Posted inଜାତୀୟ

ଦେଶ ପାଇଁ ନୁହେଁ ବରଂ ବନ୍ଧୁମାନଙ୍କ ପାଇଁ କାର୍ଯ୍ୟ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ସୋନିଆ

ରାୟପୁର,୨୫।୨: ଛତିଶଗଡ଼ର ନୟା ରାୟପୁରରେ ଚାଲିଥିବା କଂଗ୍ରେସର ୮୫ତମ ପୂର୍ଣ୍ଣ ଅଧିବେଶନରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ସୋନିଆ ଗାନ୍ଧୀ। କେନ୍ଦ୍ର ସରକାର ଏବଂ ଆର୍‌ଏସ୍‌ଏସ୍‌ ସମସ୍ତ ସ୍ବୟଂଶାସିତ ଏଜେନ୍ସିଗୁଡ଼ିକୁ କବ୍ଜା କରିନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ପାଇଁ ନୁହେଁ ବରଂ ତାଙ୍କ ବନ୍ଧୁମାନଙ୍କ ପାଇଁ କ୍ଷମତା ଚଳାଉଛନ୍ତି ବୋଲି ସମ୍ମିଳନୀର ଦ୍ୱିତୀୟ ଦିନରେ କଂଗ୍ରେସ ନେତା ସୋନିଆ କହିଛନ୍ତି।

ଅଧିବେଶନକୁ ସମ୍ବୋଧିତ କରି ସୋନିଆ କହିଛନ୍ତି, ଆମକୁ ଭାଜପା ଶାସନକୁ ଦୃଢ଼ ଭାବେ ମୁକାବିଲା କରିବାକୁ ହେବ। ଲୋକଙ୍କ ନିକଟରେ ଆମକୁ ପହଞ୍ଚିବାକୁ ପଡ଼ିବ। ଫଳରେ ଆମର ବାର୍ତ୍ତା ସ୍ପଷ୍ଟ ଭାବେ ଜଣାପଡ଼ିବ। ଭାଜପା କିନ୍ତୁ ନିଆଁରେ ଘିଅ ଢ଼ାଳିବା କାମ କରୁଛି। ସଂଖ୍ୟାଲଘୁ, ମହିଳା, ଦଳିତ, ଆଦିବାସୀଙ୍କୁ ଟାର୍ଗେଟ କରୁଛି। ଭାଜପା ପ୍ରତ୍ୟେକ ଅନୁଷ୍ଠାନକୁ କବ୍ଜା କରି ନେଇଥିବାରୁ ଏହା ଦଳ ତଥା ଦେଶ ପାଇଁ ଆହ୍ବାନପୂର୍ଣ୍ଣ ସମୟ ବୋଲି ସୋନିଆ କହିଛନ୍ତି।

ତେବେ କଂଗ୍ରେସର ପ୍ରଶଂସା କରି ସୋନିଆ କହିଛନ୍ତି, ଏହା ଏକ ରାଜନୈତିକ ଦଳ ନୁହେଁ। ବରଂ ଏହା ଏକ ମାଧ୍ୟମ ଯାହାଦ୍ୱାରା ଲୋକେ ସମାନତା, ସ୍ବାଧୀନତା, ନ୍ୟାୟ ପାଇଁ ଲଢ଼ନ୍ତି। ଆମେ ଲୋକଙ୍କ ସ୍ବରକୁ ଆଗକୁ ନେଇ ସେମାନଙ୍କ ସ୍ବପ୍ନକୁ ପୂରଣ କରୁ। ଦଳର ରାସ୍ତା ସହଜ ନୁହେଁ। ହେଲେ ଆମେ ନିଶ୍ଚିତ ଭାବେ ଜିତିବୁ। ଗଣତନ୍ତ୍ରକୁ ମଜଭୂତ କରିବା ଲାଗି କଂଗ୍ରେସ ସର୍ବଦା କାର୍ଯ୍ୟ କରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri