କମିଲା ଯୁକ୍ତ୨ ପାସ୍‌ ହାର

ଭୁବନେଶ୍ୱର,୧।୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇଛି। ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ପରିଷଦର ମୁଖ୍ୟ କାର୍ଯ୍ୟାଳୟଠାରେ ଫଳାଫଳ ଘୋଷଣା କରିଛନ୍ତି। ବିଜ୍ଞାନରେ ୮୪.୯୩% ଛାତ୍ରୀଛାତ୍ର ପାସ୍‌ କରିଥିବାବେଳେ ବାଣିଜ୍ୟରେ ପାସ୍‌ ହାର ୮୧.୧୨% ରହିଛି। ବାଣିଜ୍ୟରେ ୧୦୨ଜଣ ଛାତ୍ରୀଛାତ୍ର ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଗତବର୍ଷ ତୁଳନାରେ ଚଳିତବର୍ଷ ଉଭୟ ପାସ୍‌ ହାର ଯଥେଷ୍ଟ କମ୍‌ ରହିଛି। ଗତବର୍ଷ ବିଜ୍ଞାନରେ ୯୪.୧୨ ପ୍ରତିଶତ ଛାତ୍ରୀଛାତ୍ର ପାସ୍‌ କରିଥିବାବେଳେ ବାଣିଜ୍ୟରେ ପାସ୍‌ ହାର ଥିଲା ୮୯.୨୦ ପ୍ରତିଶତ। ତେବେ ଚଳିତବର୍ଷ ରାଜ୍ୟରେ ନୟାଗଡ଼ ଜିଲାରେ ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ପାସ୍‌ ହାର ସର୍ବାଧିକ ରହିଛି। ବିଜ୍ଞାନରେ ୯୬.୪୧ ପ୍ରତିଶତ ଓ ବାଣିଜ୍ୟରେ ୯୩.୯ ପ୍ରତିଶତ ପିଲା ପାସ୍‌ କରି ଜିଲା ପାଇଁ ଗୌରବ ବଢ଼ାଇଛନ୍ତି। ଅନ୍ୟପକ୍ଷରେ ବିଜ୍ଞାନରେ ଗଜପତି ଜିଲାରେ ସର୍ବନିମ୍ନ ୬୧.୫୫ ପ୍ରତିଶତ ଛାତ୍ରୀଛାତ୍ର ପାସ୍‌ କରିଥିବାବେଳେ ବାଣିଜ୍ୟରେ ବୌଦ୍ଧ ଜିଲାରେ ସର୍ବନିମ୍ନ ପାସ୍‌ ହାର ୫୫.୫୫ ପ୍ରତିଶତ ରହିଛି। ସେହିଭଳି ବାଣିଜ୍ୟରେ ୯୪ଟି ବିଦ୍ୟାଳୟ ଓ ବିଜ୍ଞାନରେ ୨୯୧ ବିଦ୍ୟାଳୟର ଶତପ୍ରତିଶତ ରେଜଲ୍ଟ ହୋଇଥିବାବେଳେ ବିଜ୍ଞାନରେ ୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଫଳାଫଳ ଶୂନ ରହିଛି।

ସୂଚନାଥାଉକି, ଚଳିତବର୍ଷ ବିଜ୍ଞାନରେ ୯୨ ହଜାର ୯୫୦ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୭୮ ହଜାର ୯୩୮ଜଣ କୃତକାର୍ଯ୍ୟ ହୋଇଛନ୍ତି। ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ୩୯ ହଜାର ୫୭୩ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୪ ହଜାର ୨୫୭ ଜଣ ଓ ତୃତୀୟ ଶ୍ରେଣୀରେ ୧୪ ହଜାର ୮୫୨ଜଣ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖି ୩୫୮ଜଣ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ମୋଟ ୪୯,୯୭୫ଜଣ ଛାତ୍ର ପରୀକ୍ଷା ଦେଇଥିବାବେଳେ ୪୨,୧୨୧ଜଣ ପାସ୍‌ କରିଛନ୍ତି। ଫଳରେ ଛାତ୍ରଙ୍କ ପାସ୍‌ହାର ୮୪.୨୮ ପ୍ରତିଶତ ରହିଛି। ୪୨,୯୭୫ ଜଣ ଛାତ୍ରୀ ବିଜ୍ଞାନ ପରୀକ୍ଷା ଦେଇଥିବାବେଳେ ୩୬,୮୧୭ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ରହିଛି ୮୫.୬୭ ପ୍ରତିଶତ।
ସେହିପରି ବାଣିଜ୍ୟରେ ୨୪ ହଜାର ୮୨ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୧୯ ହଜାର ୫୩୬ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୭ ହଜାର ୪୧୦ଜଣ, ଦ୍ୱିତୀୟ ଶ୍ରେଣୀରେ ୪ ହଜାର ୫୪୩ଜଣ ଏବଂ ତୃତୀୟ ଶ୍ରେଣୀରେ ୭ ହଜାର ୪୯୨ ଜଣ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ୧୫,୨୪୧ ପୁଅ ପରୀକ୍ଷା ଦେଇଥିବାବେଳେ ୧୨,୧୨୧ଜଣ ପାସ୍‌ କରିଛନ୍ତି। ପାସ୍‌ ହାର ୭୯.୫୨ ପ୍ରତିଶତ ରହିଛି। ଅନ୍ୟପଟେ ୮୮୪୧ ଛାତ୍ରୀ ବାଣିଜ୍ୟରେ ପରୀକ୍ଷା ଦେଇଥିବାବେଳେ ୭୪୧୫ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରୀଙ୍କ ପାସ୍‌ ହାର ୮୩.୮୭ ପ୍ରତିଶତ ରହିଛି। ଉଭୟରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି।
ଫଳାଫଳ ଘୋଷଣା ଅବସରରେ ମନ୍ତ୍ରୀଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ବଥୀ ଏସ୍‌, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ୱିନୀ କୁମାର ମିଶ୍ର, ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

ଇ-ସ୍ପେସ୍‌ରେ ଫଳ ଦେଖିବାରେ ବିଳମ୍ବ
ଗତ କିଛିଦିନ ଧରି ଯୁକ୍ତ ୨ ପରୀକ୍ଷାଫଳ ଘୋଷଣା ତାରିଖ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ତାରିଖ ଘୋଷଣାରେ ବିଳମ୍ବ କାରଣରୁ ଛାତ୍ରୀଛାତ୍ର ତଥା ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ମାତ୍ର ବୁଧବାର ଫଳ ପ୍ରକାଶ ନେଇ ମଙ୍ଗଳବାର ରାତିରେ ସୂଚନା ପାଇବା ପରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ଦ୍ୱିଗୁଣିତ ହୋଇଯାଇଥିଲା। ଦିନ ୧୧ଟା ପରଠାରୁ ପରିଷଦ ପକ୍ଷରୁ ଦିଆଯାଇଥିବା ଲିଙ୍କ୍‌ରେ ଲଗଇନ୍‌ କରି ପିଲାମାନେ ଫଳାଫଳ ଦେଖିପାରିବେ ବୋଲି ସୂଚନା ଦିଆଯାଇଥିଲା। ମାତ୍ର ନିର୍ଦ୍ଧାରିତ ସମୟର ଦୁଇଘଣ୍ଟା ପରେ ଫଳାଫଳ ଓ୍ବେବ୍‌ସାଇଟରେ ଉପଲବ୍ଧ ହୋଇଥିଲା। ଏହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକମାନେ ବିରକ୍ତିଭାବ ପ୍ରକାଶ କରିଥିଲେ। ସେହିପରି ବିଭିନ୍ନ କଲେଜ କର୍ତ୍ତୃପକ୍ଷ ନିଜ କଲେଜର ଫଳାଫଳ ଜାଣିବା ପାଇଁ ବ୍ୟଗ୍ର ହୋଇପଡ଼ିଥିବାବେଳେ ଇ-ସ୍ପେସ୍‌ ସ୍ଲୋ ହେବା କାରଣରୁ ସନ୍ଧ୍ୟା ସୁଦ୍ଧା ଅନେକ କଲେଜ ବିସ୍ତୃତ ଫଳାଫଳ ଜାଣିପାରି ନ ଥିଲେ। ସିବିଏସ୍‌ଇ ଓ ଆଇସିଏସ୍‌ଇ ପରିଚାଳିତ ଦଶମ ଏବଂ ଦ୍ୱାଦଶ ପରୀକ୍ଷାଫଳ ଯଥେଷ୍ଟ ଆଗୁଆ ପ୍ରକାଶ ପାଇଥିବାବେଳେ ରାଜ୍ୟ ଉଚ୍ଚ ମାଧ୍ୟମିକ ପରିଷଦ ପରୀକ୍ଷା ଫଳ ପ୍ରକାଶରେ କାହିଁକି ବିଳମ୍ବ ହେଉଛି ବୋଲି ଅନେକ ପ୍ରଶ୍ନ କରିଛନ୍ତି। ଏଥିସହ ଜୁନ୍‌ ୮ ସୁଦ୍ଧା ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ନେଇ କୁହାଯାଉଥିଲେ ମଧ୍ୟ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିବାରୁ ଏହାକୁ ନେଇ ମଧ୍ୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ବାଣିଜ୍ୟରେ ଶତପ୍ରତିଶତ ପାସ୍‌ ହାର ଥିବା ଜିଲା ଏଥର ସର୍ବନିମ୍ନ
ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇଛି। ବାଣିଜ୍ୟରେ ଗତବର୍ଷ ସର୍ବାଧିକ ଅର୍ଥାତ୍‌ ଶତପ୍ରତିଶତ ପାସ୍‌ ହାର ଥିବା ଜିଲା ଏଥର ସର୍ବନିମ୍ନ ରେଜଲ୍ଟ କରିଛି। ଫଳାଫଳ ଅନୁସାରେ, ଚଳିତବର୍ଷ ବୌଦ୍ଧ ଜିଲାରେ ସର୍ବନିମ୍ନ ୫୫.୫୫ ପ୍ରତିଶତ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇପାରିଛନ୍ତି। ଗତବର୍ଷ ବାଣିଜ୍ୟରେ ଏହି ଜିଲାର ଛାତ୍ରୀଛାତ୍ର ଶତପ୍ରତିଶତ ପାସ୍‌ କରି ରେକର୍ଡ କରିଥିଲେ। ଏପରି ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଶିକ୍ଷାବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି। ଅନ୍ୟପଟେ ଚଳିତବର୍ଷ ବିଜ୍ଞାନରେ ଗଜପତି ଜିଲାରେ ପାସ୍‌ ହାର ସର୍ବନିମ୍ନ ୬୧.୫୫ ପ୍ରତିଶତ ରହିଛି।

ଦୁଇଟି ପଦ୍ଧତିରେ ହୋଇଥିଲା ମୂଲ୍ୟାୟନ
ଚଳିତବର୍ଷ ଦୁଇଟି ପଦ୍ଧତିରେ ଯୁକ୍ତ୨ ମୂଲ୍ୟାୟନ କରାଯାଇଛି। ପ୍ରଥମ ପଦ୍ଧତି ଅନୁଯାୟୀ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ହୋଇଥିବା ଇଣ୍ଟରନାଲ ପରୀକ୍ଷାରେ ଛାତ୍ରୀଛାତ୍ର ପାଇଥିବା ମାର୍କରୁ ୨୦ ପ୍ରତିଶତ ୱେଟେଜ୍‌(ହାରାହାରି ମାର୍କ) ଓ ବୋର୍ଡ ପରୀକ୍ଷାର ୮୦ ପ୍ରତିଶତ ୱେଟେଜ୍‌କୁ ନିଆଯାଇ ପିଲାଙ୍କ ପ୍ରତ୍ୟେକ ବିଷୟର ମାର୍କ ନିର୍ଦ୍ଧାରଣ କରାଯାଇଛି। ଏଥିପାଇଁ ପରୀକ୍ଷାର୍ଥୀଙ୍କ ତିନୋଟି ଇଣ୍ଟରନାଲ ପରୀକ୍ଷା ମଧ୍ୟରୁ ସର୍ବାଧିକ ମାର୍କ ପାଇଥିବା ଦୁଇଟି ପରୀକ୍ଷାକୁ ବିଚାରକୁ ନିଆଯାଇଛି। ଏହି ପଦ୍ଧତିରେ ଉଭୟ ଇଣ୍ଟରନାଲ ଓ ବୋର୍ଡ ପରୀକ୍ଷାର ୱେଟେଜ୍‌ ଭିତ୍ତିରେ ପରୀକ୍ଷାର୍ଥୀଙ୍କ ଫଳ ଚୂଡ଼ାନ୍ତ କରାଯାଇଛି। ଦ୍ବିତୀୟ ପଦ୍ଧତି ଅନୁଯାୟୀ, କେବଳ ଯୁକ୍ତ୨ ମୁଖ୍ୟ ପରୀକ୍ଷାରେ ପରୀକ୍ଷାର୍ଥୀ ରଖିଥିବା ନମ୍ବରକୁ ୧୦୦ପ୍ରତିଶତ ୱେଟେଜ ଭାବେ ଗ୍ରହଣ କରାଯାଇଛି। ଉପରୋକ୍ତ ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥିରେ ପରୀକ୍ଷାର୍ଥୀ ଅଧିକ ମାର୍କ ରଖିଛନ୍ତି ତାହାକୁ ସଂପୃକ୍ତ ବିଷୟର ମାର୍କ ଭାବେ ବିଚାରକୁ ନିଆଯାଇଛି। ଇଣ୍ଟରନାଲ ପରୀକ୍ଷା ଦେଇପାରି ନ ଥିବା ପିଲାଙ୍କ କ୍ଷେତ୍ରରେ ସେମାନଙ୍କ ମୁଖ୍ୟ ପରୀକ୍ଷାର ମାର୍କକୁ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri