Posted inଜାତୀୟ

କ’ଣ ୭୫ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଦେବେ ନରେନ୍ଦ୍ର ମୋଦି? BJPର ଅବସର ପଲିସି ବୁଝନ୍ତୁ…

ନୂଆଦିଲ୍ଲୀ,୧୨।୭: ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ନିକଟରେ ଏକ ବଡ଼ ବୟାନ ଦେଇଥିଲେ। ସେ କହିଥିଲେ ଯେ ୭୫ ବର୍ଷ ବୟସ ପୂରଣ ହେବା ପରେ ନେତାମାନଙ୍କୁ ଅନ୍ୟମାନଙ୍କୁ କାମ କରିବାର ସୁଯୋଗ ଦେବା ଉଚିତ। ନାଗପୁରର ଏକ କାର୍ଯ୍ୟକ୍ରମ ସମୟରେ ସେ ଦେଇଥିବା ଏଭଳି ବୟାନ ଚର୍ଚ୍ଚାରେ ରହିଛି। ଏହାକୁ ନେଇ ବିରୋଧୀ ଦଳ କଟାକ୍ଷ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ସେ ଏପରି କହିଥିବା ସେମାନେ କହୁଛନ୍ତି।
୭୫ ବର୍ଷକୁ ନେଇ କାହିଁକି ଏତେ ଚର୍ଚ୍ଚା?
ନିକଟରେ ମୋହନ ଭାଗବତ ୭୫ ବର୍ଷ ବୟସ ଏବଂ ଅବସର ବିଷୟରେ ସଙ୍କେତ ଦେଇଛନ୍ତି ସତ  ହେଲେ ୨୦୧୪ରେ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ଏନେଇ ଚର୍ଚ୍ଚା ହୋଇଥିଲା। ଏହି ସମୟରେ ଅନେକ ନେତାଙ୍କୁ ଭାଜପା ମାର୍ଗଦର୍ଶକ ମଣ୍ଡଳୀକୁ ପଠାଇଥିଲା। ଏହାକୁ ନେଇ ତୁମ୍ବିତୋଫାନ ହୋଇଥିଲା।
୨୦୧୪ରେ ଭାଜପା ଲୋକ ସଭା ନିର୍ବାଚନ ଲାଗି ଲାଲକୃଷ୍ଣ ଆଡଭାଣୀଙ୍କୁ ଟିକେଟ ଦେଇ ଥିଲା। ହେଲେ ତାଙ୍କୁ ସରକାର ଆସିବା ପରେ ମାର୍ଗଦର୍ଶକ ମଣ୍ଡଳୀକୁ ପଠାଇ ଦେଇଥିଲା। ଏହି ସମୟରେ ଦାବି କରାଯାଇଥିଲା କି ୭୫ ବର୍ଷ ପରେ ଭାଜପା ନିଜ ନେତାଙ୍କୁ ସକ୍ରିୟ ରାଜନୀତିରୁ ଅବସର ଦେଇଦେବ। ଏହା ପରେ ଅନେକ ନେତା କ୍ଷମତା ହରାଇଥିଲେ।
ଗତବର୍ଷ ଲୋକ ସଭା ନିର୍ବାଚନ ସମୟରେ ତିହାର ଜେଲରୁ ଫେରିଥିବା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ ଦାବି କରିଥିଲେ ଯେ ସେପ୍ଟେମ୍ବର ୨୦୨୫ରେ ମୋଦି ୭୫ ବର୍ଷର ହୋଇଯିବେ। ଏହାପରେ ସେ କ୍ଷମତା ଛାଡ଼ିଦେବେ। ପରେ ସେହି ପଦବୀ ଅମିତ ଶାହାଙ୍କୁ ମିଳିଯିବ। ଏପରିକି ଏହି ପ୍ରକାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ହଟାଇ ଦିଆଯିବ ବୋଲି ସେ କହିଥିଲେ।
ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହେବା ପରେ ଅମିତ ଶାହା ସଫେଇ ଦେଇଥିଲେ। ଶାହା କହିଥିଲେ ଯେ ମୋଦି ନିଜର ତୃତୀୟ କାର୍ଯ୍ୟକାଳ ପୂରଣ କରିବେ। ଭାଜପା ସମ୍ବିଧାନରେ ଏଭଳି ଲେଖାଯାଇ ନାହିଁ ଯେ ମୋଦି ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ। ସେ ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ ଏବଂ ନିଜର କାର୍ଯ୍ୟକାଳ ପୂରଣ କରିବେ। କେବଳ ସେତିକି ନୁହେଁ ୨୦୨୯ରେ କାର୍ଯ୍ୟକାଳ ଶେଷ ହେବା ପରେ ବି ସେ ଭାଜପାର ପ୍ରଧାନମନ୍ତ୍ରୀ ଚେହେରା ରହିବେ। ସେଥିରୁ ସ୍ପଷ୍ଟ ହୋଇଥିଲା ଯେ ମୋଦିଙ୍କ ଅବସର ସମ୍ଭାବା ନାହିଁ।
କହିରଖୁଛୁ, ଦେଶର ସମ୍ବିଧାନ ପ୍ରଧାନମନ୍ତ୍ରୀ ପଦ ଲାଗି ଯୋଗ୍ୟତା ମଧ୍ୟରେ ବୟସର କୌଣସି ସୀମା ନାହିଁ। ଅର୍ଥାତ ଯେକୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀ ପଦରେ ଅଧିକ ବୟସ ହେବା ସତ୍ତ୍ୱେ  ରହିପାରିବେ। ସେହିଭଳି ଶାହା ମଧ୍ୟ କହି ସାରିଛନ୍ତି ଯେ ଭାଜପା ସମ୍ବିଧାନରେ ମଧ୍‌ ଏହାକୁ ନେଇ କୌଣସି ନିୟମ ନାହିଁ।
ଏମିତିରେ ମୋଦିଙ୍କ ଯୁଗରେ ୭୫ ବର୍ଷ ବୟସ ପରେ ଅନେକ ନେତାଙ୍କୁ ସକ୍ରିୟ ରାଜନୀତିରୁ ଛୁଟି ଦିଆଯାଇଛି। ଏଣୁ ସେ ନିଜର ପଦ ଛାଡ଼ିବେ କି ନାହିଁ ତାହା ଦେଖିବାକୁ ବାକି ରହିଛି। ଅପରପକ୍ଷେ ମୋହନ ଭାଗବତଙ୍କ ବୟାନ ଏହି ଚର୍ଚ୍ଚାରେ ଘିଅ ଢ଼ାଳିଛି।

Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri