Posted inଜାତୀୟ

ସ୍ବଦେଶୀ ମେଳା କରିବାକୁ ଏନ୍‌ଡିଏ ଏମ୍‌ପିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ,୯ା୯(ପି.ଟି.): ଭାରତ ତିଆରି ସାସଗ୍ରୀଗୁଡ଼ିକର ପ୍ରଚାରପ୍ରସାର କରାଇବା ସହ ଜିଏସ୍‌ଟି ହ୍ରାସ ଉପରେ ବ୍ୟବସାୟୀ ଓ ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା ପାଇଁ ଏନ୍‌ଡିଏ ଏମ୍‌ପିମାନେ ନିଜ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ସ୍ବଦେଶୀ ମେଳା ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପରାମର୍ଶ ଦେଇଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସୋମବାର ଅନୁଷ୍ଠିତ ଏନ୍‌ଡିଏ ଏମ୍‌ପିମାନଙ୍କ ବୈଠକରେ ଉଦ୍‌ବୋଧନ ଦେବା ଅବସରରେ ସ୍ବଦେଶୀ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ସରକାର ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି)ରେ ପୂର୍ବରୁ ଥିବା ୧୨ ଏବଂ ୨୮ ପ୍ରତିଶତ ସ୍ଲାବ୍‌କୁ ହଟାଇଦେଇ କେବଳ ୫ ଓ ୧୮ ପ୍ରତିଶତ ସ୍ଲାବ ରଖିଛନ୍ତି। ଆସନ୍ତା ୨୨ରୁ ଏହା ଲାଗୁ ହେବାକୁ ଯାଉଛି। ଜିଏସ୍‌ଟି ହ୍ରାସ ନାଗରିକଙ୍କ ଟିକସ ବୋଝ କମାଇବା ସହ ଆର୍ଥତ୍କ ଅଭିବୃଦ୍ଧି ବଢ଼ାଇବାରେ ସହାୟକ ହେବ ବୋଲି ବିଶ୍ୱାସ କରାଯାଉଛି। ସେଥିପାଇଁ ସ୍ଥାନୀୟ ବ୍ୟବସାୟୀମାନଙ୍କ ସହ ୨୦ରୁ ୩୦ ସମ୍ମିଳନୀ ଆୟୋଜନ କରି ସେମାନଙ୍କୁ ଟିକସ ବ୍ୟବସ୍ଥା ସରଳୀକରଣର ଫାଇଦା ସମ୍ପର୍କରେ ଅବଗତ କରାଇବାକୁ ପ୍ରଧାନମନ୍ତ୍ରୀ ଏମ୍‌ପିମାନଙ୍କୁ କହିଛନ୍ତି। ନବରାତ୍ରୀ ଓ ଦୀପାବଳି ମଧ୍ୟରେ ସ୍ବଦେଶୀ ମେଳା ଆୟୋଜନ କରି ଲୋକମାନଙ୍କୁ ଭାରତରେ ପ୍ରସ୍ତୁତ ସାମଗ୍ରୀ କିଣିବା ଦିଗରେ ପ୍ରୋତ୍ସାହିତ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଲାଙ୍ଗରେ ଭୟଙ୍କର ବୋମା ବିସ୍ଫୋରଣ: ହାତ ପାପୁଲି ଛିଣ୍ଡି…

ପିପିଲି,୧୭।୩: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ଏକ ଜଙ୍ଗଲରେ ମଙ୍ଗଳବାର ଅଘଟଣ ଘଟିଛି। ବୋମା ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ଯୁବକ ଗୁରୁତର ଆହତ…

ଭାରତରେ ୨ଟା ପହଞ୍ଚିବା ପରେ ହରମୁଜରେ ଫସିଲା ୧୯ ଜାହାଜ, LPG ଜାହାଜକୁ ଘେରିଗଲେ…

ନୂଆଦିଲ୍‌ଲୀ,୧୭।୩: ଚାଲିଥିବା ବିବାଦ ମଧ୍ୟରେ, ଇରାନ ହରମୁଜରେ ଜାହାଜ ଚଳାଚଳ ରାସ୍ତା ଅବରୋଧ କରିଛି। ଆମେରିକା ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଜାହାଜଗୁଡ଼ିକ ହରମୁଜରେ ଫସି ରହିଥିବା…

ରୁଷିକୂଲ୍ୟାରେ ବୁଡ ପକାଇଲେ ହଜାର ହଜାର ଭକ୍ତ: ପିତୃପୁରୁଷଙ୍କୁ ପିଣ୍ଡ ଦାନ

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀପୂର୍ଣ୍ଣ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହାବାରୁଣୀ ସ୍ନାନ ଅବସରରେ ମଙ୍ଗଳବାର ହଜାର…

ଯୁଦ୍ଧ ଭିତରେ ଚାଇନା ପାଇଁ ବଡ଼ ଘୋଷଣା କଲା ଭାରତ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଉତ୍ତେଜନା ଜାରି ରହିଛି। ଆମେରିକା ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ କରୁଛନ୍ତି, ଯେତେବେଳେ ଇରାନ ସେନା ଡ୍ରୋନ ଆକ୍ରମଣ…

ଏକୁଟିଆ ପଡ଼ିଗଲେ ଟ୍ରମ୍ପ: ସାହାଯ୍ୟ କରିବାକୁ ସିଧା ସିଧା ମନା କରିଦେଲେ ଏସବୁ ଦେଶ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଇରାନ ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ହର୍ମୁଜ ଷ୍ଟ୍ରେଟ୍‌କୁ ସୁରକ୍ଷିତ…

ଦୁଇ ଭାଇଙ୍କ ଝଗଡ଼ାରୁ ବଳି ପଡିଲେ ଶାଶୁ, ସାନଭାଇର କାଠ ଫାଳିଆ ମାଡ଼ରେ…

ବ୍ରହ୍ମଗିରି,୧୭।୩(ସ୍ୱାଧୀନ ଚମ୍ପତିରାୟ): ପୁରୀ ଜିଲା ଆରଖକୁଦ ମେରାନି ଥାନା ଅନ୍ତର୍ଗତ ପାଣ୍ଡାପୋଖରୀ ଗ୍ରାମରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର…

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିବାକୁ ହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ

ଦିଗପହଣ୍ଡି,୧୭ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ବୁଡୁ ବେହେରା ତାଙ୍କ ସ୍ତ୍ରୀ ସୁଶୀଳା ବେହେରାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା…

ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ: ମୋ ଝିଅକୁ କରାଯାଉଥିଲା…

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri