Categories: ଫୁରସତ

ଭାଷାକୁ ସୁରକ୍ଷା ଦିଏ କବିତା

କବି ଜଣେ ସାଧାରଣ ମଣିଷ ନୁହନ୍ତି। ତାଙ୍କ ମଧ୍ୟରେ ପ୍ରତିଟି ଜିନିଷକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିବାର ସୃଜନଶୀଳତା ରହିଥାଏ। ଜଣେ ସାଧାରଣ ଲୋକ ଦେଖୁଥିବା ବିଭିନ୍ନ ଜିନିଷ ଅବା ପ୍ରକୃତିକୁ କବି ଅନ୍ୟ ଢଙ୍ଗରେ ଦେଖିଥାନ୍ତି। କବି ମନର ଅଭିବ୍ୟକ୍ତିି ଶବ୍ଦର ରୂପ ନେଇ କବିତା ସୃଷ୍ଟି କରିଥାଏ। କବିତା କବି ମନର କଥାକୁ ଅତି ସହଜ ଭାଷାରେ କହି ବସିଥାଏ। କବିତାର ବିକାଶ ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୧ରେ ବିଶ୍ୱ କବିତା ଦିବସ ପାଳନ କରାଯାଇଥାଏ।
ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ ୟୁନେସ୍କୋ ଦ୍ୱାରା ୧୯୯୯ରେ ଏହି ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା। କବିତାର ଅଭିବ୍ୟକ୍ତି ମାଧ୍ୟମରେ ଭାଷା ବିବିଧତାକୁ ସମର୍ଥନ କରିବା ଏବଂ ଲୋପ ପାଉଥିବା ଭାଷାକୁ ସୁରକ୍ଷା ପ୍ରଦାନ କରିବା ଏହି ଦିବସର ମୂଳ ଲକ୍ଷ୍ୟ। କବିତା ପଢ଼ିିବା, ଲେଖିବା, ପ୍ରକାଶନ ଏବଂ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବା ଲାଗି ଏହି ଦିବସ ପାଳନ ଅବସରରେ ବହୁ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ। ୟୁନେସ୍କୋ ଘୋଷଣାନାମା ଅନୁଯାୟୀ ଜାତୀୟ, ଆଞ୍ଚଳିକ ତଥା ଅନ୍ତର୍ଜାତୀୟ ସ୍ତରରେ କବିତାର ବିକାଶ ଲାଗି ନୂତନ ମାନ୍ୟତା ଏବଂ ଉତ୍ସାହ ସୃଷ୍ଟି କରିବା।

Share