଙ୍କ ମିଳୁନି ଟେର। ସର୍ବସ୍ବାନ୍ତ ମଣିଷ ଥାନା ଓ ବ୍ୟାଙ୍କ ହୋଇ କିଛି କାଳ ପାଇଯିବାର ଆଶାରେ ଦୌଡାଦୌଡି କରେ। କିନ୍ତୁ ସମୟକ୍ରମେ ଆଶା ମଉଳି ଯାଏ । ଚେତନା ଜାଗ୍ରତ ହୁଏ। ରାଜନୀତି ନାମରେ ତଳସ୍ତରରେ ନେତାଗିରି ଦେଖାଉଥିବା କିଛି ଟାଉଟର ଏବେ ଅତ୍ୟାଧୁନିକ ପୋଲାଖିଆର ରୂପ। ସରକାରୀ ଯୋଜନା ସବୁ କରେଇ ଦେବାର ନାମରେ ଗରିବଗୁରୁବାଙ୍କୁ ହରିଲୁଟ କରନ୍ତି ଅକ୍ଳେଶରେ। ପରେ କ୍ଷମତାର ଦୁରୁପଯୋଗ କରି ବିଚରା ମଣିଷମାନଙ୍କୁ ଭୁତେଇ ଚାଲନ୍ତି। ନିରୀହ ଲୋକର ଆଖିର ସ୍ବପ୍ନ ତଥାପି ସରେନି। ଆଶା ମିଳିଯିବ ସରକାରୀ ସହଯୋଗ। ଏମିତି ଆଶା ଓ ଲୋଭମାନେ ଯେତେବେଳେ ଡେଣା ମେଲନ୍ତି ସେତେବେଳେ ପୋଲାଖିଆମାନେ ସକ୍ରିୟ ହୁଅନ୍ତି। ନିମିଷକରେ ଲୁଟି ନେଇପାରନ୍ତି ଆପଣଙ୍କ ଆଖି ସାମ୍ନାରେ। ଆପଣ ହିଁ ସେଥିରେ ଅଂଶୀଦାର ଥିବେ। କିନ୍ତୁ ପଛରେ କିଛି କରିପାରିବେନି। ତା’ପରଠାରୁ ହୁଏତ ଅସହାୟ, ନିରାଶା ଓ ଦୁଃଖ ଭିତରେ ବୁଡି ରହିବାକୁ ବାଧ୍ୟ ହେବେ। ବିଳମ୍ବ ନ କରି ଚିହ୍ନନ୍ତୁ ଆଖପାଖର ପୋଲାଖିଆଙ୍କୁ। ଏଥର ସହଜରେ ଚିହ୍ନିପାରିବେ ଆପଣ। ସେମାନଙ୍କ କବଳରୁ ନିଜେ ବଞ୍ଚନ୍ତୁ ଓ ଅନ୍ୟଙ୍କୁ ବଞ୍ଚାନ୍ତୁ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା
ମୋ-୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri