ମନ୍ଦିରରେ ପୂଜା ପାଉଛନ୍ତି କବି କାଳିଦାସ

ମହାକାଳପଡ଼ା,୨ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ବବକରପୁର ଗାଁରେ ରହିଛି କବି କାଳିଦାସଙ୍କ ମନ୍ଦିର ା ସେଠାରେ ରହିଛି କବିଙ୍କ ପଥର ନିର୍ମିତ ମୂର୍ତ୍ତି ା ଭାରତର ଅନ୍ୟ କୌଣସି ସ୍ଥାନରେ କବିଙ୍କ ମନ୍ଦିର ନାହିଁ ା ଏହି ମନ୍ଦିର କେଉଁ ଆବାହନ କାଳରୁ ରହିଛି। କେନ୍ଦ୍ରାପଡ଼ାର ପ୍ରଖ୍ୟାତ ଜମିଦାର ରାଧା ଶ୍ୟାମ ନରେନ୍ଦ୍ର ସଂସ୍କୃତ କାବ୍ୟ ରଚୟିତା ତଥା ମହାନ କବି କାଳିଦାସଙ୍କ ମନ୍ଦିର ନିର୍ମାଣ କରିଥିଲେ ା ସେଦିନଠାରୁ ଏହି ଗାଁରେ କବି ପୂଜା ପାଉଛନ୍ତି । ଗ୍ରାମବାସୀ ପ୍ରତିଦିନ କବିଙ୍କୁ ଧୂପ,ଦୀପ,ତୁଳସୀ ଓ ନୈବେଦ୍ୟ ଦେଇ ପୂଜା କରିଥାଆନ୍ତି। ସେଠାରେ କବିଙ୍କ ସହିତ କନକଦେବୀଙ୍କୁ ବି ପୂଜା କରାଯାଏ ା
ଦୈନଦିନ ନୀତିକାନ୍ତି ସହ ସକାଳ ଧୂପ ପରେ ବାଳଭୋଗ ଓ ମଧ୍ୟାହ୍ନରେ ଖେଚୁଡ଼ି ଖିରୀ ଭୋଗ କରାଯାଏ ା ସନ୍ଧ୍ୟାରେ ଫଳ ଫୁଲୁରି ଭୋଗ ଅର୍ପଣ ପରେ ପହଡ଼ ପଡ଼ିଥାଏ। ପ୍ରତିଦିନ ସନ୍ଧ୍ୟାରେ ସଂକୀର୍ତ୍ତନ ସହିତ ଭଜନ,ଜଣାଣ ଗାନ କରାଯାଏ। କେବଳ ସେତିକି ନୁହେଁ, କାଳୀଦାସଙ୍କ ସଂସ୍କୃତ କାବ୍ୟ ରିତୁ ସମ୍ଭାବମ ଗାନ କରାଯାଏ। ପାରମ୍ପରିକ ରୀତିରେ ପ୍ରତି ପର୍ବପର୍ବାଣୀ ବି ସେଠାରେ ପାଳନ କରାଯାଏ ା ବିଶେଷ କରି କାର୍ତ୍ତିକ ପୂର୍ଣ୍ଣିମାରେ କାଳିଦାସ ମହୋତ୍ସବ ପାଳନ ହୋଇଥାଏ। ରାଜା ମନ୍ଦିର ନୀତିକାନ୍ତି ପାଇଁ ୫ ଏକର ଜମି ଯୋଗାଇ ଦେଇଥିଲେ। ବିଶେଷ କରି ମାଘମାସ ଶ୍ରୀପଞ୍ଚମୀ କାଳିଦାସଙ୍କ ପୀଠରେ ମହାସମାରୋହରେ ପାଳିତ ହୋଇଥାଏ।
ତେବେ ଏହି ପ୍ରାଚୀନ ପୀଠକୁ ଆଜି ପର୍ଯ୍ୟନ୍ତ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିନାହିଁ ା ଅନ୍ୟପକ୍ଷେ ପ୍ରତ୍ନତତ୍ତ୍ୱବିତ୍‌ମାନେ ଏ ସଂକ୍ରାନ୍ତରେ ଗବେଷଣା କଲେ ବହୁ ତଥ୍ୟ ପାଇ ପାରିବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ା କାହିଁକି ଉପରୋକ୍ତ ଗାଁରେ କବିଙ୍କ ମନ୍ଦିର ପ୍ରତିଷ୍ଠା ହେଲା ତାହା ଏବେ ବି ପ୍ରଶ୍ନବାଚୀ ହୋଇ ରହିଛି। ଏ ସଂକ୍ରାନ୍ତରେ ଐତିହାସିକ ତଥ୍ୟ ସଂଗ୍ରହ ଓ ଗବେଷଣା କଲେ ବହୁ କଥା ଲୋକ ଲୋଚନକୁ ଆସି ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା
ସୂଚନାଯୋଗ୍ୟ, ରାଜା ବିକ୍ରମାଦିତ୍ୟଙ୍କ ରାଜଦରବାରରେ ସପ୍ତକବିଙ୍କ ମଧ୍ୟରେ କାଳିଦାସ ଶ୍ରେଷ୍ଠ କବି ଥିଲେ ା କିମ୍ବଦନ୍ତୀ ଓ ଲୋକକଥା ଅନୁସାରେ ଜଣେ ରାଜାଙ୍କ ସୈନ୍ୟସାମନ୍ତ କାଳିଦାସଙ୍କ ମୂର୍ତ୍ତିକୁ ରାତିରେ ନେଇଯାଉଥିଲେ ା ହେଲେ ମୂର୍ତ୍ତିର ଓଜନ ଅଧିକ ହୋଇଯିବାରୁ ସେମାନେ ନେଇ ନ ପାରି ସ୍ଥାନ ଛାଡ଼ି ଚାଲି ଯାଇଥିଲେ । ପରଦିନ ରାତିରେ ଗ୍ରାମର ମୁରବୀଙ୍କୁ ସ୍ବପ୍ନାଦେଶ ହୋଇଥିଲା ା ମୁଁ ବିଲରେ ପଡ଼ିଛି ମୋତେ ଉଦ୍ଧାର କରି ପୂଜାର୍ଚ୍ଚନା କର ବୋଲି କବି କହିଥିଲେ ବୋଲି କାଳିଦାସଙ୍କ ପୂଜକ ସତ୍ୟବାନ ମିଶ୍ର ନିଜ ବାପାଙ୍କଠାରୁ ଶୁଣିଥିବା କଥା କହିଛନ୍ତି। ଅପରପକ୍ଷେ କାଳିଦାସ ବିପଦଆପଦରେ ଆମକୁ ରକ୍ଷା କରନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ା ସେହିପରି କାଳିଦାସଙ୍କ ଡାହାଣ ହାତରେ ପଦ୍ମଫୁଲ ନାଡ ଓ ବାମହାତରେ କଇଁ ଫୁଲ ନାଡ ଶୋଭାପାଉଛି। କାଳିଦାସଙ୍କ ମୂର୍ତ୍ତି ମୁଗୁନି ପଥରରେ ନିର୍ମିତ ହୋଇଛି ା ମୂର୍ତ୍ତିର ଗଠନ ଶୈଳୀକୁ ଲକ୍ଷ୍ୟ କଲେ ତାହା ଗୌତମବୁଦ୍ଧଙ୍କ ସମୟରେ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ା ତେବେ ବାଗ୍‌ଦେବୀ ସରସ୍ବତୀଙ୍କ ବରପୁତ୍ର କାଳିଦାସ ହୋଇଥିବାରୁ ଶ୍ରୀପଞ୍ଚମୀ ତିଥିରେ ବିଦ୍ୟାର୍ଥୀମାନେ କାଳିଦାସଙ୍କ ନିକଟରେ ଗୁଆ ବସାଇ ଉଚ୍ଚଶିକ୍ଷାରେ ସଫଳକା ପାଇଁ ମାନସିକ କରିବାର ପରମ୍ପରା ରହିଛି। ପ୍ରତି ବର୍ଷ କାଳିଦାସଙ୍କ ପୀଠରେ କାଳିଦାସ ଫାଉଣ୍ଡେଶନ ପକ୍ଷରୁ ସ୍ଥାନୀୟ ବିଦ୍ୱାନ ବ୍ୟକ୍ତିମାନଙ୍କୁ କାଳିଦାସ ସମ୍ମାନରେ ସମ୍ମାନିତ କରାଯାଏ ବୋଲି ଫାଉଣ୍ଡେଶନ ସମ୍ପାଦକ ଅଧ୍ୟାପକ ବୀରବର ଜେନା କହିଛନ୍ତି। ଅନ୍ୟପକ୍ଷେ ମହାରାଷ୍ଟ୍ରର ରାମଟେକଠାରେ କାଳିଦାସଙ୍କ ସ୍ମାରକୀ ସ୍ଥଳ ରହିଛି। ହେଲେ ସେଠାରେ କବିଙ୍କ ମୂର୍ତ୍ତି ନାହିଁ ବୋଲି ସୂଚନା ମିଳିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri