ଓଡ଼ିଶାରେ କାର୍ଯ୍ୟକାରୀ ହେବ ପିଏମ୍‌ ଶ୍ରୀ ସ୍କୁଲ, ପିଏମ୍‌ ଉଷା ଯୋଜନା: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୪।୬(ସୁନିତ୍‌ ମିଶ୍ର): ଓଡ଼ିଶା ସମେତ ଭାରତବର୍ଷରେ ଜାତୀୟ ଶିକ୍ଷାନୀତିର କ୍ରିୟାନ୍ବୟନକୁ ଗତି ଦିଆଯିବ। ବିଶେଷଭାବେ ଓଡ଼ିଶାରେ ନବଗଠିତ ଭାଜପା ସରକାର ସହଯୋଗରେ ଓଡ଼ିଶାରେ ପିଏମ୍‌ ଶ୍ରୀ ସ୍କୁଲ ଓ ପିଏମ୍‌ ଉଷାକୁ କାର୍ଯ୍ୟକାରୀ କରାଯିବା ସହ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମୋଦି ସରକାରଙ୍କ ୩ୟ ପାଳିରେ ବର୍ତ୍ତମାନ ବିଧିବଦ୍ଧ ଭାବେ ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟଭାର ଦାୟିତ୍ୱ ନେବାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର ଏହା କହିଛନ୍ତି।

ଧର୍ମେନ୍ଦ୍ର ଆହୁରି କହିଛନ୍ତି, ତାଙ୍କ ଉପରେ ନିରନ୍ତର ବିଶ୍ୱାସ ଓ ଭରସା ରଖି ଶିକ୍ଷା ମନ୍ତ୍ରଣାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ। ଶିକ୍ଷାର ପ୍ରମୁଖ ଏଜେଣ୍ଡାରେ ମୂଳତଃ ଜାତୀୟ ଶିକ୍ଷାନୀତିକୁ ଅଧିକରୁ ଅଧିକ କ୍ରିୟାନ୍ବୟନ ଉପରେ ଗୁରୁତ୍ୱ ଦିଆଯିବ। ସେ ଏବଂ ତାଙ୍କ ଟିମ୍‌ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ ଜାତୀୟ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରିବା ପାଇଁ ନୂଆ ନୂଆ ମାର୍ଗ ପ୍ରସ୍ତୁତ କରିବେ। ଭାରତବର୍ଷର ନୂଆପିଢ଼ିଙ୍କୁ ବୈଶ୍ୱିକ ସ୍ତରରେ ପହଞ୍ଚାଇବା ପାଇଁ ଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବାଲ୍‌ବାଟିକାରୁ ଆରମ୍ଭ କରି ଗବେଷଣା କ୍ଷେତ୍ରରେ ସବୁ କାମକୁ ତ୍ୱରାନ୍ବିତ କରାଯିବ। ଜାତୀୟ ଶିକ୍ଷା ନୀତି ରୂପକ ଦାର୍ଶନିକ ଦସ୍ତାବିଜ ଆହୁରି ରୁଟେଡ୍‌ ହେବ।

ଶିକ୍ଷା ଦୃଶ୍ୟପଟକୁ ଭବିଷ୍ୟତଗାମୀ କରାଯିବ। ଲୋକଙ୍କୁ ସଶକ୍ତ କରିବା ସହ ଭାରତକୁ ଏକବିଂଶ ଶତାବ୍ଦୀର ଜ୍ଞାନ ଅର୍ଥନୀତି ଭାବେ ପ୍ରତିଷ୍ଠିତ କରିବାର ଲକ୍ଷ୍ୟ ରଖାଯାଇଛି। ସେହିପରି ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଅନେକ ବିଷୟରେ ସ୍ଥାନୀୟ ସରକାରର ଅସହଯୋଗ କାରଣରୁ ହୋଇପାରୁ ନ ଥିଲା। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ(ପିଏମ୍‌-ଉଷା) ସମେତ ସରକାରୀ ସ୍କୁଲଗୁଡ଼ିକରେ ପିଏମ୍‌ ଶ୍ରୀ ସ୍କୁଲକୁ ପୂର୍ଣ୍ଣରୂପେ କାର୍ଯ୍ୟକାରୀ କରାଯାଇପାରୁ ନ ଥିଲା। ପିଏମ୍‌ ଶ୍ରୀ ଯୋଜନାରେ ପ୍ରାୟ ୮୦୦ଟି ସରକାରୀ ସ୍କୁଲ ପିଏମ୍‌ ଶ୍ରୀ ସ୍କୁଲରେ ବିକଶିତ ହେବା ସହ ୫ ବର୍ଷରେ ୧୬୦୦ କୋଟିରୁ ଅଧିକ ଟଙ୍କା ଆସିବ। ଓଡ଼ିଶାରେ ମାଟ୍ରିକ ପରୀକ୍ଷାରେ ଫର୍ମ ପୂରଣ କରି ପ୍ରାୟ ୫୦% ପିଲା ପରୀକ୍ଷା ଦେଉ ନ ଥିବାବେଳେ ତାହା ଉପରେ ଦୃଷ୍ଟି ଦିଆଯିବ।

ଓଡ଼ିଶାରେ ନବଗଠିତ ରାଜ୍ୟ ଏବଂ କେନ୍ଦ୍ର ସରକାରର ମିଳିତ ଉଦ୍ୟମରେ ଶିକ୍ଷାକୁ ଅଗ୍ରାଧିକାର ଦିଆଯିବ। ଓଡ଼ିଆ ଅସ୍ମିତାର ମୂଳ ବିଷୟ ହେଲା ରାଜ୍ୟର ବୌଦ୍ଧିକ କ୍ଷମତା। ୨୦୩୬ ସୁଦ୍ଧା ଓଡ଼ିଶା ଭାଷାଭିତ୍ତିରେ ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେବ। ୨୦୪୭ ସୁଦ୍ଧା ଦେଶ ସ୍ବାଧୀନତାର ୧୦୦ ବର୍ଷ ପୂରିବ। ଏହି ସମୟ ସୀମା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିରେ ଗୁଣାତ୍ମକ ଶିକ୍ଷା ଆଧାରରେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ସ୍ବପ୍ନ ପୂରଣ ହେବ। ବୈଷୟିକ ଶିକ୍ଷା, ମେଡିକାଲ ଶିକ୍ଷା ଏବଂ ସ୍କିଲ୍‌ ଶିକ୍ଷା ଉପରେ ଜୋର୍‌ ଦିଆଯିବ। କେନ୍ଦ୍ରମନ୍ତ୍ରୀଙ୍କ ସହ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଭାବେ ଚୌଧୁରୀ ଜୟନ୍ତ ସିଂହ ଏବଂ ସୁକାନ୍ତ ମଜୁମଦାର୍‌ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri