ଭଞ୍ଜନଗର,୨୦ା୬(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱର ଜନତା ମୈଦାନରୁ ଆଭାସୀ ମାଧ୍ୟମରେ ଘୁମୁସର ବୀର ଚକରା ବିଷୋୟୀଙ୍କ ଜନ୍ମସ୍ଥାନ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଗ୍ରାମକୁ ସ୍ମାରକୀ ଗ୍ରାମ ଭାବେ ଘୋଷଣା କରିଛନ୍ତି। ଏହାକୁ ନେଇ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି।

ଆୟୁଷ୍ମାନ୍ ଭାରତ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ରାଜ୍ୟର ୩ କୋଟିରୁ ଊର୍ଦ୍ଧ୍ୱ ଲୋକ ସେବା ପାଉଛନ୍ତି। ସୁରଟରେ ରହୁଥିବା ୨ ଲକ୍ଷ ଓଡ଼ିଆ ମଧ୍ୟ ଉକ୍ତ ଯୋଜନାରୁ ସୁବିଧା ପାଉଛନ୍ତି। କେନ୍ଦ୍ରରେ ବିଗତ ଦିନରେ ଶାସନ କରୁଥିବା ଏକ ସରକାର ଆଦିବାସୀଙ୍କ ବିକାଶରେ ଉପେକ୍ଷା କରୁଥିଲା। ଫଳରେ ହିଂସା, ମାଓବାଦୀ ସମସ୍ୟା ବଢିଥିଲା। ୨୦୧୪ ପୂର୍ବରୁ ଦେଶର ୧୦୦ରୁ ଊଦ୍ଧର୍ବ ଜିଲାରେ ମାଓବାଦୀ ସମସ୍ୟା ଥିଲା। ଏବେ ୨୦ ଜଲାରେ ସୀମିତ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଦେଶ ସୁରକ୍ଷିତ । ବର୍ତ୍ତମାନ ଦେଶରେ ଗରିବ ହ୍ରାସ ପାଉଛି। ରାଜ୍ୟରେ ପୁଞ୍ଜି ନିବେଶ ବଢ଼ିଛି।ଆମେ ସମସ୍ତେ ମିଶି ଏକ ବିକଶିତ ଓଡ଼ିଶା ଗଢ଼ିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ବିଞ୍ଜିଗିରି ଗ୍ରାମରେ ଏକ ସଭା ହୋଇଥିଲା। ଏଥିରେ ଗଞ୍ଜାମ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଏମ୍. ମଧୁସ୍ମିତା, ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର ବେହେରା, ବିଡିଓ ଭାରତୀ ଦେବୀ, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଡେପୁଟି କଲେକ୍ଟର ସୁମନ ଘୋଷ, ଅତିରିକ୍ତ ତହସିଲଦାର ଅବିନାଶ ମହାର ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ,ଏମ୍ପି ପ୍ରତିନିଧି ସନ୍ତୋଷ ତିଆଡ଼ି, ସୁବାସ ପ୍ରଧାନ, ରବୀନ୍ଦ୍ର ଗୌଡ଼, ବିଏନ୍ ଦାସ, ପ୍ରଶାନ୍ତ ମହାନ୍ତି, ଜୟ ଭୂୟାଁ, ଡ. ରବୀନ୍ଦ୍ର ନାଥ ପାଳ, ଡ. ସନ୍ତୋଷ ଆପଟ, ଜଗବନ୍ଧୁ ଜେନା, ବିପିନ ବିହାରୀ ପାଢ଼ୀ, ଶରତ ଚନ୍ଦ୍ର ବରାଡ, ଜଗଦିଶ ପାଣିଗ୍ରାହୀ, ସନ୍ତୋଷ ଜେନା, ମୁରଲୀ ପଣ୍ଡା, ଖଦାଳ ଗୌଡ, ଦୁର୍ଗା ତ୍ରିପାଠୀ, କୃତ୍ତିବାସ ବିଶ୍ବାଳ, ରିତାରାଣୀ ମହାପାତ୍ର, ଲକ୍ଷ୍ମଣ ନାୟକଙ୍କ ସମେତ ଉପସ୍ଥିତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଭୁବନେଶ୍ୱର ସଭାରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଦୁଇଦିନ ପୂର୍ବେ କାନାଡା ଜି ୭ ସମ୍ମିଳନୀକୁ ଯାଇଥିଲି। ସେଠାରୁ ଫେରିବା ପୁର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋତେ ଫୋନ୍ କରି କହିଥିଲେ କାନାଡା ଆସିଛନ୍ତି ୱାଶିଂଟନ୍ ହୋଇ ଯାଅ। ଆସିଲେ ମିଶି ବସି ଭୋଜନ କରିବା ସହ ଆଲୋଚନା କରିବା। ନିମନ୍ତ୍ରଣ ପାଇଁ ମୁଁ ଟ୍ରମ୍ପଙ୍କୁଧନ୍ୟବାଦ ଜଣାଇଥିଲି। କିନ୍ତୁ ମହାପ୍ରଭୁଙ୍କ ଧରିତ୍ରୀ ଓଡ଼ିଶାକୁ ଯିବାର ଅଛି। ତେଣୁ ମୁଁ ନମ୍ରତାର ସହ ୱାସିଂଟନ ନଯିବା ପାଇଁ ଟ୍ରମ୍ପଙ୍କୁ କହିଥିଲି ବୋଲି ମୋଦି ତାଙ୍କ ଭାଷଣରେ କହିଥିଲେ । ଏଥିସହ ସେ କହିଥିଲେ କଂଗ୍ରେସ ଶାସନ ସମୟରେ ଦେଶରେ ଦୁର୍ନୀତି, ବିଶୃଙ୍ଖଳା ବଢିଥିଲା।


