Posted inଜାତୀୟ

୨୫ ବର୍ଷ ପରେ ଭାରତରେ ଇଣ୍ଟରପୋଲ ମହାସଭା, ମୋଦି କରିବେ ଉଦ୍‌ଘାଟନ, ପାକ ସମେତ ୧୯୫ ଦେଶ ହେବେ ସାମିଲ

ନୂଆଦିଲ୍ଲୀ,୧୮ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜଧାନୀ ଦିଲ୍ଲୀର ପ୍ରଗତି ମୈଦାନରେ ୯୦ତମ ଇଣ୍ଟରପୋଲ ମହାସଭାର ଉଦ୍‌ଘାଟନ କରିବେ । ଏହାପରେ ମୋଦି ମହାସଭାରେ ଭାଗ ନେଇଥିବା ୧୯୫ ଦେଶର ପ୍ରତିନିଧିଙ୍କୁ ସମ୍ବୋଧିତ କରିବେ ।
ଏହି କାର୍ଯ୍ୟକ୍ରମରେ ପାକିସ୍ତାନୀ ପ୍ରତିନିଧି ବି ସାମିଲ ହେବେ । ଭାରତରେ ଏହି ଇଣ୍ଟରପୋଲ ମହାସଭା ୨୫ ବର୍ଷ ପରେ ଆୟୋଜିତ ହେଉଛି । ଏହି ମହାସଭା ୧୮-୨୧ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । କାର୍ଯ୍ୟକ୍ରମରେ ଇଣ୍ଟରପୋଲ କାମର ସମିକ୍ଷା କରାଯିବ । ଏହାସହ ଭବିଷ୍ୟତର ଅପରାଧିକ ଚ୍ୟାଲେଞ୍ଜ, ଆନ୍ତର୍ଜାତୀୟ ଗ୍ୟାଙ୍ଗକୁ ଦମନ କରିବାର ରଣନୀତି ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ଏହି ମହାସଭା ବର୍ଷକରେ ଥରେ ଆୟୋଜିତ ହୋଇଥାଏ ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ୧ଟା ୪୫ରେ ମହାସଭାକୁ ସମ୍ବୋଧିତ କରିବେ । ଏହି ସମୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଇଣ୍ଟରପୋଲର ଅଧ୍ୟକ୍ଷ ଅହମଦ ନାସର ଅଲ ରଇସି ଓ ତାଙ୍କ ମହାସଚିବ ଜର୍ଗନ ଷ୍ଟକ ବି ଉପସ୍ଥିତ ରହିବେ । ଭାରତର ୭୫ତମ ସ୍ୱାଧିନତା ଦିବସ ଅବସରରେ ଇଣ୍ଟରପୋଲ ମହାସଭାର ଆୟୋଜନ କରାଯାଇଛି । ଏହା ପୂର୍ବରୁ ଭାରତରେ ଶେଷ ଥର ପାଇଁ ୧୯୯୭ରେ ଏହି ମହାସଭା ଆୟୋଜିତ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ

ମୋହନା,୯ା୨(ମନ୍ମଥ ମିଶ୍ର): ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ । ୨୦୦ରୁ ଅଧିକ ଆଶା କର୍ମୀ ଧାରଣାରେ ବସିଛନ୍ତି । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ…

‘ଆମେ ଦୁଇ ଆମର ଦୁଇ ଡଜନ, ମୋ ମା’ଙ୍କର ୭୨ ନାତୁଣୀ-ନାତି’, ମୋହନ ଭାଗବତଙ୍କୁ କଡ଼ା ଟାର୍ଗେଟ କଲେ AIMIM ନେତା

ନୂଆଦିଲ୍ଲୀ,୯।୨: ଉତ୍ତର ପ୍ରଦେଶର ମୁରାଦାବାଦରେ, ଅସଦୁଦ୍ଦିନ ଓୱେସିଙ୍କ ଦଳ AIMIMର ୟୁପି ରାଜ୍ୟ ସଭାପତି ଶୌକତ ଅଲି ଜନସଂଖ୍ୟା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଏକ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କ୍ଷୀର

ନିୟମିତ କ୍ଷୀର ପିଇଲେ ତାହା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏହାର ଏକ ଖାସ୍‌ ଗୁଣ ରହିଛି। ତାହା କ’ଣ ଜାଣନ୍ତି?…

ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ହତ୍ୟା ଧମକ, ଜୀବନରୁ ମାରିଦେବାକୁ…

ଭୁବନେଶ୍ବର,୯।୧: ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଦୁଇ ବଡ଼ବାପାଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଲେ ସାତ୍ୟକି…

ଯୌତୁକ ଜୁଇରେ ଜଳିଗଲେ ଜ୍ୟୋତ୍ସ୍ନା: ସ୍ବାମୀ-ଦିଅର ଫେରାର

ବାଣପୁର,୯।୨(ଦିଲ୍ଲୀପ କୁମାର ସ୍ବାଇଁ): ଯୌତୁକ ଜୁଇରେ ପୁଣି ଜଣେ ବଧୂ। ଶାଶୁ ଘର ନିର୍ଯାତନା ଦେବା ସହ ବଧୂକୁ ଜୀବନରେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

ଅଦୃଶ୍ୟ ଆକ୍ରମଣକାରୀ : ମାଇକ୍ରୋପ୍ଲାଷ୍ଟିକ

ବିଶ୍ୱ ସ୍ତରରେ, ମାଇକ୍ରୋପ୍ଲାଷ୍ଟିକ୍‌ ଏକ ସର୍ବବ୍ୟାପୀ ପ୍ରଦୂଷକ ପାଲଟିଛି। ଏଗୁଡ଼ିକୁ ଗଭୀର ସମୁଦ୍ର ଅବଶେଷ, ଧ୍ରୁବୀୟ ବରଫ ପାହାଡ଼, ଉଷ୍ଣକଟିବନ୍ଧୀୟ ବର୍ଷାଜଳ ଏବଂ ମାନବ ରକ୍ତପ୍ରବାହରେ ଆବିଷ୍କାର…

ମନମୁତାବକ ପୋଷ୍ଟିଂ ପାଇଁ ବଢୁଛି ପୋଲିସ ଅଧିକାରୀଙ୍କ ଲବି

ଭୁବନେଶ୍ୱର,୯ା୨(ତ୍ରିନାଥ ମହାନ୍ତି): କମିଶନରେଟ୍‌ ପୋଲିସରେ କାମ କରିବାକୁ ଅଧିକାଂଶ ପୋଲିସ ବାବୁଙ୍କ ଇଚ୍ଛା। ସବୁକିଛି ସୁବିଧା ମିଳୁଥିବାରୁ ସେମାନେ ଜିଲାକୁ ଯିବାକୁ ଚାହୁଁନାହାନ୍ତି। ନିଜ ମନମୁତାବକପୋଷ୍ଟିଂ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri