Posted inଜାତୀୟ

ସମୁଦ୍ର ମନ୍ଥନରୁ ‘ବିଷ’

ନୂଆଦିଲ୍ଲୀ/ଅହମଦାବାଦ,୧୬ା୧୧: ଦେଶର ସୁନାମଧନ୍ୟ ନିଶାଦ୍ରବ୍ୟ ନିରୋଧୀ ଏଜେନ୍ସି ଏନ୍‌ସିବି ଶୁକ୍ରବାର ୭୦୦ କେ.ଜି. ମେଥାମ୍ଫେଟାମାଇନ୍‌ ଜବତ କରିଛି। ମେଥ୍‌ ବା ମେଥାମ୍ଫେଟାମାଇନ୍‌ ହେଉଛି ମାନସିକ ସ୍ଥିତି, ଚିନ୍ତାଶକ୍ତି ଓ ଧାରଣାକୁ ପ୍ରଭାବିତ କରୁଥିବା ଏକ ନିଷିଦ୍ଧ ଔଷଧ, ଯାହାକି ଡାକ୍ତରଙ୍କ ବିନା ପ୍ରେସ୍କ୍ରିପ୍‌ଶନ୍‌ରେ ବିକ୍ରି କରାଯାଇ ନ ଥାଏ। ଧଳାରଙ୍ଗର ଏହି ରାସାୟନିକ ପାଉଡର ପାଣି ବା ଆଲ୍‌କୋହଲରେ ସହଜରେ ମିଳେଇଯାଇଥାଏ। ଭାରତୀୟ ଜଳପଥରେ ଏକ ଅଣପଞ୍ଜୀକୃତ ଇରାନୀୟ ବୋଟ୍‌ରୁ ଜବତ କରିଥିବା ଏହି ଡ୍ରଗ୍ସର ଆନୁମାନିକ ମୂଲ୍ୟ ୧,୭୦୦ କୋଟି ଟଙ୍କା ହେବ ବୋଲି ଏନ୍‌ସିବି ଆକଳନ କରିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବିଶେଷଜ୍ଞଙ୍କ ମତରେ ଅନ୍ତର୍ଜାତୀୟ ବଜାରରେ ଜବତ ଡ୍ରଗ୍ସର ମୂଲ୍ୟ ୧,୪୦୦-୩,୫୦୦ କୋଟି ଟଙ୍କା ହେବ।
ବେଳେ ୮ ଇରାନୀୟଙ୍କୁ ଗିରଫ କରାଯାଇଛି। ଏନ୍‌ସିବି ଉପମହାନିର୍ଦ୍ଦେଶକ ଜ୍ଞାନେଶ୍ୱର ସିଂ କହିଛନ୍ତି, ଗୋଇନ୍ଦା ସୂଚନା ଆଧାରରେ ଏଜେନ୍ସି ପକ୍ଷରୁ ‘ସାଗର ମନ୍ଥନ-୪’ ନାମରେ ଏକ ମିଳିତ ଅପରେଶନ୍‌ କରାଯାଇଥିଲା। ଏଥିରେ ଗୁଜରାଟ ପୋଲିସର ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ଭାରତୀୟ ନୌସେନା ସାମିଲ ହୋଇଥିଲା। ଗିରଫ ହୋଇଥିବା ୮ ଅଭିଯୁକ୍ତ ବିନା କୌଣସି ଦସ୍ତାବିଜରେ ଡ୍ରଗ୍ସ ନେଇ ଭାରତୀୟ ଜଳପଥର ଇଣ୍ଟରନ୍ୟାନାଲ ମାରିଟାଇମ୍‌ ବାଉଣ୍ଡରି ଲାଇନ୍‌ (ଆଇଏମ୍‌ବିଏଲ୍‌)ରେ ଅନୁପ୍ରବେଶ କରୁଥିଲେ। ବୋଟ୍‌କୁ ପୋରବନ୍ଦରକୁ ଅଣାଯାଇ ଅଭିଯୁକ୍ତମାନଙ୍କୁ ପଚରାଉଚରା ଚାଲିଛି। ଜେରାବେଳେ ସେମାନେ ଇରାନ୍‌ ନାଗରିକ ବୋଲି ସ୍ବୀକାର କରିଛନ୍ତି। ଏହି ଡ୍ରଗ୍ସ କେଉଁଠୁ ଆସିଥିଲା ଏବଂ ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନକୁ ଯାଉଥିଲା; ପାକିସ୍ତାନ ସହ ଏହାର ସମ୍ପୃକ୍ତି ରହିଛି କି ଏବଂ ଏଥିରୁ ମିଳିବାକୁ ଥିବା ଅର୍ଥକୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣରେ ବ୍ୟବହାର କରାଯାଇଥାଆନ୍ତା କି? ଅଧିକାରୀମାନେ ବର୍ତ୍ତମାନ ଏହାର ଉତ୍ତର ଖୋଜିବା ପାଇଁ ତନାଘନା ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ...

ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...

୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ…

କୋରାପୁଟ,୯।୧୨(ଅମିତାଭ ବେହେରା ): କୋରାପୁଟ ଜିଲା ନାମ ସଂକୀର୍ତ୍ତନ ଭାଗବତ ସତସଙ୍ଗ ତରଫରୁ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋମବାର...

୪୨ବର୍ଷ ପରେ ମନ୍ଦିରକୁ ଫେରିବ ବିରଳ ପ୍ରାଚୀନ ମୂର୍ତ୍ତି: ଉଦ୍ଧାର ପରେ ସିବିଆଇ ମାଲଖାନାରେ…

ସୋନପୁର,୯ା୧୨(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ସହର ଗୋପାଳଜୀ ମନ୍ଦିରରୁ ଚୋରି ହୋଇ ଦୀର୍ଘ ୪୨ବର୍ଷ ସିବିଆଇ ମାଲଖାନାରେ ଥିବା ୧୨ ବିରଳ ପ୍ରାଚୀନ ମୂର୍ତ୍ତି ପୁଣି ମନ୍ଦିରକୁ ଫେରିବ।...

ପୁଟିନଙ୍କ ଭାରତ ଗସ୍ତକୁ ନେଇ ଚାଇନା ଦେଲା ଏମିତି ପ୍ରତିକ୍ରିୟା ଆମେରିକାକୁ ଲାଗିବ ବଡ଼ ଝଟକା

ବେଜିଂ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାମ୍ପ୍ରତିକ ଭାରତ ଗସ୍ତ ପ୍ରତି ଚାଇନା ଏକ ସକାରାତ୍ମକ ମନୋଭାବ ପ୍ରକାଶ କରିଛି, କହିଛି ଯେ ଭାରତ, ଚାଇନା...

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri