Posted inଜାତୀୟ

ମଣିପୁର ଜଳୁଥିବାବେଳେ ପ୍ରଧାନମନ୍ତ୍ରୀ ମଜାକ ଉଡ଼ାଉଛନ୍ତି: ରାହୁଲ

ନୂଆଦିଲ୍ଲୀ,୧୨ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁରରେ ଜଳୁଥିବା ହିଂସାର ନିଆଁକୁ ଲିଭାଇାକୁ ଚାହୁଁନାହାନ୍ତି, ଯାହା ହେଉଛି ବାସ୍ତବ ସତ୍ୟ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଗଣମାଧ୍ୟମକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ଗୁରୁବାର ପାର୍ଲାମେଣ୍ଟରେ କହୁଥିବାବେଳେ ମଜାକ ଉଡ଼ାଉଥିଲେ। ଏନ୍‌ଡିଏ ସଦସ୍ୟମାନେ ସ୍ଲୋଗାନ ଦେଉଥିବାବେଳେ ମୋଦି ହସୁଥିଲେ। ଏହା ଜଣେ ପ୍ରଧାନମନ୍ତ୍ରୀଙ୍କୁ ଶୋଭା ଦେଉନାହିଁ। ପ୍ରଧାନମନ୍ତ୍ରୀ ଅନ୍ତତଃ ମଣିପୁର ଯାଇ ସମ୍ପ୍ରଦାୟଗୁଡ଼ିକ ସହ ଆଲୋଚନା କରିପାରିଥାନ୍ତେ। ଗୃହରେ ମଣିପୁର ପ୍ରସଙ୍ଗରେ ନ କହି ମୋ ବିଷୟରେ ଓ କଂଗ୍ରେସ ଉପରେ କହିଥିଲେ ବୋଲି ରାହୁଲ କହିଛନ୍ତି।
କଂଗ୍ରେସ ନେତା ଆହୁରି କହିଛନ୍ତି, ସେ ୧୯ ବର୍ଷ ହେଲା ରାଜନୀତିରେ ଅଛନ୍ତି ଓ ସବୁ ରାଜ୍ୟକୁ ଯାଇଛନ୍ତି। ହେଲେ ମଣିପୁରରେ ସେ ଯାହା ଦେଖିଲେ, ତାହା ଅନ୍ୟ କୌଣସି ରାଜ୍ୟରେ ଦେଖିନାହାନ୍ତି। ଯେତେବେଳେ ସେ ମେଇତି ଅଞ୍ଚଳକୁ ଯାଇଥିଲେ, ତାଙ୍କୁ ସୁରକ୍ଷା ପାଇଁ ସାଙ୍ଗରେ କୌଣସି କୁକିଙ୍କୁ ନ ନେବା ପାଇଁ କୁହାଯାଇଥିଲା। ମେଇତି ଅଞ୍ଚଳକୁ କୌଣସି କୁକି ଗଲେ ତାଙ୍କୁ ସେଠାରେ ମାରିଦିଆଯିବ। କୁକି ଅଞ୍ଚଳରେ ମଧ୍ୟ ଅନୁରୂପ ସ୍ଥିତି। ମଣିପୁର କୁକି ଓ ମେଇତିକୁ ନେଇ ଦୁଇଭାଗ ହୋଇଯାଇଛି, ଯାହା ସେ ପାର୍ଲାମେଣ୍ଟକୁ ଜଣାଇଥିଲେ ବୋଲି ରାହୁଲ କହିଛନ୍ତି। ମଣିପୁରରେ ଭାରତ ମାତାଙ୍କୁ ହତ୍ୟା କରାଯାଉଥିବାବେଳେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ହସୁଛନ୍ତି। ସେ ଚାହିଁଲେ ମଣିପୁର ସ୍ଥିତିକୁ ନିୟନ୍ତ୍ରଣ କରିପାରିବେ। କିନ୍ତୁ ସେ ତାହା ଚାହୁଁନାହାନ୍ତି। ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ହେବା ପରେ ସେ ସାଧାରଣ ରାଜନେତାଙ୍କ ଭଳି କହିବା ଉଚିତ ନୁହେଁ। ତାଙ୍କର ଦୁଇଘଣ୍ଟାର ଭାଷଣ ଶୁଣିବା କଂଗ୍ରେସ ଓ ବିରୋଧୀମାନଙ୍କ ପାଇଁ ଦୁର୍ବିସହ ଥିଲା। ଏହା ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଯଥାର୍ଥ ନୁହେଁ। ପ୍ରଧାନମନ୍ତ୍ରୀଙ୍କ ହାତରେ କ୍ଷମତା ଥିଲେ ମଧ୍ୟ ସେ ତାହାର ଉପଯୋଗ କରୁନାହାନ୍ତି, ଯେଉଁଥିପାଇଁ ସେ ମଣିପୁର ଯିବାକୁ ଚାହୁଁ ନାହାନ୍ତି ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri