Posted inଜାତୀୟ

ଶିବାଜୀ ହିଁ ଶେଷ କରିଥିଲେ ଦାସତ୍ୱର ମାନସିକତା: ମୋଦି

ନୂଆଦିଲ୍ଲୀ,୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଛତ୍ରପତି ଶିବାଜୀ ମହାରାଜଙ୍କ ରାଜତିଳକର ୩୫୦ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ମୋଦି କହିଛନ୍ତି, ଛତ୍ରପତି ଶିବାଜୀ ମହାରାଜ ଦାସତ୍ୱର ମାନସିକତାକୁ ଶେଷ କରିଥିଲେ। ଶିବାଜୀ ମହାରାଜ ସର୍ବଦା ଦେଶର ଏକତା ଓ ଅଖଣ୍ଡତାକୁ ସର୍ବୋପରି ରଖିଛନ୍ତି। ଆଜି ‘ଗୋଟିଏ ଭାରତ ଶ୍ରେଷ୍ଠ ଭାରତ’ ଭିଜନରେ ଶିବାଜୀ ମହାରାଜାଙ୍କ ବିଚାରର ହିଁ ପ୍ରତିବିମ୍ବ ଭାବେ ଦେଖାଯାଉଛି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଛତ୍ରପତି ଶିବାଜୀ ମହାରାଜଙ୍କ ରାଜ୍ୟାଭିଷେକ ଦିବସ ନୂଆ ଚେତନା, ନୂତନ ଶକ୍ତି ଆଣିଛି। ଛତ୍ରପତି ଶିବାଜୀ ମହାରାଜଙ୍କ ରାଜ୍ୟାଭିଷେକ ସେହି ସମୟର ଏକ ଚମତ୍କାର ଏବଂ ବିଶେଷ ଅଧ୍ୟାୟ । ଜାତୀୟ କଲ୍ୟାଣ ଏବଂ ଜନ କଲ୍ୟାଣ ତାଙ୍କ ଶାସନର ମୌଳିକ ଉପାଦାନ । ଆଜି ମୁଁ ଛତ୍ରପତି ଶିବାଜୀ ମହାରାଜଙ୍କ ପାଦତଳେ କୋଟଇ କୋଟି ପ୍ରଣାମ କରୁଛି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଶହ ଶହ ବର୍ଷର ଦାସତ୍ୱ ଦେଶବାସୀଙ୍କଠାରୁ ସେମାନଙ୍କ ଆତ୍ମବିଶ୍ୱାସ ଛଡ଼ାଇ ନେଇଛି, ଏଭଳି ସମୟରେ ଲୋକଙ୍କ ଉପରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ଏକ କଷ୍ଟସାଧ୍ୟ କାର୍ଯ୍ୟ ଥିଲା। ସେହି ସମୟରେ ଛତ୍ରପତି ଶିବାଜୀ ମହାରାଜ କେବଳ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଲଢି ନ ଥିଲେ ବରଂ ଆତ୍ମ-ଶାସନ ସମ୍ଭବ ବୋଲି ଜନସାଧାରଣଙ୍କ ମନରେ ବିଶ୍ୱାସ ସୃଷ୍ଟି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପା-ମା’ଙ୍କ ସେବା ନକଲେ କଟିବ ଦରମା: ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨ା୧: ବାପା-ମା’ଙ୍କୁ ଅବହେଳା କରୁଥିବା ସରକାରୀ କର୍ମଚାରୀଙ୍କୁ ବଡ ଝଟକା। ଏଣିକି ଯେଉଁ କର୍ମଚାରୀମାନେ ନିଜ ବୃଦ୍ଧ ବାପା-ମା’ଙ୍କ ଯତ୍ନ ନେବେ ନାହିଁ, ସେମାନଙ୍କ ଦରମାରୁ...

ଖୁବଶୀଘ୍ର ଗଡ଼ିବ ‘ବନ୍ଦେ ଭାରତ ସ୍ଲିପର’ ଟ୍ରେନ୍: ଜାଣନ୍ତୁ କେତେ ରହିବ ଭଡ଼ା

ନୂଆଦିଲ୍ଲୀ,୧୨ା୧: ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦେଶରେ ଖୁବଶୀଘ୍ର ଅତ୍ୟାଧୁନିକ ‘ବନ୍ଦେ ଭାରତ ସ୍ଲିପର’ ଟ୍ରେନ୍ ସେବା ଆରମ୍ଭ...

ମୟୂରଭଞ୍ଜରେ ଚାଞ୍ଚଲ୍ୟ: ବୃଦ୍ଧାଙ୍କୁ ବଳାତ୍କାର ପରେ ପଥରରେ ଛେଚି…

ଉଦଳା, ୧୨।୧(ସନ୍ତୋଷ କୁମାର ବାଚ୍ଛିନୀ): ପଡ଼ୋଶୀ ସାଜିଲା ନର ରାକ୍ଷସ। ନିଜ ଯୌନ ଲାଳସା ପୂରଣ କରିବା ପରେ ବୃଦ୍ଧାଙ୍କୁ ପଥରରେ ଛେଚି କରିଲେ ହତ୍ୟା।...

କରୁର ଦଳାଚକଟା ମାମଲା: ଅଭିନେତା ବିଜୟଙ୍କୁ ୬ ଘଣ୍ଟା ଜେରା କଲା ସିବିଆଇ

ନୂଆଦିଲ୍ଲୀ,୧୨ା୧: ତାମିଲ ସୁପରଷ୍ଟାର ତଥା TVK ମୁଖ୍ୟ ବିଜୟ ସୋମବାର ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟାଳୟରେ ହାଜର ହୋଇଥିଲେ। କରୁର ଦଳାଚକଟା ଘଟଣାରେ ତାଙ୍କର ଏବଂ ତାଙ୍କ...

‘ରୋମିଓ-ଜୁଲିଏଟ୍’ କ୍ଲଜ୍ ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ, ସହମତିରେ ପ୍ରେମ ସମ୍ପର୍କ…

ନୂଆଦିଲ୍ଲୀ,୧୨ା୧: ପକ୍ସୋ ଆଇନର ଅପବ୍ୟବହାର ରୋକିବା ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। କିଶୋର ବୟସରେ ପରସ୍ପର ସହମତିରେ ଗଢ଼ିଉଠୁଥିବା ପ୍ରେମ ସମ୍ପର୍କକୁ...

ଗାଡି ଭିତରକୁ ଟାଣି ନେଲେ, ମଦ ପିଆଇ ଯୁବତୀଙ୍କୁ କଲେ ଗଣବଳାତ୍କାର, ସାହସିକତା ଦେଖାଇ ଅଭିଯୁକ୍ତ ଶୋଇଥିବାବେଳେ…

ନୂଆଦିଲ୍ଲୀ, ୧୨।୧: ବିହାରର ପୂର୍ଣ୍ଣିଆରେ ମାନବତାକୁ ଲଜ୍ଜିତ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି। ଛଅ ଜଣ ନୃଶଂସ ବ୍ୟକ୍ତି ଜଣେ ଯୁବତୀଙ୍କୁ ରାସ୍ତାରୁ ଅପହରଣ...

SBI ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ଏଟିଏମ୍ କାରବାର ପାଇଁ ଦେବାକୁ ପଡ଼ିବ ଅଧିକ ଶୁଳ୍କ

ମୁମ୍ବାଇ,୧୨ା୧: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ SBI ନିଜର ଏଟିଏମ୍ କାରବାର ଶୁଳ୍କରେ ବୃଦ୍ଧି କରିଛି। ମାଗଣା ସୀମା ଶେଷ ହେବା ପରେ ଅନ୍ୟ ବ୍ୟାଙ୍କର...

ଆଜି ୫ ମହିଳାଙ୍କୁ ଗାଡି ଚାବି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ: ଏହି ଯୋଜନାରେ ମହିଳାଙ୍କୁ କାର୍‌ ଦେଉଛନ୍ତି ସରକାର

ଭୁବନେଶ୍ୱର,୧୨।୧: ଆଜି ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର ୬,୭୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ସମୁଦାୟ ୭୧ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥି ମଧ୍ୟରୁ ପ୍ରାୟ ୫,୬୩୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri