ପିଏମ୍‌ଏଫ୍‌ବିୱାଇ ରାଶି ମିଳୁନି

ଭୁବନେଶ୍ୱର,୨୪।୮(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିୱାଇ)ର ସୁଫଳ ରାଜ୍ୟର ଚାଷୀଙ୍କୁ ମିଳୁନାହିଁ। ବୀମା କମ୍ପାନୀଗୁଡ଼ିକ ଚାଷୀଙ୍କ ପ୍ରିମିୟମ ପଇସା ନେଇ ମାଲାମାଲ ହେଉଛନ୍ତି। ବନ୍ୟା, ବାତ୍ୟା, ମରୁଡ଼ିରେ ଚାଷୀଙ୍କ ଫସଲ ଉଜୁଡ଼ିଯାଉଛି। ଏଭଳି ଦୟନୀୟ ସ୍ଥିତିରେ ବୀମା ହିଁ ଚାଷୀଙ୍କ ଏକମାତ୍ର ଭରସା। କିନ୍ତୁ ବୀମା ରାଶି ମିଳୁ ନ ଥିବାରୁ ଚାଷୀଙ୍କ ଆର୍ଥିକ ଅବସ୍ଥା ବେଳକୁ ବେଳ ଦୁର୍ବଳ ହେବାରେ ଲାଗିଛି। ରାଜ୍ୟରେ ଗୋଟିଏ ପରେ ଗୋଟିଏ ଦେଖା ଦେଉଥିବା ପ୍ରାକୃତିକ ବିପର୍ଯ୍ୟୟ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। କରୋନା ମହାମାରୀରେ ଘାଣ୍ଟିଚକଟି ହେଉଥିବା ଚାଷୀ ଫସଲ ବୀମା ନ ପାଇ ହଇରାଣ ହେଉଛନ୍ତି। ଏହି ପ୍ରସଙ୍ଗକୁ ନେଇ ଶାସକ ଦଳ ବିଜେଡି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି। ବିଜେଡି ଏମ୍‌ପି ସସ୍ମିତ ପାତ୍ର ସୋମବାର ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଓଡ଼ିଶା ସରକାର ୩୫୦୦ କୋଟି ଟଙ୍କା ଦେଇଛନ୍ତି। ଚାଷୀଙ୍କ ନ୍ୟାଯ୍ୟ ଦାବି ମିଳୁ ନ ଥିବାରୁ ଆନ୍ଧ୍ର, ବିହାର, ଗୁଜରାଟ, ଝାଡ଼ଖଣ୍ଡ, ତେଲଙ୍ଗାନା ଏବଂ ଛତିଶଗଡ଼ ଏହି ଫସଲ ବୀମା ଯୋଜନାରୁ ଓହରି ଗଲେଣି। ପିଏମ୍‌ଏଫ୍‌ବିୱାଇ ଦାବି ପୂରଣ ନ ହେବାରୁ ଓଡ଼ିଶାର ଅନେକ ଲକ୍ଷ କୃଷକ ଯନ୍ତ୍ରଣା ଭୋଗୁଛନ୍ତି। ପିଏମ୍‌ଏଫ୍‌ବିୱାଇ ଅଧୀନରେ ବୀମା କମ୍ପାନୀଗୁଡ଼ିକ ୧ ହଜାର କୋଟିରୁ ଅଧିକ ଟଙ୍କାର କ୍ଷତିପୂରଣ ଦେଇ ନ ଥିବା ଜଣାପଡ଼ିଛି।
ବିଶେଷ କରି ବରଗଡ଼, ସମ୍ବଲପୁର, ସୋନପୁର, ଦେବଗଡ଼, ବଲାଙ୍ଗୀର, ନୂଆପଡ଼ା ଏବଂ କଳାହାଣ୍ଡି ଜିଲାର ବହୁ କୃଷକ ପିଏମ୍‌ଏଫ୍‌ବିୱାଇ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସମଗ୍ର ଭାରତରେ ୫ ବର୍ଷ ମଧ୍ୟରେ ଫସଲ ବୀମା ପ୍ରିମିୟମ ବାବଦରେ ୧.୨୬ ଲକ୍ଷ କୋଟି ଟଙ୍କା ଦିଆଯାଇଥିବା ବେଳେ କ୍ଷତିପୂରଣ ବାବଦରେ ମାତ୍ର ୮୭,୩୨୦ କୋଟି ଟଙ୍କା ମିଳିଛି। ବୀମା କମ୍ପାନୀଗୁଡ଼ିକ ପିଏମ୍‌ଏଫ୍‌ବିୱାଇରେ ୪୦,୦୦୦ କୋଟି ଟଙ୍କା ରୋଜଗାର କରିଛନ୍ତି। ଓଡ଼ିଶାରେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ପ୍ରିମିୟମ ବାବଦରେ ୩୨୫୦.୪୮ କୋଟି ଏବଂ ଓଡ଼ିଶାର କୃଷକମାନେ ୧୦୦୯.୮୪ କୋଟି ଟଙ୍କା ବୀମା କମ୍ପାନୀଗୁଡ଼ିକରେ ପଇଠ କରିଛନ୍ତି। କେନ୍ଦ୍ରର ଅଂଶ ଯୋଗ କଲେ ୨୦୨୧ ଖରିଫ ପର୍ଯ୍ୟନ୍ତ ୭୫୧୦.୮ କୋଟି ଟଙ୍କା କମ୍ପାନୀଗୁଡ଼ିକୁ ଦିଆଯାଇଛି। ଖରିଫ ୨୦୨୦ ପର୍ଯ୍ୟନ୍ତ ବୀମା କମ୍ପାନୀଗୁଡ଼ିକୁ ପ୍ରିମିୟମ ବାବଦରେ ମୋଟ ୬୧୬୩.୨୮ କୋଟି ଦିଆଯାଇଥିବା ବେଳେ କୃଷକଙ୍କ କ୍ଷତିପୂରଣ ଦାବି ମୁତାବକ ବୀମା କମ୍ପାନୀଗୁଡ଼ିକ ୫୦୯୮.୬୪ କୋଟି ଟଙ୍କା ପ୍ରଦାନ କରିଛନ୍ତି। ବୀମା କମ୍ପାନୀଗୁଡ଼ିକ ୧୦୬୪.୬୪ କୋଟି ଟଙ୍କା ଲାଭ କରିଛନ୍ତି, ଯାହାକି ସମୁଦାୟ ପ୍ରିମିୟମ୍‌ର ୧୭.୨୭%। ୨୦୧୮ରୁ ୨୦୨୦ ମଧ୍ୟରେ କୃଷକମାନେ ଫସଲ ବୀମା ଦାବି ବାବଦରେ ୨୦୯୦ କୋଟି ଟଙ୍କା ଦାଖଲ କରିଥିବା ବେଳେ ବୀମା କମ୍ପାନୀଗୁଡ଼ିକ ଦାବିର ମାତ୍ର ୫୦% ଅର୍ଥାତ୍‌ ୧୦୨୬ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପିଏମ୍‌ଏଫ୍‌ବିୱାଇ ଅଧୀନରେ ଓଡ଼ିଶାର କୃଷକମାନେ ସେମାନଙ୍କ ବୀମା ଦାବି ଓ କ୍ଷତିପୂରଣ ପାଇବା ନେଇ ବାରମ୍ବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆନ୍ଧ୍ରପ୍ରଦେଶ, ବିହାର, ଗୁଜରାଟ, ଝାଡ଼ଖଣ୍ଡ, ତେଲଙ୍ଗାନା ଏବଂ ପଶ୍ଚିମବଙ୍ଗ ପିଏମ୍‌ଏଫ୍‌ବିୱାଇ ଗ୍ରହଣ କରିନାହାନ୍ତି। ଏଥିଯୋଗୁ ବୀମାଭୁକ୍ତ ମୋଟ କ୍ଷେତ୍ର ୭୩ ଲକ୍ଷ ହେକ୍ଟରକୁ ହ୍ରାସ ପାଇଛି। ୨୦୧୬-୧୭ରେ ୫୬୭ ଲକ୍ଷ ହେକ୍ଟର ଜମି ବୀମାଭୁକ୍ତ ହୋଇଥିବାବେଳେ ୨୦୧୯-୨୦ରେ ୪୯୫ ଲକ୍ଷ ହେକ୍ଟର ହୋଇଛି। କେନ୍ଦ୍ର ସରକାର ତ୍ରୁଟି ସୁଧାରିବା ସହିତ ଅସୁବିଧା ସମୟରେ କୃଷକମାନଙ୍କୁ ସାହାଯ୍ୟ କରିବା ଦରକାର ବୋଲି ସସ୍ମିତ କହିଛନ୍ତି। ନୂତନ ବୈଷୟିକ ଜ୍ଞାନକୌଶଳ ଡ୍ରୋନ୍‌ ସହାୟତାରେ ଶୀଘ୍ର ଦାବିଗୁଡ଼ିକର ଆକଳନକୁ ନିଶ୍ଚିତ କରିବା ଏବଂ କେବଳ ସରକାରୀ ବୀମା କମ୍ପାନୀଗୁଡ଼ିକୁ ପିଏମ୍‌ଏଫ୍‌ବିୱାଇରେ ଅନୁମତି ଦେବାକୁ ବିଜେଡି ଏମ୍‌ପିମାନେ ପାର୍ଲାମେଣ୍ଟରେ ବାରମ୍ବାର ଏହି ପ୍ରସଙ୍ଗକୁ ଉଠାଇଛନ୍ତି। କୃଷକମାନଙ୍କର ଦାବି ସମାଧାନ ନ ହେବା ପର୍ଯ୍ୟନ୍ତ ବିଜେଡି ତାହାର ସଂଗ୍ରାମ ଜାରି ରଖିବ ବୋଲି ସସ୍ମିତ କହିଛନ୍ତି ।
ଏହି ପ୍ରସଙ୍ଗରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଚାଷୀଙ୍କୁ ଓଡ଼ିଶା ସରକାର ପାଣି ପହଞ୍ଚାଇ ପାରିଲେନାହିଁ ବୋଲି ବୀମାର ଆବଶ୍ୟକତା ପଡ଼ିଲା। ରାଜ୍ୟ ସରକାର ଚାଷୀଙ୍କୁ କୌଣସି ପ୍ରକାର ସୁବିଧା ଯୋଗାଇ ପାରୁନାହାନ୍ତି ବୋଲି ବୀମା କଥା ଉଠୁଛି। ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ବୀମା ଯୋଗାଇବା ଲାଗି ଯୋଜନା କରିଛନ୍ତି। ବୀମା କମ୍ପାନୀ ଯଦି କୌଣସି ପ୍ରକାର ଭୁଲ୍‌ କରୁଛନ୍ତି, ତେବେ ରାଜ୍ୟ ସରକାର ଏହା ଉପରେ ଅଙ୍କୁଶ ଲଗାଇବା ଆବଶ୍ୟକ। ଯଦି କିଛି ସମସ୍ୟା ସୃଷ୍ଟି ହେଉଛି ତେବେ ଏନେଇ ରାଜ୍ୟ ସରକାର ଉକ୍ତ ପ୍ରସଙ୍ଗ ଉପରେ କେନ୍ଦ୍ର ସହ ଆଲୋଚନା କରନ୍ତୁ। ଚାଷୀ ପ୍ରିମିୟମ ଦେଉଛନ୍ତି ମାନେ ବୀମା ପାଇବାକୁ ହକ୍‌ଦାର ବୋଲି ସମୀର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri