ପିଏମ୍‌ଏଫ୍‌ବିୱାଇ ରାଶି ମିଳୁନି

ଭୁବନେଶ୍ୱର,୨୪।୮(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିୱାଇ)ର ସୁଫଳ ରାଜ୍ୟର ଚାଷୀଙ୍କୁ ମିଳୁନାହିଁ। ବୀମା କମ୍ପାନୀଗୁଡ଼ିକ ଚାଷୀଙ୍କ ପ୍ରିମିୟମ ପଇସା ନେଇ ମାଲାମାଲ ହେଉଛନ୍ତି। ବନ୍ୟା, ବାତ୍ୟା, ମରୁଡ଼ିରେ ଚାଷୀଙ୍କ ଫସଲ ଉଜୁଡ଼ିଯାଉଛି। ଏଭଳି ଦୟନୀୟ ସ୍ଥିତିରେ ବୀମା ହିଁ ଚାଷୀଙ୍କ ଏକମାତ୍ର ଭରସା। କିନ୍ତୁ ବୀମା ରାଶି ମିଳୁ ନ ଥିବାରୁ ଚାଷୀଙ୍କ ଆର୍ଥିକ ଅବସ୍ଥା ବେଳକୁ ବେଳ ଦୁର୍ବଳ ହେବାରେ ଲାଗିଛି। ରାଜ୍ୟରେ ଗୋଟିଏ ପରେ ଗୋଟିଏ ଦେଖା ଦେଉଥିବା ପ୍ରାକୃତିକ ବିପର୍ଯ୍ୟୟ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। କରୋନା ମହାମାରୀରେ ଘାଣ୍ଟିଚକଟି ହେଉଥିବା ଚାଷୀ ଫସଲ ବୀମା ନ ପାଇ ହଇରାଣ ହେଉଛନ୍ତି। ଏହି ପ୍ରସଙ୍ଗକୁ ନେଇ ଶାସକ ଦଳ ବିଜେଡି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି। ବିଜେଡି ଏମ୍‌ପି ସସ୍ମିତ ପାତ୍ର ସୋମବାର ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଓଡ଼ିଶା ସରକାର ୩୫୦୦ କୋଟି ଟଙ୍କା ଦେଇଛନ୍ତି। ଚାଷୀଙ୍କ ନ୍ୟାଯ୍ୟ ଦାବି ମିଳୁ ନ ଥିବାରୁ ଆନ୍ଧ୍ର, ବିହାର, ଗୁଜରାଟ, ଝାଡ଼ଖଣ୍ଡ, ତେଲଙ୍ଗାନା ଏବଂ ଛତିଶଗଡ଼ ଏହି ଫସଲ ବୀମା ଯୋଜନାରୁ ଓହରି ଗଲେଣି। ପିଏମ୍‌ଏଫ୍‌ବିୱାଇ ଦାବି ପୂରଣ ନ ହେବାରୁ ଓଡ଼ିଶାର ଅନେକ ଲକ୍ଷ କୃଷକ ଯନ୍ତ୍ରଣା ଭୋଗୁଛନ୍ତି। ପିଏମ୍‌ଏଫ୍‌ବିୱାଇ ଅଧୀନରେ ବୀମା କମ୍ପାନୀଗୁଡ଼ିକ ୧ ହଜାର କୋଟିରୁ ଅଧିକ ଟଙ୍କାର କ୍ଷତିପୂରଣ ଦେଇ ନ ଥିବା ଜଣାପଡ଼ିଛି।
ବିଶେଷ କରି ବରଗଡ଼, ସମ୍ବଲପୁର, ସୋନପୁର, ଦେବଗଡ଼, ବଲାଙ୍ଗୀର, ନୂଆପଡ଼ା ଏବଂ କଳାହାଣ୍ଡି ଜିଲାର ବହୁ କୃଷକ ପିଏମ୍‌ଏଫ୍‌ବିୱାଇ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସମଗ୍ର ଭାରତରେ ୫ ବର୍ଷ ମଧ୍ୟରେ ଫସଲ ବୀମା ପ୍ରିମିୟମ ବାବଦରେ ୧.୨୬ ଲକ୍ଷ କୋଟି ଟଙ୍କା ଦିଆଯାଇଥିବା ବେଳେ କ୍ଷତିପୂରଣ ବାବଦରେ ମାତ୍ର ୮୭,୩୨୦ କୋଟି ଟଙ୍କା ମିଳିଛି। ବୀମା କମ୍ପାନୀଗୁଡ଼ିକ ପିଏମ୍‌ଏଫ୍‌ବିୱାଇରେ ୪୦,୦୦୦ କୋଟି ଟଙ୍କା ରୋଜଗାର କରିଛନ୍ତି। ଓଡ଼ିଶାରେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ପ୍ରିମିୟମ ବାବଦରେ ୩୨୫୦.୪୮ କୋଟି ଏବଂ ଓଡ଼ିଶାର କୃଷକମାନେ ୧୦୦୯.୮୪ କୋଟି ଟଙ୍କା ବୀମା କମ୍ପାନୀଗୁଡ଼ିକରେ ପଇଠ କରିଛନ୍ତି। କେନ୍ଦ୍ରର ଅଂଶ ଯୋଗ କଲେ ୨୦୨୧ ଖରିଫ ପର୍ଯ୍ୟନ୍ତ ୭୫୧୦.୮ କୋଟି ଟଙ୍କା କମ୍ପାନୀଗୁଡ଼ିକୁ ଦିଆଯାଇଛି। ଖରିଫ ୨୦୨୦ ପର୍ଯ୍ୟନ୍ତ ବୀମା କମ୍ପାନୀଗୁଡ଼ିକୁ ପ୍ରିମିୟମ ବାବଦରେ ମୋଟ ୬୧୬୩.୨୮ କୋଟି ଦିଆଯାଇଥିବା ବେଳେ କୃଷକଙ୍କ କ୍ଷତିପୂରଣ ଦାବି ମୁତାବକ ବୀମା କମ୍ପାନୀଗୁଡ଼ିକ ୫୦୯୮.୬୪ କୋଟି ଟଙ୍କା ପ୍ରଦାନ କରିଛନ୍ତି। ବୀମା କମ୍ପାନୀଗୁଡ଼ିକ ୧୦୬୪.୬୪ କୋଟି ଟଙ୍କା ଲାଭ କରିଛନ୍ତି, ଯାହାକି ସମୁଦାୟ ପ୍ରିମିୟମ୍‌ର ୧୭.୨୭%। ୨୦୧୮ରୁ ୨୦୨୦ ମଧ୍ୟରେ କୃଷକମାନେ ଫସଲ ବୀମା ଦାବି ବାବଦରେ ୨୦୯୦ କୋଟି ଟଙ୍କା ଦାଖଲ କରିଥିବା ବେଳେ ବୀମା କମ୍ପାନୀଗୁଡ଼ିକ ଦାବିର ମାତ୍ର ୫୦% ଅର୍ଥାତ୍‌ ୧୦୨୬ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପିଏମ୍‌ଏଫ୍‌ବିୱାଇ ଅଧୀନରେ ଓଡ଼ିଶାର କୃଷକମାନେ ସେମାନଙ୍କ ବୀମା ଦାବି ଓ କ୍ଷତିପୂରଣ ପାଇବା ନେଇ ବାରମ୍ବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆନ୍ଧ୍ରପ୍ରଦେଶ, ବିହାର, ଗୁଜରାଟ, ଝାଡ଼ଖଣ୍ଡ, ତେଲଙ୍ଗାନା ଏବଂ ପଶ୍ଚିମବଙ୍ଗ ପିଏମ୍‌ଏଫ୍‌ବିୱାଇ ଗ୍ରହଣ କରିନାହାନ୍ତି। ଏଥିଯୋଗୁ ବୀମାଭୁକ୍ତ ମୋଟ କ୍ଷେତ୍ର ୭୩ ଲକ୍ଷ ହେକ୍ଟରକୁ ହ୍ରାସ ପାଇଛି। ୨୦୧୬-୧୭ରେ ୫୬୭ ଲକ୍ଷ ହେକ୍ଟର ଜମି ବୀମାଭୁକ୍ତ ହୋଇଥିବାବେଳେ ୨୦୧୯-୨୦ରେ ୪୯୫ ଲକ୍ଷ ହେକ୍ଟର ହୋଇଛି। କେନ୍ଦ୍ର ସରକାର ତ୍ରୁଟି ସୁଧାରିବା ସହିତ ଅସୁବିଧା ସମୟରେ କୃଷକମାନଙ୍କୁ ସାହାଯ୍ୟ କରିବା ଦରକାର ବୋଲି ସସ୍ମିତ କହିଛନ୍ତି। ନୂତନ ବୈଷୟିକ ଜ୍ଞାନକୌଶଳ ଡ୍ରୋନ୍‌ ସହାୟତାରେ ଶୀଘ୍ର ଦାବିଗୁଡ଼ିକର ଆକଳନକୁ ନିଶ୍ଚିତ କରିବା ଏବଂ କେବଳ ସରକାରୀ ବୀମା କମ୍ପାନୀଗୁଡ଼ିକୁ ପିଏମ୍‌ଏଫ୍‌ବିୱାଇରେ ଅନୁମତି ଦେବାକୁ ବିଜେଡି ଏମ୍‌ପିମାନେ ପାର୍ଲାମେଣ୍ଟରେ ବାରମ୍ବାର ଏହି ପ୍ରସଙ୍ଗକୁ ଉଠାଇଛନ୍ତି। କୃଷକମାନଙ୍କର ଦାବି ସମାଧାନ ନ ହେବା ପର୍ଯ୍ୟନ୍ତ ବିଜେଡି ତାହାର ସଂଗ୍ରାମ ଜାରି ରଖିବ ବୋଲି ସସ୍ମିତ କହିଛନ୍ତି ।
ଏହି ପ୍ରସଙ୍ଗରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଚାଷୀଙ୍କୁ ଓଡ଼ିଶା ସରକାର ପାଣି ପହଞ୍ଚାଇ ପାରିଲେନାହିଁ ବୋଲି ବୀମାର ଆବଶ୍ୟକତା ପଡ଼ିଲା। ରାଜ୍ୟ ସରକାର ଚାଷୀଙ୍କୁ କୌଣସି ପ୍ରକାର ସୁବିଧା ଯୋଗାଇ ପାରୁନାହାନ୍ତି ବୋଲି ବୀମା କଥା ଉଠୁଛି। ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ବୀମା ଯୋଗାଇବା ଲାଗି ଯୋଜନା କରିଛନ୍ତି। ବୀମା କମ୍ପାନୀ ଯଦି କୌଣସି ପ୍ରକାର ଭୁଲ୍‌ କରୁଛନ୍ତି, ତେବେ ରାଜ୍ୟ ସରକାର ଏହା ଉପରେ ଅଙ୍କୁଶ ଲଗାଇବା ଆବଶ୍ୟକ। ଯଦି କିଛି ସମସ୍ୟା ସୃଷ୍ଟି ହେଉଛି ତେବେ ଏନେଇ ରାଜ୍ୟ ସରକାର ଉକ୍ତ ପ୍ରସଙ୍ଗ ଉପରେ କେନ୍ଦ୍ର ସହ ଆଲୋଚନା କରନ୍ତୁ। ଚାଷୀ ପ୍ରିମିୟମ ଦେଉଛନ୍ତି ମାନେ ବୀମା ପାଇବାକୁ ହକ୍‌ଦାର ବୋଲି ସମୀର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri