ପୁଟିନଙ୍କୁ ହତ୍ୟା ଷଡ଼ଯନ୍ତ୍ର: ଗସ୍ତଦଳ ଯାଉଥିବା ପୋଲ ତଳେ ଥିଲା ବୋମା…

ମସ୍କୋ,୧।୭ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମସ୍କୋର ଏକ ପୋଲ ଉପରେ ହତ୍ୟା କରିବାର ଷଡଯନ୍ତ୍ର ହୋଇଥିବା ଘଟଣାର ପର୍ଦ୍ଦଫାଶ ହୋଇଛି। ତେବେ ଏହାକୁ ରୁଷିଆର ଗୁପ୍ତଚର ସର୍ଭିସ ଦ୍ୱାରା ପଣ୍ଡ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତଦଳ ପାର ହେବାକୁ ଥିବା ପୋଲ ତଳେ ନଦୀରେ ବିସ୍ଫୋରକ ଲଗାଇ ଏହି ହତ୍ୟା ଯୋଜନା କରାଯାଇଥିବା ଅଭିଯୋଗ ହୋଇଛି। ଟେଲିଗ୍ରାମ ଚ୍ୟାନେଲ ଭିସିଏଚକେ-ଓଜିପିୟୁ ଅନୁଯାୟୀ, ରୁଷିଆର ବରିଷ୍ଠ ଅଧିକାରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଫେଡେରାଲ ପ୍ରୋଟେକ୍ସନ ସର୍ଭିସ ପୋଲକୁ ବିସ୍ଫୋରଣରେ ଉଡ଼ାଇବା ପାଇଁ କରାଯାଇଥିବା ଏକ ଷଡଯନ୍ତ୍ରକୁ ପଣ୍ଡ କରିଥିବା ଦାବି କରିଛି।

ଟେଲିଗ୍ରାମ ଚ୍ୟାନେଲ ଦାବି କରିଛି ଯେ ବିସ୍ଫୋରକ ସାମଗ୍ରୀକୁ ଏକ ଅଜ୍ଞାତ ବ୍ରିଜ ତଳେ ରଖାଯାଇଛି ଯେଉଁଥିରେ ପୁଟିନଙ୍କ ମୋଟରକେଡ ପାର ହେବାର ଆଶା କରାଯାଉଥିଲା। ଅଜ୍ଞାତ ବ୍ରିଜ୍‌ ମସ୍କୋ ବାହାରେ କ୍ରେମଲିନ ଏବଂ ପୁଟିନଙ୍କ ସରକାରୀ ବାସଭବନକୁ ଯିବା ବାଟରେ ବୋଲି ଜଣାପଡିଛି।

ଏକ ସନ୍ଦିଗ୍ଧ ଡଙ୍ଗା ନଦୀ ତଳେ ରଖାଯାଇଥିଲା। ଏଥିରେ ଥିବା ବିସ୍ଫୋରକ ସାମଗ୍ରୀ ଦ୍ୱାରା ପୁଟିନଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ହୋଇଥିଲା। ଫେଡେରାଲ ସିକ୍ୟୁରିଟି ସର୍ଭିସର ଜଣେ ଡ୍ୟୁଟି ଅଧିକାରୀ ବ୍ରିଜ ତଳେ ଏକ ସନ୍ଦେହଜନକ ଡଙ୍ଗା ବିଷୟରେ ଜଣାଇଥିଲେ।

ରିପୋର୍ଟରେ ଦର୍ଶାଯାଇଛି ବ୍ରିଜ ଉପରେ ଯାନବାହାନ ଚଳାଚଳ ଯୋଗୁଁ ସନ୍ଦେହଜନକ ଡଙ୍ଗା ଥିବା ଗୁପ୍ତଚର ସୂଚନା ମିଳିବା ପରେ ଡାଇଭରମାନେ ପାଣି ଭିତରକୁ ପ୍ରବେଶ କରିଥିଲେ। ସୁରକ୍ଷା ଏଜେନ୍ସି ଡଙ୍ଗାର କର୍ମଚାରୀଙ୍କ କାଗଜପତ୍ର ମଧ୍ୟ ଯାଞ୍ଚ କରିଥିବା କୁହାଯାଉଛି ଯେଉଁଥିରେ ସେମାନେ ବ୍ରିଜ୍‌ ମରାମତି କରୁଛନ୍ତି ବୋଲି ସୂଚନା ଦେଇଥିଲେ। ବିସ୍ଫୋରକ ସାମଗ୍ରୀର ଜବତ କିମ୍ବା ଏଥିରେ ଲୋକଙ୍କ ସମ୍ପୃକ୍ତି ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। କେତେକ ରିପୋର୍ଟରେ ଏହାକୁ ପୁଟିନଙ୍କୁ ହତ୍ୟା ଷଡଯନ୍ତ୍ର କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri