୧୩ ଏନ୍‌ଏସିରେ ଆରମ୍ଭ ହୋଇନି ପ୍ରଧାନମନ୍ତ୍ରୀ ଆବାସ

ଛତ୍ରପୁର, ୨୩।୪: (ଡି.ଏନ୍‌.ଏ) ଗଞ୍ଜାମ ଜିଲାରେ ବିଶେଷକରି ସହରାଞ୍ଚଳ ଗୁଡିକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଗ୍ରଗତି ଧିମା ରହିଛି ା ଜିଲାର ୧୩ ସହରାଞ୍ଚଳ ତଥା ଏନ୍‌ଏସିରେ ୨ ହଜାର ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନି ା ଏଥିସହ ୧ ହଜାର ଆବାସ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ରହିଛି। ସେହି ଏନଏସିଗୁଡିକ ମଧ୍ୟରେ ବୁଗୁଡା, ପୋଲସରା, କବିସୂର୍ଯ୍ୟନଗର, ବେଲଗଣ୍ଠା, ଆସିକା, ଭଞ୍ଜନଗର, ସୋରଡା, ଦିଗପହଣ୍ଡି, ଗୋପାଳପୁର, ରମ୍ଭା, ପୁରୁଷୋତ୍ତମୁପର, କୋଦଳା ଓ ଖଲିକୋଟ ରହିଛି ା ଏହାକୁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଗୁରୁତର ସହ ନେଇଛି ା ପୂର୍ବରୁ ବହୁବାର ବିଭାଗ ପକ୍ଷରୁ ଉକ୍ତ ଏନଏସି ଗୁଡିକୁ ଏ ସମ୍ପର୍କରେ ଚିଠି ଆସିଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇନି ା ଏବେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶକ୍ରମେ ଓଡିଶା ଅର୍ବାନ୍‌ ହାଉସିଂ ମିଶନର ଏକ ରାଜ୍ୟସ୍ତରୀୟ ବୈଷୟିକ ଟିମ୍‌ ପାର୍ଥସାରଥି ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ଜିଲା ଆସିବେ। ଚଳିତ ମାସ ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ୪ ଦିନ ଜିଲାରେ ରହି ଉକ୍ତ ବୈଷୟିକ ଟିମ୍‌ ଏନଏସିମାନଙ୍କୁ ଯାଇ କ୍ଷେତ୍ର ପରିଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମୀକ୍ଷା କରିବେ। ଏଥିସହ ଏନଏସି କାଉନସିଲରମାନଙ୍କର ସହ ଆଲୋଚନା କରି କିଭଳି ଏହି ଯୋଜନା ସଫଳ କାର୍ଯ୍ୟକାରୀ ହେବ ଏବଂ ଆବାସ ନିର୍ମାଣ ନିର୍ଦ୍ଧାରିତ ସମୟରେ ଶେଷହେବ ସେନେଇ ଟିମ୍‌ ଆଲୋଚନା କରିବ। ଗୋପାଳପୁର ଠାରେ ଜିଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ସମସ୍ତ ଏନଏସି ନିର୍ବାହୀ ଅଧିକାରୀ, ନୋଡାଲ ଅଫିସରମାନଙ୍କ ସହ ରାଜ୍ୟସ୍ତରୀୟ ବୈଷୟିକ ଟିମ୍‌ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ଉକ୍ତ ଏନଏସିମାନଙ୍କର ନିର୍ବାହୀ ଅଧିକାରୀମାନଙ୍କ ନିକଟକୁ ଓଡିଶା ଅର୍ବାନ ହାଉସିଂ ମିଶନର ଉପସଚିବ ପ୍ରଶାନ୍ତ କୁମାର ଶତପଥିଙ୍କ ଠାରୁ ଚିଠି ଆସିଛି ା ଏଭଳି ୨ ହଜାର ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ନହେବା ଏବଂ ଆବାସ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ରହିବା ଯୋଜନାରେ ଅବହେଳା ହେଉଥିବା ଦର୍ଶାଉଛି। ଭାରତ ସରକାରଙ୍କ ଏହି ଯୋଜନା ଠିକ୍‌ ସମୟରେ କାର୍ଯ୍ୟକାରୀ ନହେଲେ ଆଗକୁ ଫଣ୍ଡ ଆସିବାରେ ଅସୁବିଧା ହେବ ବୋଲି କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ ଆସିକା ଏନଏସିରେ ୧୧୯ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବାବେଳେ ବେଲଗୁଣ୍ଠାରେ ୭୧, ଭଞ୍ଜନଗର ଏନଏସିରେ ୩୮୯, ବୁଗୁଡା ଏନଏସି ରେ ୧୭, ଦିଗପହଣ୍ଡିରେ ୧୦, ଗୋପାଳପୁର ଏନଏସିରେ ୧୧୫, କବିସୂର୍ଯ୍ୟନଗର ଏନଏସିରେ ୨୭୯, ଖଲିକୋଟ ଏନଏସିରେ ୩୬, କେଦଳା ଏନଏସିରେ ୧୨୩, ରମ୍ଭା ଏନଏସିରେ ୬୮, ପୋଲସରା ଏନଏସିରେ ୧୨, ସୋରଡା ଏନଏସିରେ ୭୪ ଓ ପୁରୁଷୋତ୍ତମୁପର ଏନଏସିରେ ୫୫ ଟି ଆବାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନି ା