ଭଞ୍ଜନଗର,୮।୭(ବାବୁଲା ପ୍ରଧାନ)- ମଙ୍ଗଳବାରଠାରୁ ରାଜ୍ୟରେ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମ।ଲେଖା ଆରମ୍ଭ ହୋଇଛି। ଏହା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। କିନ୍ତୁ ଆଜି ରାଜ୍ୟରେ ଡ୍ରାଇଭର ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା ଯୋଗୁ ଦୂର ଦୁରାନ୍ତରୁ ଆସିବାକୁ ଥିବା ଛାତ୍ରୀଛାତ୍ରମାନେ ଆସିବାରେ ବିଳମ୍ବ ହୋଇଛି। କିନ୍ତୁ ଯେଉଁ ଛାତ୍ରୀଛାତ୍ରମାନେ ଆଜି ନାମ ଲେଖାଇବାରେ କିଛିଟା ଅସୁବିଧା ରହିବ, ତେବେ ଉକ୍ତ ଛାତ୍ରୀଛାତ୍ରମାନେ ୧୪ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ପାଇଁ ୨୧ ତାରିଖରେ ତାଲିକା ପ୍ରକାଶିତ ହେବ। ୨୩ ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବ। ଏହିଭଳି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ସରକାରୀ ଧନ୍ଦା ମୂଳକ ଶିକ୍ଷା ପାଇଁ ପ୍ରଥମ ବର୍ଷ ନାମ ଲେଖା ଚାଲିଛି। ଅଧକ୍ଷ ରାଜେନ୍ଦ୍ର କୁମାର ଦାସ, ପ୍ରଶାସନିକ ଅଧିକାରୀ ବିଭାସ ଦାସ, ପ୍ରାଧ୍ୟାପକ କୁମୁନ୍ଦ ମହାପାତ୍ର, ହର ପ୍ରସାଦ ଶତପଥୀଙ୍କ ତତ୍ତାବଧାନରେ ତାହା ଚାଲିଛି। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଅଧ୍ୟାପିକା ଶେଫାଳି ପଟ୍ଟନାୟକ, କଳ୍ପନା ସାଣ୍ଢ, ଅଧ୍ୟାପକ ବୁଧିନାଥ ବେହେରା, ପ୍ରତ୍ୟୁଷ କାର୍ଜୀ, ଅର୍ପଣ ପ୍ରଧାନ,ରାଜେଶ ପଣ୍ଡିତ, ଶରତ ବେହେରା, ବୁଧିବନ୍ତ ବରିହା, ବୁଧେଶ୍ୱର୍ ଗୋପାଳ ଗୋତ୍ର, ବିଦେଶୀ ରାଉତ, ଆର୍ ହରିଶ,ରାଜୁ ଶବର, ଡ ସିମାଞ୍ଚଳ ବେହେରା, ଡ. ଦେବାଶିଷ ସାଇଁ, ବିନାୟକ ପ୍ରଧାନ, ପି ରମେଶ, ତପନ ବେହେରା, ଦୀପକ ମହାନ୍ତି, ପ୍ରଦୀପ ତ୍ରିପାଠୀ, କାଳୀ ତ୍ରିପାଠୀ, ପ୍ରଶାନ୍ତ ଚୌଧୁରୀ, ସିତାରାମ ପଣ୍ଡା, ସୂଚିତ୍ର ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରୁଛନ୍ତି।
ଅପରପକ୍ଷେ କେଏସୟୁବି କଲେଜରେ ଆଜି ଏବଂ ବୁଧବାର ହେବାକୁ ଥିବା ଯୁକ୍ତ ୩ ଦୂତିୟ ମିଡ ସେମିଷ୍ଟାର ପରୀକ୍ଷାକୁ ଡ୍ରାଇଭର ସଂଘ ଏବଂ ବାମପନ୍ଥୀ ଦଳର ବନ୍ଦ ଆନ୍ଦୋଳନ ଡାକରା ଯୋଗୁ ତାହାକୁ ସ୍ତଗିତ ରଖାଯାଇଛି। ଏନେଇ ଆଗାମୀ ଦିନରେ ପୁଣି ମିଡ ସେମିଷ୍ଟର ପରୀକ୍ଷା ପାଇଁ ତାରିଖ ପ୍ରକାଶିତ ହେବ।

