PM Awas Yojana: ପିଏମ୍‌ ଆବାସ ଯୋଜନାରେ ବଡ଼ ପରିବର୍ତ୍ତନ, ଏବେ ମାନିବାକୁ ପଡ଼ିବନି ଏହି ୩ ସର୍ତ୍ତ, ଜାଣନ୍ତୁ ନୂଆ ନିୟମ…

ନୂଆଦିଲ୍ଲୀ,୬।୫: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ସହିତ ଜଡିତ ଏକ ଆଶ୍ୱସ୍ତି ଖବର ସାମ୍ନାକୁ ଆସିଛି। ସରକାର ଯୋଗ୍ୟତା ସର୍ତ୍ତାବଳୀରେ ପରିବର୍ତ୍ତନ କରିଥିବାରୁ ଏବେ ଅଧିକ ଲୋକ ଏହି ଯୋଜନାର ଲାଭ ଉଠାଇପାରିବେ। ପୂର୍ବରୁ ଏହି ଯୋଜନାରେ ଆବେଦନ କରିବା ପାଇଁ ୧୩ଟି ସର୍ତ୍ତ ପୂରଣ କରିବା ଜରୁରୀ ଥିଲା, ଏବେ ଏହି ସଂଖ୍ୟା ୧୦କୁ ହ୍ରାସ କରାଯାଇଛି। ଏହାର ଅର୍ଥ ହେଉଛି ଏବେ ୧୩ଟି ବଦଳରେ କେବଳ ୧୦ଟି ସର୍ତ୍ତ ପୂରଣ କରିବାକୁ ପଡିବ, ଯେଉଁଥିରେ ମାସିକ ଆୟ ସୀମା ମଧ୍ୟ ଅନ୍ତର୍ଭୁକ୍ତ ରହିଛି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ, ଘର ନିର୍ମାଣ ପାଇଁ ସରକାରଙ୍କ ଦ୍ୱାରା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ। ପୂର୍ବରୁ ଯୋଗ୍ୟତା ନିର୍ଣ୍ଣୟ ପାଇଁ ୧୩ଟି ପାରାମିଟର ଥିଲା, ଯାହାକୁ ଏବେ ୧୦କୁ ହ୍ରାସ କରାଯାଇଛି। ପୂର୍ବରୁ ମାସିକ ଆୟ ସୀମା ୧୦,୦୦୦ ଟଙ୍କା ଥିଲା, ଯାହାକୁ ଏବେ ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଦୁଇଚକିଆ ଯାନ କିମ୍ବା ମାଛ ଧରିବା ଡଙ୍ଗା ଥିଲେ ଏହି ଯୋଜନାର ଲାଭ ମିଳିପାରୁ ନ ଥିଲା, କିନ୍ତୁ ଏବେ ଏପରି ବ୍ୟକ୍ତିମାନେ ମଧ୍ୟ ଆବେଦନ କରିପାରିବେ।
ପାହାଡ଼ିଆ ଅଞ୍ଚଳରେ ୧.୩୦ ଲକ୍ଷ ଟଙ୍କା ଏବଂ ସାଧାରଣ ଅଞ୍ଚଳରେ ୧.୨୦ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯାଉଥିଲା। ଯେଉଁମାନେ ଏପର୍ଯ୍ୟନ୍ତ ସର୍ଭେ କରିନାହାନ୍ତି, ସେମାନଙ୍କ ପାଇଁ ଶେଷ ତାରିଖ ମେ’୧୫ (ପୂର୍ବରୁ ଏହା ଏପ୍ରିଲ ୩୦ ଥିଲା) ସ୍ଥିର କରାଯାଇଛି।
ପୂର୍ବ ୧୩ ଟି ସର୍ତ୍ତ ମଧ୍ୟରୁ ଏହି ୩ଟି ପ୍ରମୁଖ ସର୍ତ୍ତକୁ ହଟାଇ ଦିଆଯାଇଛି:
-ଯଦି ଆପଣଙ୍କର ସ୍କୁଟର, ବାଇକ କିମ୍ବା ଡଙ୍ଗା ଅଛି, ତେବେ ଆପଣ ମଧ୍ୟ ଏବେ ଯୋଗ୍ୟ।
-ଗ୍ୟାସ ଚୁଲା ରଖିବା ଆଉ ଅଯୋଗ୍ୟତାର କାରଣ ନୁହେଁ।
-ଏବେ ବିଦ୍ୟୁତ ସଂଯୋଗ ନ ଥିବା ମଧ୍ୟ ଏକ ବାଧ୍ୟତାମୂଳକ ସର୍ତ୍ତ ନୁହେଁ।
ଏବେ ଏହି ୧୦ ଟି ସର୍ତ୍ତ ପୂରଣ କରିବାକୁ ପଡିବ
-ମହିଳା ମୁଖ୍ୟ ପରିବାର
-ପରିବାରରେ କୌଣସି ପ୍ରାପ୍ତବୟସ୍କ (୧୬-୫୯ ବର୍ଷ) ସଦସ୍ୟ ନାହାନ୍ତି।
-କୌଣସି ସାକ୍ଷର ସଦସ୍ୟଙ୍କ ବୟସ ୨୫ବର୍ଷରୁ ଅଧିକ ହେବା ଉଚିତ ନୁହେଁ।
-ପରିବାରରେ ଜଣେ ଦିବ୍ୟାଙ୍ଗ ସଦସ୍ୟ କିମ୍ବା ବୟସ୍କ ବ୍ୟକ୍ତି ରହିବା
-କେବଳ ସାଧାରଣ ଶ୍ରମିକ ଉପରେ ର୍ନିଭର କରୁଥିବା ଭୂମିହୀନ ପରିବାର
-ବାସହୀନ ପରିବାର କିମ୍ବା କେବଳ ଗୋଟିଏ କୋଠରୀରେ ରହୁଥିବା ପରିବାର
-ଏସସି/ଏସଟି କିମ୍ବା ସଂଖ୍ୟାଲଘୁ ସମ୍ପ୍ରଦାୟ ପରିବାର
-ଶୌଚାଳୟ ନାହିଁ
-ଶିକ୍ଷା କିମ୍ବା ନିଯୁକ୍ତିର ଅଭାବ
-ଅନ୍ୟାନ୍ୟ ସାମାଜିକ-ଆର୍ଥିକ ଆବଶ୍ୟକତା

 

View this post on Instagram

 

A post shared by Rural Development (@indiaruraldev)

ଏହି ପରିବର୍ତ୍ତନର ଉଦ୍ଦେଶ୍ୟ ହେଉଛି ଅଧିକରୁ ଅଧିକ ଅସହାୟ ଲୋକ ଏହି ଯୋଜନାର ଲାଭ ଉଠାଇପାରିବେ। ଯଦି ଆପଣ ମଧ୍ୟ ଏହି ଯୋଜନା ପାଇଁ ଯୋଗ୍ୟ, ତେବେ ୧୫ ମଇ ପୂର୍ବରୁ ଆପଣଙ୍କର ଗୃହ ସର୍ଭେ କରନ୍ତୁ। ଏହି ସର୍ଭେର ଶେଷ ତାରିଖ ପୂର୍ବରୁ ୩୦ଏପ୍ରିଲ ଥିଲା, କିନ୍ତୁ ଏବେ ଏହାକୁ ୧୫ ଦିନ ପାଇଁ ବୃଦ୍ଧି କରାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri