Posted inଜାତୀୟ

Video: ତାମିଲନାଡୁ ମନ୍ଦିରରେ ଗଜରାଜଙ୍କଠାରୁ ଆଶୀର୍ବାଦ ଲୋଡ଼ିଲେ ପ୍ରଧାନମନ୍ତ୍ରୀ, ଖୁଆଇଲେ ଗୁଡ଼

ନୂଆଦିଲ୍ଲୀ,୨୦।୧: ଶନିବାର ତିରୁଚିରାପଲ୍ଲୀରେ ତାମିଲନାଡୁର ରଙ୍ଗନାଥସ୍ୱାମୀ ମନ୍ଦିର ପରିଦର୍ଶନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ହାତୀଠାରୁ ଆଶୀର୍ବାଦ ଲୋଡିଛନ୍ତି। ହାତୀର ପ୍ରଧାନମନ୍ତ୍ରୀଙ୍କୁ ତାର ଶୁଣ୍ଢରେ ଆଶୀର୍ବାଦ ଦେଉଥିବା ଏକ ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି।

ପ୍ରଧାନମନ୍ତ୍ରୀ ମୋଦି ଏକ ଧଳା ରଙ୍ଗର ଧୋତି ପାରମ୍ପରିକ ତାମିଲ ବେଶ ପୋଷାକରେ ଭଗବାନ ବିଷ୍ଣୁ ମନ୍ଦିରରେ ପ୍ରାର୍ଥନା କରିଥିଲେ। ଏହାପରେ ମନ୍ଦିରରେ ଥିବା ହାତୀକୁ ଖାଇବାକୁ ଦେବା ସହ ଆଶୀର୍ବାଦ ନେଇଥିଲେ।

ରଙ୍ଗନାଥସ୍ୱାମୀଙ୍କୁ ପ୍ରାର୍ଥନା ପରେ ମନ୍ଦିର ପୁରୋହିତମାନେ ‘ସଦାରୀ’ (ମୁକୁଟ, ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦର ପ୍ରତୀକ) ରେ ଆଶୀର୍ବାଦ ସ୍ୱରୂଅ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।

ଶ୍ରୀରଙ୍ଗମ୍ ମନ୍ଦିର ଏକ ଦ୍ୱୀପରେ, କାବେରୀ ଏବଂ କୋଲିଡାମ ନଦୀଗୁଡ଼ିକର ମିଳନ ସ୍ଥଳରେ ଅବସ୍ଥିତ। ପ୍ରାରମ୍ଭ ଏବଂ ପରବର୍ତ୍ତୀ ଚୋଳ, ପାଣ୍ଡ୍ୟ, ହୋୟସାଳ ଏବଂ ବିଜୟନାଗର ସାମ୍ରାଜ୍ୟ ଏହି ମହାନ ମନ୍ଦିର ନିର୍ମାଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗମନକୁ ନେଇ ମନ୍ଦିରର ମୁଖ୍ୟ ପୁରୋହିତ ସୁନ୍ଦର ଭଟ୍ଟ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ‘ରଙ୍ଗନାଥସ୍ୱାମୀ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗମନରେ ସମସ୍ତ ଭକ୍ତ ବହୁତ ଖୁସି ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗମନରେ ଭଗବାନ ରଙ୍ଗନାଥସ୍ୱାମୀ ମଧ୍ୟ ଖୁସି ଅଛନ୍ତି। ଆମର ପ୍ରଧାନମନ୍ତ୍ରୀ ସମସ୍ତଙ୍କ କଲ୍ୟାଣ ପାଇଁ ଚିନ୍ତା କରନ୍ତି ଏବଂ ରଙ୍ଗନାଥ ମଧ୍ୟ ସମସ୍ତଙ୍କ କଲ୍ୟାଣ ବିଷୟରେ ଚିନ୍ତା କରନ୍ତି। ତେଣୁ ଏହା ଶ୍ରୀରଙ୍ଗମଙ୍କ ପାଇଁ ଏକ ଆଶୀର୍ବାଦ ସୁଯୋଗ ଅଟେ। ଏହାପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ଶ୍ରୀରଙ୍ଗମରେ ପାଦ ରଖି ନଥିଲେ। ପ୍ରଥମ ଥର ପାଇଁ ଜଣେ ପ୍ରଧାନମନ୍ତ୍ରୀ ଏଠାକୁ ଆସିଛନ୍ତି। ତାଙ୍କୁ ଏଠାରେ ପାଇ ଆମେ ଗର୍ବିତ।


Enter your email to get our daily news in your inbox.

All Right Reserved By Dharitri.Com

ଚମତ୍କାର….ଶବକୁ ନେଇ ଯାଉଥିବା ବେଳେ ଖାଲରେ ପଡିଗଲା ଆମ୍ବୁଲାନ୍ସ ଚକା, ଜୀବନ ପାଇଲେ ବ୍ରେନ ଡେଡ ମହିଳା

ଲକ୍ଷ୍ନୌ,୧୧।୩: ଉତ୍ତର ପ୍ରଦେଶର ପିଲିଭୀତରେ ଏପରି ଏକ ଚମତ୍କାର ହୋଇଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଜଣେ ମହିଳା ଯାହାଙ୍କୁ ଡାକ୍ତରମାନେ ବ୍ରେନ ଡେଡ୍ ଘୋଷଣା…

ଯୁଦ୍ଧ ଭିତରେ ବାଂଲାଦେଶ ଭାରତକୁ ପଠାଇଲା…ଚମକି ପଡିଲା ପାକିସ୍ତାନ!

ଢାକା,୧୧।୩: ବାଂଲାଦେଶରେ ଏକ ବଡ଼ ରାଜନୈତିକ ପଟ ପରିବର୍ତ୍ତନ ପରେ, ଦେଶ ଏବେ ପଡ଼ୋଶୀ ଭାରତ ସହିତ ଏହାର କୂଟନୈତିକ ଏବଂ ସୁରକ୍ଷା ସମ୍ପର୍କକୁ ପୁନଃନିର୍ମାଣ କରିବାକୁ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ଯୁଦ୍ଧ ମଧ୍ୟରେ ଇରାନକୁ ଫୋନ୍‌ କଲା ଭାରତ, ଆଲୋଚନା ମଧ୍ୟରେ ଘଟିଲା…ବିଶ୍ୱରେ ଚହଳ

  ନୂଆଦିଲ୍ଲୀ,୧୧।୩: ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଜୟଶଙ୍କର ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ…

ଆଦାନୀ ହାତକୁ ଯିବ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ

ପାରାଦୀପ,୧୧ା୩(ଶରତ ରାଉତ):ରାଜ୍ୟରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବ୍ୟାପକ ପ୍ରଚାର ପ୍ରସାର ହେଉଛି। କିନ୍ତୁ ଓଡ଼ିଆଙ୍କ ପ୍ରାଚୀନ ସଂସ୍କୃତି ସହ ଜଡ଼ିତ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ ଏବେ…

ଘଡ଼ଘଡ଼ି, ବିଜୁଳି ସହିତ ୩୦ରୁ ୪୦ କି.ମି. ବେଗରେ ବହିବ ପବନ: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୧ା୩ (ବନ୍ଦନା ସେଠୀ):ଦକ୍ଷିଣ ଝାଡ଼ଖଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପରିସରରୁ ଏକ ଟ୍ରଫ୍‌ ଲାଇନ୍‌ ଆଭ୍ୟନ୍ତରୀଣ ଓଡ଼ିଶା, ଛତିଶଗଡ଼ ଏବଂ ବିଦର୍ଭ ଦେଇ ୦.୯ କିଲୋମିଟର ଉଚ୍ଚତାରେ…

ଏହି ଦିନ ଆସିବ ପିଏମ୍‌ କିଷାନର ୨୨ତମ କିସ୍ତି

ନୂଆଦିଲ୍ଲୀ,୧୧ା୩(ପି.ଟି.):ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ)ର ୨୨ତମ କିସ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୩ ତାରିଖରେ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ଡିଜିଟାଲି ଟ୍ରାନ୍ସଫର କରିବେ। ୯.୩୨…

ରୋଷେଇ ଘରେ ଯୁଦ୍ଧ ଯନ୍ତ୍ରଣା

ନୂଆଦିଲ୍ଲୀ(ପି.ଟି./ଏଜେନ୍ସି)/ ଭୁବନେଶ୍ୱର(ରବିନାରାୟଣ ଜେନା),୧୧ା୩: ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲ୍‌ ପକ୍ଷରୁ ମିଳିତ ଆକ୍ରମଣ ଯୋଗୁ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଜଳପଥ ଦେଇ ପ୍ରାକୃତିକ ବାଷ୍ପ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri