ରାଇକିଆ,୨୧/୫(ପ୍ରଦୀପ ବେହେରା): ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। କନ୍ଧମାଳ ଜିଲା ରାଇକିଆ ବ୍ଲକରେ ତିନୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପରିଚାଳିତ ଯୁକ୍ତ ୨ କଳା ଏବଂ ବିଜ୍ଞାନରେ ପରୀକ୍ଷା ଦେଇଥିଲେ। ବଡ଼ ବାରବା ହାଇସ୍କୁଲର କିରନ ଦଳ ବେହେରା ୫୨୨ ମାର୍କ ସହ ୮୭ ପ୍ରତିଶତ ମାର୍କ ରଖି ରାଇକିଆ ବ୍ଲକ ଟପ୍ପର ହୋଇଛନ୍ତି। ବିଜ୍ଞାନ ବିଭାଗରେ ଜୀବନ ଜ୍ୟୋତି କଲେଜର ଛାତ୍ରୀ ଆବୀଗଲ ନାୟକ ୪୦୨ ମାର୍କ ରଖି ବ୍ଲକ ଟପ୍ପର ହୋଇଛନ୍ତି।
ଅନ୍ୟପକ୍ଷରେ ସୁଧା କିରଣ କଲେଜ ଛାତ୍ରୀଛାତ୍ରମାନେ ଯୁକ୍ତ ଦୁଇ କଳାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ସମୁଦାୟ ୨୩୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୭୩ ଜଣ ପ୍ରଥମ ଶ୍ରେଣୀରେ ଏବଂ ୯୭ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ ହୋଇଛନ୍ତି। ସେହି ପରି ବଡ଼ ବାରବା ହାଇସ୍କୁଲର ୪୬ ଜଣ ପରୀକ୍ଷା ଦେଇଥିବାବେଳେ ୧୦ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।