‘Chhava’ର ପ୍ରଶଂସାରେ ଶତମୁଖ ହେଲେ ପ୍ରଧାନମନ୍ତ୍ରୀ ମୋଦି, ଖୁସିବ୍ୟକ୍ତ କଲେ ବିକ୍କି

ମୁମ୍ବାଇ: ବକ୍ସ ଅଫିସରେ ନୂଆ ରେକର୍ଡ କରୁଛି ଅଭିନେତା ବିକ୍କି କୌଶଲଙ୍କ ଫିଲ୍ମ ‘Chhava’। ଦର୍ଶକେ ଫିଲ୍ମକୁ ବେଶ ପସନ୍ଦ କରୁଥିବାରୁ ସିନେମାହଲ୍‌ଗୁଡ଼ିକ ହାଉସ୍‌ଫୁଲ ଯାଉଛି। ଏହି କ୍ରମରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଲ୍ମକୁ ପ୍ରଶଂସାରେ ପୋତିଛନ୍ତି। ଏହାକୁ ନେଇ ବିକ୍କି ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନୂଆଦିଲ୍ଲୀ ୯୮ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ଫିଲ୍ମ ‘ଛାବା’ର ପ୍ରଶଂସା କରି କହିଥିଲେ, ଏବେ ଫିଲ୍ମ ‘ଛାବା’ ହୃଦୟ ଜିତୁଛି। କହିବାକୁ ଗଲେ ମହରାଷ୍ଟ୍ର ଏବଂ ମୁମ୍ବାଇ, ଯାହା ମରାଠୀ ସହ ହିନ୍ଦୀ ସିନେମାକୁ ନୂଆ ଦିଗ ଦେଇଛି। ଶିବାଜୀ ସାବନ୍ତଙ୍କ ମରାଠୀ ଉପନ୍ୟାସରୁ ସମ୍ଭାଜୀ ମହାରାଜଙ୍କ ବୀରତାର ପରିଚୟ ବିକ୍କିଙ୍କ ରୂପରେ ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି।

 

View this post on Instagram

 

A post shared by Maddock Films (@maddockfilms)

ତେବେ ପ୍ରଧାନମନ୍ତ୍ରୀଙ୍କଠାରୁ ପ୍ରଶଂସା ଶୁଣି ବିକ୍କି ସୋସିଆଲ ମିଡିଆରେ ଷ୍ଟୋରୀ ଲଗାଇଛନ୍ତି। ଶବ୍ଦ ଶୁଣି ସମ୍ମାନବୋଧ ହେଲା। ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ବୋଲି ଲେଖିଛନ୍ତି।

ଫିଲ୍ମର ବ୍ୟବସାୟ ବିଷୟରେ କହିଲେ ଏହା ଫେବୃଆରୀ ୧୪ରେ ରିଲିଜ ହୋଇଥିଲା। ଏଯାବତ ସାରା ଦେଶରେ ଏହା ୨୪୨.୨୫ କୋଟି ଟଙ୍କା ରୋଜଗାର କରିସାରିଛି। ସେହିଭଳି ବିଶ୍ୱସ୍ତରରେ ଏହା ୩୦୭.୫୦ କୋଟି ରୋଜଗାର କରିଛି। ଫିଲ୍ମରେ ବିକ୍କି ସମ୍ଭାଜୀ ମହାରାଜଙ୍କ ଭୂମିକାରେ ଥିବା ବେଳେ ଅକ୍ଷୟ ଖନ୍ନା ଔରଙ୍ଗଜେବ୍‌ ଭୂମିକାରେ ନଜର ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri