Posted inଜାତୀୟ

ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ରୋଡ ଶୋ’, ଜୟ ଶ୍ରୀ ରାମ ନାରା ସହିତ କରାଗଲା ସ୍ବାଗତ

ଲକ୍ଷ୍ନୌ,୩୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତରପ୍ରଦେଶର ଅଯୋଧ୍ୟାରେ ପହଞ୍ଚିବା ପରେ ଏକ ଗ୍ରାଣ୍ଡ ରୋଡ ଶୋ’ କରିଛନ୍ତି। ଏହି ସମୟରେ ଲୋକେ ପ୍ରଧାନମନ୍ତ୍ରୀଙ୍କ ଉପରେ ଫୁଲ ବର୍ଷା କରିଛନ୍ତି ଏବଂ ଜୟ ଶ୍ରୀ ରାମ ନାରା ସହିତ ସ୍ବାଗତ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏଠାରେ ପୁନଃ ନିର୍ମାଣ ରେଳ ଷ୍ଟେଶନ ଏବଂ ନୂତନ ବିମାନବନ୍ଦରର ଉଦ୍‌ଘାଟନ କରିବେ। ଏହା ବ୍ୟତୀତ ଅଯୋଧ୍ୟା ସମେତ ୟୁପିକୁ ୧୫,୦୦୦ କୋଟି ଟଙ୍କା ଉପହାର ଦେବେ। ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ୟୁପି ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ଏବଂ ତାଙ୍କୁ ଫୁଲ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସହରକୁ ଫୁଲ, ଫଟୋ ଏବଂ ସ୍ତମ୍ଭରେ ସଜାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଛବି ମଧ୍ୟ ସବୁ ସ୍ଥାନରେ ଲଗାଯାଇଛି। ଏଥିସହିତ ସହରର ସୁରକ୍ଷା ବ୍ୟବସ୍ଥା ମଧ୍ୟ ବୃ୍‌ଦ୍ଧି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ସାମରିକ ଆକ୍ରମଣରେ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିଥିବା ମୁଖ୍ୟ କାର୍ପଟଦାର ନିହତ!

ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଏହିସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା ରେଳ ସେବା: ରେଳ ବିଭାଗର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କ ପାଇଁ ଖୁସିଖବର। ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

ସାଇକେଲରେ ବିଦ୍ୟାଳୟ ଯାଉଥିଲେ ଦୁଇ ଛାତ୍ର, ପାଚେରିରେ ପିଟି ହୋଇ…

ମୋହନା,୨୬ା୩(ମନ୍ମଥ ମିଶ୍ର): ସାଇକେଲରେ ବିଦ୍ୟାଳୟକୁ ଯିବା ବେଳେ ପାଚେରିରେ ପିଟି ହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri