ସହର ପ୍ରବେଶ ପଥରେ ଅଳିଆ ପଏଣ୍ଟ

କଟକ ଅଫିସ,୧୯ା୧୦: କଟକ ସହରର ମୁଖ୍ୟ ପ୍ରବେଶ ପଥ ମଧୁପାଟଣା। ପ୍ରତିଦିନ ବିଭିନ୍ନ ସ୍ଥାନରୁ ଲୋକେ ଏହି ରାସ୍ତା ଦେଇ ସହରକୁ ଆସିଥାନ୍ତି। ତେବେ ପ୍ରବେଶପଥ ନିକଟ ରାସ୍ତା ପାର୍ଶ୍ୱରେ ଆବର୍ଜନା ପଡ଼ିରହି ପରିବେଶକୁ ଦୂଷିତ କରୁଛି। ଏ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏଠାରେ କଟକ ମହାନଗର ନିଗମ (ସିଏମ୍‌ସି)ର ଅଳିଆ ପଏଣ୍ଟ ଥିବାରୁ ଆବର୍ଜନା ପକାଯାଉଛି। ଫଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ସ୍ଥାନୀୟ ବ୍ୟବସାୟୀ ଏବଂ ଜନସାଧାରଣ ତୁରନ୍ତ ପଏଣ୍ଟ ସ୍ଥାନ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି। ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ସିଏମ୍‌ସି ବିଭିନ୍ନ ଯୋଜନା କରୁଛି। ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି। ହେଲେ ପରିମଳ ପରିଚାଳନାରେ ଅବ୍ୟବସ୍ଥା ଯୋଗୁ ଲୋକଙ୍କୁ ସମସ୍ୟା ଭୋଗିବାକୁ ପଡୁଛି। ସିଏମ୍‌ସି ପକ୍ଷରୁ ମଧୁପାଟଣା ଅଞ୍ଚଳରେ ଏକ ଅଳିଆ ପଏଣ୍ଟ କରାଯାଇଛି। ସେହି ଅଞ୍ଚଳରୁ ବାହାରୁଥିବା ଅଳିଆକୁ ଲୋକେ ଏହି ପଏଣ୍ଟ୍‌ରେ ପକାଉଛନ୍ତି। ସେଠାକାର ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରୁ ମଧ୍ୟ ପ୍ରତିଦିନ ପ୍ରଚୁର ଅଳିଆ ବାହାରୁଛି। ସିଏମ୍‌ସି ପକ୍ଷରୁ ବ୍ୟବସାୟୀଙ୍କୁ ଡଷ୍ଟବିନ ବ୍ୟବହାର କରିବାକୁ କୁହାଯାଇଛି। ହେଲେ ସେମାନେ ଏହାକୁ ମାନୁ ନ ଥିବା ଅଭିଯୋଗ ହେଉଛି। ଏପରି କି ଅଳିଆ ପଏଣ୍ଟରେ ବଡ ଡଷ୍ଟବିନ ନାହିଁ। ବୁଲାଗୋରୁ, ଷଣ୍ଢଗୁଡ଼ିକ ଆବର୍ଜନାକୁ ଏଣେତେଣେ ଖେଳାଇ ଦେଉଛନ୍ତି। ଏଥିଯୋଗୁ ଦୁର୍ଗନ୍ଧ ହେଉଛି। ଏହି ଅଳିଆ ପଏଣ୍ଟ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ସିଏମ୍‌ସିର ପରିମଳ ଅଧିକାରୀ ଡ. ସଞ୍ଜିବିତା ରାୟ କହିଛନ୍ତି, ଉକ୍ତ ୱାର୍ଡରେ ଅଳିଆ ପଏଣ୍ଟ ପାଇଁ ସେପରି କୌଣସି ଉପଯୁକ୍ତ ସ୍ଥାନ ନାହିଁ। ସ୍ଥାନ ଚିହ୍ନଟ ପରେ ତାହାକୁ ସ୍ଥାନାନ୍ତର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri