ନୂଆଦିଲ୍ଲୀ,୪।୯: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏକ ନୂଆ ରାଜନୈତିକ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଉପଲବ୍ଧି ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲୋନିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମେଲୋନିଙ୍କୁ ନିଜର ବନ୍ଧୁ ବୋଲି ସମ୍ବୋଧନ କରି କହିଛନ୍ତି ଯେ, ଇଟାଲୀର ଯୁଦ୍ଧୋତ୍ତର ଇତିହାସରେ ସବୁଠାରୁ ଦୀର୍ଘ ସମୟ ଧରି ଲଗାତାର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ତାଙ୍କ ନେତୃତ୍ୱ ଉପରେ ଇଟାଲୀବାସୀଙ୍କ ଭରସାକୁ ପ୍ରତିଫଳିତ କରୁଛି। ମୋଦି କହିଛନ୍ତି ଯେ, ମେଲୋନିଙ୍କ ସହ ବନ୍ଧୁତ୍ୱ ଭାରତ ଓ ଇଟାଲୀ ମଧ୍ୟରେ ଥିବା ବିଶେଷ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ କରିବାରେ ସହାୟକ ହୋଇଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ଭାରତ ଓ ଇଟାଲୀର ଲୋକଙ୍କ ପାଇଁ ଏକ ଉନ୍ନତ ଓ ସମୃଦ୍ଧ ଭବିଷ୍ୟତ ଗଠନ ଲକ୍ଷ୍ୟରେ ସେ ମେଲୋନିଙ୍କ ସହ ମିଶି କାମ ଜାରି ରଖିବାକୁ ଚାହୁଁଥିବା ମୋଦି କହିଛନ୍ତି।
Congratulations to my friend Prime Minister Meloni on becoming the longest continuously serving Prime Minister in Italy’s postwar history. This milestone is a reflection of the trust and confidence of the Italian people in her leadership.
Her friendship has also been…
— Narendra Modi (@narendramodi) September 4, 2026