ମେ ୩୧ରେ ଶେଷ ହେବ ପିଏମ୍‌ଏଓ୍ବାଇ ଆବେଦନ: ତୁରନ୍ତ ସାରିଦିଅନ୍ତୁ କାମ

ଭୁବନେଶ୍ୱର, ୨୮ା୫(ସୁନିତ୍‌ ମିଶ୍ର):ରାଜ୍ୟରେ ଏପରି ପରିବାର ରହିଛନ୍ତି ଯେଉଁମାନେ ଇନ୍ଦିରା ଆବାସ ପାଇଥିଲେ। ସେଥିଲାଗି ସେମାନେ ଆଉ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ) ପାଇବାକୁ ଯୋଗ୍ୟ ହୋଇପାରିନାହାନ୍ତି। ସେତେବେଳେ ସେମାନେ ଇନ୍ଦିରା ଆବାସ ଯୋଜନାରେ ୪୮ ହଜାର ଟଙ୍କା ପର୍ଯ୍ୟନ୍ତ ପାଇଥିଲେ। ସେହି ହିତାଧିକାରୀମାନେ ଯେଉଁ ଘର କରିଥିଲେ ସେଗୁଡିକ ମଧ୍ୟ ଭାଙ୍ଗିଗଲାଣି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ନେଇ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଗି ତଳସ୍ତରକୁ ଯାଇ ଆହୁରି ଭଲରେ ସର୍ଭେ କରିବା ଲାଗି। ଯେଉଁମାନେ ଇନ୍ଦିରା ଆବାସ ପାଇଥିଲେ ଏବଂ ସେମାନଙ୍କ ଘର ନଷ୍ଟ ହୋଇଯାଇଛି ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକାରେ ସାମିଲ କରାଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ନାଏକ କହିଛନ୍ତି, ରାଜ୍ୟରେ ହିତାଧିକାରୀଙ୍କୁ ୨ ପ୍ରକାର ଯୋଜନାରେ ଘର ଦିଆଯାଉଛି। ଲୋକଙ୍କୁ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ କରାଯାଉଛି। ହେଲେ ସରକାରକୁ ଆସିବା ବେଳେ ହିତାଧିକାରୀଙ୍କ ତାଲିକା କିଛି ନ ଥିଲା। ସରକାରକୁ ଆସିବା ପରେ ନୂତନ ସର୍ଭେ ଆରମ୍ଭ ହୋଇଛି। ଆସନ୍ତା ୩୧ ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଗି ଆବେଦନ କରିବାର ଶେଷ ସମୟ। ଏବେ ସୁଦ୍ଧା ୩୬ ଲକ୍ଷ ୮୧ ହଜାର ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଗି ଆବେଦନ କରିଛନ୍ତି। ଯଦି ଆଉ କେହି ଯୋଗ୍ୟ ହିତାଧିକାରୀ ରହିଯାଇଛନ୍ତି ସେମାନେ ଆସନ୍ତା ୩ ଦିନ ମଧ୍ୟରେ ଆବେଦନ କରନ୍ତୁ। ରାଜ୍ୟ ସରକାର ଆଶା ରଖିଛନ୍ତି କେନ୍ଦ୍ରଠାରୁ ୨୨ ଲକ୍ଷ ଘର ମିଳିବ। ପରିସ୍ଥିତି ଅନୁଯାୟୀ ଯଦି ଅଧିକ ଘର ଆବଶ୍ୟକ ପଡ଼ିବ ତାହା କେନ୍ଦ୍ରକୁ ଜଣାଯିବ ଏବଂ ଲୋକଙ୍କୁ ଘର ଦିଆଯିବ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ଯେଉଁମାନେ ଆବେଦନ କରିଛନ୍ତି ୨ ମାସ ମଧ୍ୟରେ ସେମାନଙ୍କ ଆବେଦନକୁ ସର୍ଭେକରି କେନ୍ଦ୍ର ସରକାରଙ୍କ ନିକଟକୁ ତାଲିକା ପଠାଇଯିବ। ଏଭଳି ନିଷ୍ପତ୍ତି ବିଭାଗ ପକ୍ଷରୁ ନିଆଯାଇଛି। ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ଗୃହ ବଣ୍ଟନ କରିଛନ୍ତି। ଏବେ ୧ ଲକ୍ଷ ୭ ହଜାର ଗୃହ ଅନ୍ତ୍ୟୋଦୟ ଘର ଦେବାକୁ ଯୋଜନା ରଖାଯାଇଛି। ଏହି ଘର ମୌସୁମୀ ପରେ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri