Categories: ବାଣିଜ୍ୟ

ପିଏନ୍‌ବିର ଦୀପାବଳି ଧମାକା

ଭୁବନେଶ୍ୱର,୬।୧୧(ଅନୁରାଧା ମହାରଣା): ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ(ପିଏନ୍‌ବି) ପକ୍ଷରୁ ଚଳିତ ଦୀପାବଳି ଉପଲକ୍ଷେ ଆର୍କଷଣୀୟ ‘ଦୀପାବଳୀ ଧାମାକା ୨୦୨୩’ ପାର୍ବଣ ସ୍ବତନ୍ତ୍ର ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଗ୍ରାହକଙ୍କ ପାଇଁ ହୋମ୍‌ ଲୋନ୍‌ ଓ କାର୍‌ ଲୋନ୍‌ରେ ବିଭିନ୍ନ ଅଫର ପ୍ରଦାନ କରାଯାଇଛି। ଏପରିକି ୮.୪୦% ସୁଧହାରରେ ହୋମ୍‌ ଲୋନ୍‌ ଏବଂ ୮.୭୫% ସୁଧହାରରେ କାର୍‌ ଲୋନ୍‌ର ସୁବିଧା ଗ୍ରାହକ ପାଇପାରିବେ। ଏଥିପାଇଁ ବ୍ୟାଙ୍କ ପକ୍ଷରୁ ସ୍ଥିରୀକୃତ ସର୍ତ୍ତାବଳୀକୁ ଗ୍ରାହକ ଗ୍ରହଣ କରିବାକୁ ପଡ଼ିବ। ଏ ସମ୍ପର୍କିତ ସୂଚନା ପାଇଁ ଗ୍ରାହକ ଟୋଲ୍‌ ଫ୍ରି ନମ୍ବର ୧୮୦୦ ୧୮୦୦/୧୮୦୦ ୨୦୨୧ କଲ୍‌ କରି କିମ୍ବା ନିକଟସ୍ଥ ପିଏନ୍‌ବି ବ୍ରାଞ୍ଚରେ ଯୋଗାଯୋଗ କରିପାରିବେ।

 

Share