ବିଞ୍ଜିଗିରିକୁ ସ୍ମାରକୀ ଗ୍ରାମ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଭଞ୍ଜନଗର,୨୦ା୬(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱର ଜନତା ମୈଦାନରୁ ଆଭାସୀ ମାଧ୍ୟମରେ ଘୁମୁସର ବୀର ଚକରା ବିଷୋୟୀଙ୍କ ଜନ୍ମସ୍ଥାନ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଗ୍ରାମକୁ ସ୍ମାରକୀ ଗ୍ରାମ ଭାବେ ଘୋଷଣା କରିଛନ୍ତି। ଏହାକୁ ନେଇ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି।

ଆୟୁଷ୍ମାନ୍‌ ଭାରତ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ରାଜ୍ୟର ୩ କୋଟିରୁ ଊର୍ଦ୍ଧ୍ୱ ଲୋକ ସେବା ପାଉଛନ୍ତି। ସୁରଟରେ ରହୁଥିବା ୨ ଲକ୍ଷ ଓଡ଼ିଆ ମଧ୍ୟ ଉକ୍ତ ଯୋଜନାରୁ ସୁବିଧା ପାଉଛନ୍ତି। କେନ୍ଦ୍ରରେ ବିଗତ ଦିନରେ ଶାସନ କରୁଥିବା ଏକ ସରକାର ଆଦିବାସୀଙ୍କ ବିକାଶରେ ଉପେକ୍ଷା କରୁଥିଲା। ଫଳରେ ହିଂସା, ମାଓବାଦୀ ସମସ୍ୟା ବଢିଥିଲା। ୨୦୧୪ ପୂର୍ବରୁ ଦେଶର ୧୦୦ରୁ ଊଦ୍ଧର୍‌ବ ଜିଲାରେ ମାଓବାଦୀ ସମସ୍ୟା ଥିଲା। ଏବେ ୨୦ ଜଲାରେ ସୀମିତ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଦେଶ ସୁରକ୍ଷିତ । ବର୍ତ୍ତମାନ ଦେଶରେ ଗରିବ ହ୍ରାସ ପାଉଛି। ରାଜ୍ୟରେ ପୁଞ୍ଜି ନିବେଶ ବଢ଼ିଛି।ଆମେ ସମସ୍ତେ ମିଶି ଏକ ବିକଶିତ ଓଡ଼ିଶା ଗଢ଼ିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ବିଞ୍ଜିଗିରି ଗ୍ରାମରେ ଏକ ସଭା ହୋଇଥିଲା। ଏଥିରେ ଗଞ୍ଜାମ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଏମ୍‌. ମଧୁସ୍ମିତା, ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର ବେହେରା, ବିଡିଓ ଭାରତୀ ଦେବୀ, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଡେପୁଟି କଲେକ୍ଟର ସୁମନ ଘୋଷ, ଅତିରିକ୍ତ ତହସିଲଦାର ଅବିନାଶ ମହାର ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ,ଏମ୍‌ପି ପ୍ରତିନିଧି ସନ୍ତୋଷ ତିଆଡ଼ି, ସୁବାସ ପ୍ରଧାନ, ରବୀନ୍ଦ୍ର ଗୌଡ଼, ବିଏନ୍‌ ଦାସ, ପ୍ରଶାନ୍ତ ମହାନ୍ତି, ଜୟ ଭୂୟାଁ, ଡ. ରବୀନ୍ଦ୍ର ନାଥ ପାଳ, ଡ. ସନ୍ତୋଷ ଆପଟ, ଜଗବନ୍ଧୁ ଜେନା, ବିପିନ ବିହାରୀ ପାଢ଼ୀ, ଶରତ ଚନ୍ଦ୍ର ବରାଡ, ଜଗଦିଶ ପାଣିଗ୍ରାହୀ, ସନ୍ତୋଷ ଜେନା, ମୁରଲୀ ପଣ୍ଡା, ଖଦାଳ ଗୌଡ, ଦୁର୍ଗା ତ୍ରିପାଠୀ, କୃତ୍ତିବାସ ବିଶ୍ବାଳ, ରିତାରାଣୀ ମହାପାତ୍ର, ଲକ୍ଷ୍ମଣ ନାୟକଙ୍କ ସମେତ ଉପସ୍ଥିତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଭୁବନେଶ୍ୱର ସଭାରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଦୁଇଦିନ ପୂର୍ବେ କାନାଡା ଜି ୭ ସମ୍ମିଳନୀକୁ ଯାଇଥିଲି। ସେଠାରୁ ଫେରିବା ପୁର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋତେ ଫୋନ୍ କରି କହିଥିଲେ କାନାଡା ଆସିଛନ୍ତି ୱାଶିଂଟନ୍ ହୋଇ ଯାଅ। ଆସିଲେ ମିଶି ବସି ଭୋଜନ କରିବା ସହ ଆଲୋଚନା କରିବା। ନିମନ୍ତ୍ରଣ ପାଇଁ ମୁଁ ଟ୍ରମ୍ପଙ୍କୁଧନ୍ୟବାଦ ଜଣାଇଥିଲି। କିନ୍ତୁ ମହାପ୍ରଭୁଙ୍କ ଧରିତ୍ରୀ ଓଡ଼ିଶାକୁ ଯିବାର ଅଛି। ତେଣୁ ମୁଁ ନମ୍ରତାର ସହ ୱାସିଂଟନ ନଯିବା ପାଇଁ ଟ୍ରମ୍ପଙ୍କୁ କହିଥିଲି ବୋଲି ମୋଦି ତାଙ୍କ ଭାଷଣରେ କହିଥିଲେ । ଏଥିସହ ସେ କହିଥିଲେ କଂଗ୍ରେସ ଶାସନ ସମୟରେ ଦେଶରେ ଦୁର୍ନୀତି, ବିଶୃଙ୍ଖଳା ବଢିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri